ଭୁବନେଶ୍ୱରର ୧୩ଟି ଟ୍ରାଫିକ ପୋଷ୍ଟରେ ଲାଗିଲା ଅତ୍ୟାଧୁନିକ ସିସିଟିଭି କ୍ୟାମେରା

୫୦ କିମି ବେଗରେ ଗାଡ଼ି ଚଳାଇଲେ ୭ ହଜାର ଜରିମାନା

ଭୁବନେଶ୍ୱର: ଟ୍ରାଫିକ ନିୟମ ଉଲ୍ଲଂଘନକାରୀମାନେ ଏବେ ହୋଇଯାଆନ୍ତୁ ସାବଧାନ । ଏଣିକି ନିୟମ ନ ମାନିଲେ ସିଧାସଳଖ ଆପଣଙ୍କ ମୋବାଇଲକୁ ଚାଲାଣ ଯିବ । ଘଣ୍ଟା ପ୍ରତି ୫୦ କିମି ବେଗରେ ଗାଡ଼ି ଚଳାଇଲେ ଲାଗୁ ହେବ ୭ ହଜାର ଜରିମାନା । ଏଥିସହ ଆପଣଙ୍କର ଲାଇସେନ୍ସ ମଧ୍ୟ ରଦ୍ଦ କରାଯିବ । ଏପରି ଯଦି ତିନି ଥର ରଦ୍ଦ ହୁଏ, ତେବେ ସବୁଦିନ ପାଇଁ ଆପଣଙ୍କର ଲାଇସେନ୍ସ ବାତିଲ କରାଯିବ ।

ଟ୍ରାଫିକ ସମସ୍ୟାରେ ସୁଧାର ଆଣିବା ପାଇଁ ଟ୍ରାଫିକ ପୋଲିସ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଏନେଇ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ୧୩ଟି ସ୍ଥାନରେ କ୍ୟାମେରା ଲଗାଇଥିବା ଜଣାପଡ଼ିଛି ।

ଜଣାପଡ଼ିଛି ଯେ, ଦ୍ରୁତ ଗତି ଓ ମୋବାଇଲ ଫୋନରେ କଥା ହେଉଥିବା କାରଣରୁ ଗାଡ଼ି ଦୁର୍ଘଟଣା ଘଟୁଛି । ଏହା ଚାଳକଙ୍କ ପାଇଁ ବିପଦ ସୃଷ୍ଟି କରୁଥିବାରୁ ଏଭଳି କଠୋର ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ରାଜଧାନୀର ୧୩ଟି ଛକରେ ଅତ୍ୟାଧୁନିକ ଏଏନପିଆର / ଟିଭିଡିଏସ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି । ଏହି ଛକଗୁଡ଼ିକ ମଧ୍ୟରେ ପଟିଆ, ପାୱାର ହାଉସ୍, କଳିଙ୍ଗ ଷ୍ଟାଡିୟମ, କ୍ୟାପିଟାଲ ହସ୍ପିଟାଲ, କିଟ୍ ଛକ, କିଟ୍ କ୍ୟାମ୍ପସ ନମ୍ବର-୩, ଶିଶୁଭବନ ଛକ, ବାଣୀବିହାର ଠାର ଶିଶୁଭବନ, କ୍ୟାପିଟାଲ ଛକ, ଶାସ୍ତ୍ରୀନଗର ଛକ, ରାଜମହଲ ଛକ, ଟ୍ରାଇଡେଣ୍ଟ ହୋଟେଲ ନାକାଗେଟ୍ ଆଦି ରହିଛି ।

ଯଦି ଉକ୍ତ ଛକମାନଙ୍କରେ ଆପଣଙ୍କର ଗାଡ଼ିର ବେଗ ୫୦ କିମିରୁ ଅଧିକ ହୁଏ, ତେବେ ସିଟିସିଭିରେ ଆପଣଙ୍କ ମୋବାଇଲକୁ ଏସଏମଏସ ମାଧ୍ୟମରେ ଚାଲାଣ ପଠାଯିବ । ଯଦି ଉକ୍ତ ଗାଡ଼ି ଚାଳକ ଡ୍ରାଇଭିଂ ଲାଇସେନ୍ସ ଦେଖାଇବେ, ତେବେ ତାଙ୍କର ଜରିମାନା ରାଶି ୨ ହଜାର ଟଙ୍କାକୁ ହ୍ରାସ କରାଯିବ । ଏଭଳି ଘଟଣା ୩ ଥର ହେଲେ ଚତୁର୍ଥ ଥରକୁ ଡ୍ରାଇଭିଂ ଲାଇସେନ୍ସ ସବୁଦିନ ପାଇଁ ବାତିଲ କରାଯିବ ବୋଲି କୁହାଯାଇଛି ।

nis-ad
Leave A Reply

Your email address will not be published.