କୋରାପୁଟ ଗସ୍ତରେ BSF ଆଇଜି…

କୋରାପୁଟ: ବିଏସଏଫ ଆଇଜି ସତୀଶ ଚନ୍ଦ୍ର ବୁଡାକୋଟି ଆଜି ନାରାୟଣପାଟଣା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ପୋଡାପଦର, ତେନ୍ତୁଳିପଦର ଏବଂ ପାଲୁରରେ ଥିବା ବିଏସଏଫ ଶିବିର ପରିଦର୍ଶନ କରି ସାମ୍ପ୍ରତିକ ସୁରକ୍ଷାର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି |
କୋରାପୁଟ ଗସ୍ତରେ BSF ଆଇଜିଏହି ଅଞ୍ଚଳରେ ପଞ୍ଚାୟତ ନିର୍ବାଚନର ପାଞ୍ଚ ଟି ପର୍ଯ୍ୟାୟରେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ସହ ବିଏସଏଫର ମିଳିତ ସୁରକ୍ଷା କଭର ମଧ୍ୟରେ ବିନା କୌଣସି ଅଘଟଣରେ ସମ୍ପନ୍ନ ହୋଇପାରିଛି ବୋଲି ବୁଡାକୋଟି କହିଛନ୍ତି । ଏହି ଅବସରରେ ପୋଡାପଦର ବିଏସଏଫ କ୍ୟାମ୍ପରେ 155 ବାଟାଲିୟନ ଦ୍ବାରା ଏକ ନାଗରିକ ସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଯେଉଁଠାରେ ନାରାୟଣପାଟଣା ବ୍ଲକର ପୋଡାପଦର ଏବଂ ଆଖପାଖ ଅଞ୍ଚଳର ପ୍ରାୟ 400 ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ପୋଷାକ, ଷ୍ଟେସନାରୀ, ଉପଯୋଗିତା ଏବଂ କ୍ରୀଡା ସାମଗ୍ରୀ ବଣ୍ଟନ କରାଯାଇଥିଲା | ସମାଜର ଅବହେଳିତ ବର୍ଗର ଲୋକଙ୍କ ସହିତ ସଂଯୋଗ ସ୍ଥାପନା କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ବୋଲି ବିଏସଏଫ ସୂତ୍ରରୁ ଜଣାପଡିଛି ।କୋରାପୁଟ ଗସ୍ତରେ BSF ଆଇଜିକୋରାପୁଟ ଗସ୍ତରେ BSF ଆଇଜିବିଏସଏଫ ସ୍ଥାନୀୟ ଗ୍ରାମବାସୀଙ୍କ ପାଇଁ ନକ୍ସଲ / ସାମାଜିକ ବିରୋଧୀ ଉପାଦାନ ଗୁଡିକର କାର୍ଯ୍ୟକଳାପକୁ ରୋକିବା ପାଇଁ ନାଗରିକ ସମ୍ପର୍କ କାର୍ଯ୍ୟକ୍ରମ, ଡାକ୍ତରୀ ଶିବିର, କ୍ରୀଡା କାର୍ଯ୍ୟକଳାପ ଇତ୍ୟାଦି ମାଧ୍ୟମରେ ସମାଜକୁ ବିକାଶର ଧାରା ସହ ସଂଯୋଗ କରିବା ପାଇଁ ବିଏସଏଫ କାର୍ଯ୍ୟ କରି ଆସୁଥିବା ଇନ୍ସପେକ୍ଟର ଜେନେରାଲ କହିଛନ୍ତି | ଏହି ଅବସରରେ ବାସନାପୁଟର ଗ୍ରାମବାସୀଙ୍କ ଦ୍ବାରା ସ୍ଥାନୀୟ ସଂସ୍କୃତି ଓ ପରମ୍ପରାକୁ ଦର୍ଶାଇ ଏକ ବିଶାଳ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

nis-ad
Leave A Reply

Your email address will not be published.