ମହାଶିବରାତ୍ରି ରେ ଚଳଚଞ୍ଚଳ ମାଲକାନଗିରି ର ବିଭିନ୍ନ ଶୈବପିଠ…


ମାଲକାନଗିରି : ଜିଲାରେ ବିଭିନ୍ନ ଶୈବ ପୀଠରେ ସକାଳୁ ସକାଳୁ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁ ମାନଙ୍କ ଭିଡ଼ l ଜିଲ୍ଲା ସଦର ମହକୁମାର ପ୍ରମୁଖ ଶୈବ ପୀଠ ମଲ୍ଲିକେଶ୍ୱର ପୀଠରେ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଛି l ଦୀର୍ଘ ୨ ବର୍ଷ ଧରି କୋରନା ମହାମାରୀ ଯୋଗୁଁ କଟକଣା ଭିତରେ ଶୈବ ପୀଠ ଗୁଡିକରେ ପ୍ରଶାସନ ପକ୍ଷରୁ ପୂଜା ଅର୍ଚ୍ଚନାରେ କଟକଣା ଲଗାଇବା ସହ ଦର୍ଶନ ଉପରେ ପ୍ରତିବନ୍ଧ ଲଗାଯାଇଥିଲା l ଚଳିତ ବର୍ଷ କଟକଣା କୋହଳ ହୋଇଥିବାରୁ ଭକ୍ତଙ୍କର ଭିଡ଼ ଦେଖିବାକୁ ମିଳିଛି l ପ୍ରତିବର୍ଷ ମଲ୍ଲିକେଶ୍ୱର ଶୈବ ପୀଠରେ ଏହି ସମୟରେ ଭକ୍ତ ତଥା ମାନସିକ ଧାରି ମାନେ ଏହି ମଲ୍ଲିକେଶ୍ୱର ପୀଠରେ ଜାଗର ଦୀପ ଜାଳି ନିଜର ମନସ୍କାମନା ପୂରଣ କରିଥାନ୍ତି l ଏହି ଶୈବପୀଠଟି ସଦର ମହକୁମା ଠାରୁ 3 କିଲୋମିଟର ଦୂର ପାହାଡ଼ ଉପରେ ଅବସ୍ଥିତ l ଶ୍ରଦ୍ଧାଳୁ ମାନେ ପୂଜା ଅର୍ଚନା କରିବା ସହ ପାହାଡ଼ ଉପର ପ୍ରାକୃତିକ ସୌନ୍ଧର୍ଯ୍ୟ ଉପଭୋଗ କରିବା ସହ ମାଲକାନଗିରି ସହରର ଦୃଶ୍ୟର ମଜାନିଅନ୍ତି l ଏଠାରେ ଯୁବପିଢ଼ିଙ୍କ ପାଇଁ ଏହି ଜାଗା ସେଲ୍ଫି ପଏଣ୍ଟ ପାଲିଟିଥାଏ l ପ୍ରତିବର୍ଷ ଏହି ଶୈବପୀଠକୁ ଜିଲ୍ଲା ତଥା ବାହାର ଜିଲ୍ଲା ଓ ପୋଡସୀ ରାଜ୍ୟର ଶ୍ରଦ୍ଧାଳୁ ମାନଙ୍କର ସୁଅ ଛୁଟିଥାଏ l ଆଜି ପ୍ରାତଃରୁ ସହରର ତଳସାହି, ବୁଟିଗୁଡା ର ବିଶ୍ୱେଶ୍ୱର, ଡିଏନକେ,ହରଗୌରି ଭଳି ଶୈବ ପୀଠରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଲାଗିରହିଛି l

nis-ad
Leave A Reply

Your email address will not be published.