ଆରଏସପି ମେକାନିକାଲ୍ ସପ୍‌ର ପୂର୍ବ ସହକର୍ମୀଙ୍କ ବନ୍ଧୁ ମିଳନ


ରାଉରକେଲା : ୨୮/୨୨,(ବସନ୍ତ କୁମାର ଜେନା): ରାଉରକେଲା ସେକ୍ଟର ୩ ଜଗନ୍ନାଥ ମନ୍ଦିର ନିକଟସ୍ଥ ଖଡ୍ଗ ଭବନ ଠାରେ ୪୩ ବର୍ଷ ପୂର୍ବେ ରାଉରକେଲା ଇସ୍ପାତ କାରଖାନା ର ମେକାନିକାଲ୍ ସପ୍ କୁ ତିଆରି କରିଥିବା ତଥା କାର୍ଯ୍ୟ କରୁଥିବା ୧୯୭୮ ମସିହାର ସହକର୍ମୀ ମାନଙ୍କର ପ୍ରତି ବର୍ଷ ପରି ଚଳିତ ବର୍ଷ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଛି | ଏହି ଉତ୍ସବର ଆବାହକ ଜୟନ୍ତ କୁମାର ମିଶ୍ର ତଥା ସହଯୋଗୀ କ୍ଷେତ୍ରବାସୀ ସେଠୀ , ଦିଲ୍ଲୀପ କୁମାର ଦାସ , ବରିଷ୍ଠ ଉପଦେଷ୍ଟା ଯଦୁମଣି ସ୍ଵାଇଁ ଙ୍କ ନେତୃତ୍ବରେ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଉତ୍ସବ ରେ ଯୋଗ ଦେବା ପାଇଁ ସୁଦୁର କର୍ଣ୍ଣାଟକ ବେହେରାରି ରୁ ଅରିନ୍ଦମ ରାୟ ଚୌଧୁରୀ ଯୋଗଦେଇ କାର୍ଯକ୍ରମ କୁ ସରସ ସୁନ୍ଦର କରିଥିଲେ । ସହକର୍ମୀ ମାନେ ପରସ୍ପର ମଧ୍ୟରେ ଫୁଲଗୁଛ ଦେଇ ନିଜେ ନିଜର ସ୍ନେହ ଶ୍ରଦ୍ଧା ଜଣାଇଥିଲେ । ଦୀର୍ଘ ଦିନର ଭାବ, ସ୍ମୃତି କୁ ମନେ ପକାଇ ଉପସ୍ଥିତ ଥିବା ସହକର୍ମୀ ମାନେ ଭାବ ବିହୁଳ ହୋଇପଡିଥିଲେ । ବାଲେଶ୍ଵର, ରାଞ୍ଚି ପରି ବିଭିନ୍ନ ପ୍ରାନ୍ତରୁ ପୁରାତନ ସାଥି ମାନେ ଉତ୍ସବରେ ଯୋଗ ଦେଇଥିଲେ। ଗତ ବର୍ଷ କରୋନା ତଥା ଅନ୍ୟାନ କାରଣରୁ ଗୁରୁଦିପ ସିଂ, ମାନ ଭଞ୍ଜନ ବେହେରା , ଜି. ଏନ. ମୂର୍ତ୍ତି, ଟଙ୍କଧର ପ୍ରଧାନ ଏବଂ ଜେ. କେର୍କେଟା ମୃତ୍ୟୁ ବରଣ କରିଥିବାରୁ ଦୁଇ ମିନିଟ ତାଙ୍କ ଆତ୍ମା ର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା ।

ମେକନିକାଲ୍ ସପ ର ବିଶ୍ଵକର୍ମା ତଥା ବୁର୍ଲା ଇଞ୍ଜିନିୟରିଂ କଲେଜ ର ପ୍ରଥମ ବ୍ୟାଚ ଗୋଲ୍ଡ ମେଡାଲ ପ୍ରାପ୍ତ ଇଞ୍ଜିନୀୟର ଶ୍ରୀ ନିରଞ୍ଜନ ଦାସ ଙ୍କ ଅସୁସ୍ଥ ଦେହ ସୁସ୍ଥ ହେବା ପାଇଁ ଦୁଇ ମିନିଟ ସମସ୍ତେ ପ୍ରଭୁ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ନିଜ ଭିତରେ ସୁ ସମ୍ପର୍କ କୁ ଅଧିକରୁ ଅଧିକ କରିବା ପାଇଁ ଏକ ମୋମେଣ୍ଟମ୍ ପରସ୍ପର କୁ ଆଦାନ ପ୍ରଦାନ କରାଯାଇଥିଲା । କାର୍ଯକ୍ରମରେ ଆରଏସପି ର ପୂର୍ବତ୍ତନ ଇଡି ଶୁଭେନ୍ଦୁ ଦାସ , ଅଯୋଧ୍ୟାନାଥ ଦାସ, ବି. କେ. ବାନାର୍ଜୀ, ମନୋରଞ୍ଜନ ଦାସ, ଭଗବାନ ସାହୁ, ରମେଶ ଚନ୍ଦ୍ର ବିଶ୍ଵାଳ, ବଂଶୀଧର ସାହୁ, ଲକ୍ଷ୍ମୀଧର ମହାରଣା, ଆଲୋକ ବୋଷ, ଶଙ୍କର ଲାଲ ପଟେଲ, ଟୁନା ନନ୍ଦ ଗୌଡ, ନିରଞ୍ଜନ ସାମନ୍ତରାୟ, ନିରଞ୍ଜନ ପଣ୍ଡା, ରମେଶ ଚନ୍ଦ୍ର ହେମବ୍ରମ, ଦୀପକ ଗାଙ୍ଗୁଲୀ ଜେକପ କୁମାର, ଚତୁର୍ଭୁଜ କୁମ୍ଭାର, ସୁଶୀଲ ସୁନା, କାମଦେବ ଦାସ, ଇନ୍ଦ୍ର ମଣି ଜେନା, ଏସ ଏନ ତିଗ୍ଗା , ଶିଶିର କାନ୍ତ ଦାସ , ଗୁରୁଆ ମୁଣ୍ଡାରୀ, ଜେ ଏମ କିରୋ , କାର୍ତିକ ଚନ୍ଦ୍ର ବେହେରା , କିଶୋର ମହାନନ୍ଦ, ମନୋହର ମହନ୍ତ, ଓମ ପ୍ରକାଶ ଚୌଧୁରୀ, ରବି ନାରାୟଣ ସିଂ, ସୁରେଶ ଚନ୍ଦ୍ର ନାୟକ, ଦଣ୍ଡପାଣି ପଣ୍ଡା, ସୁବାଷ ଚନ୍ଦ୍ର ପାତ୍ର, ଗୁଲରାମ ମାଝି ତଥା ଅନ୍ୟ ମାନେ ଯୋଗ ଦେଇଥିଲେ । ବର୍ତ୍ତମାନ ମେକନିକାଳ ସପ୍ ର ଏଚ୍ଓଡି ଶ୍ରୀଯୁକ୍ତ ଶେଖର ନାରାୟଣ ଜିଏମ୍ ସମସ୍ତଙ୍କୁ କାର୍ଯକ୍ରମ ପାଇଁ ସାଧୁବାଦ ଦେବାସହ ଆମ ଆରଏସପି ରେ ଏହା ଏକ ଅନନ୍ୟ କାର୍ଯକ୍ରମ ବୋଲି ପ୍ରଶଂସା କରିଥିଲେ । କାର୍ଯକ୍ରମରେ ଶ୍ରୀ ଏସ କେ ମହାନ୍ତି ରାଜୁ ସୁତାର, ଏସ କେ ପାତ୍ର, ଘନ ମୁଦୁଲି ସହଯୋଗ କରି କାର୍ଯକ୍ରମ କୁ ସଫଳ କରିଥିଲେ ।

nis-ad
Leave A Reply

Your email address will not be published.