ମରଣାଯନ୍ତା ପାଲଟିଛି ରାସ୍ତା, ଆତ୍ମସାତ ହୋଇଛି ବିଧାୟକ ପାଣ୍ଠିର ଅନୁଦାନ


କୋରାପୁଟ (୨୧/୦୨) : କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ଅଧିନସ୍ଥ “କେ.ଦଣ୍ଡାବାଡ଼” ଗ୍ରାମକୁ RD ରାସ୍ତା ଠାରୁ ସଂଯୋଗ କରୁଥିବା ନୂତନ “ମେଟାଲିଙ୍ଗ ରାସ୍ଥା କରାଯାଇଥିବା ନାଁରେ ମହାଦୁର୍ନିତି ହୋଇଥିବା ଅଭିଯୋଗ ହୋଇଛି | ପ୍ରକାଶ ଯେ:- “କେ.ଦଣ୍ଡାବାଡ” ଗାଁ କୁ ସ୍ୱାଧିନତା ରୁ ଏଯାଏଁ ଗାଁ ଲୋକେ ଖଣ୍ଡିଏ ଉପଯୁକ୍ତ ରାସ୍ତା ଟିଏ ପାଇବା ପାଇଁ ବ୍ଲକ୍ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏଁ ଗୁହାରୀ କରି ଆସୁଥାନ୍ତି | ଏପରିକି ବର୍ଷା ଦିନ ଆସିଲେ ଏହି ମରଣାଯନ୍ତା ପାଲୋଟୁ ଥିବା ଗାଁକୁ ଯିବାକୁ ହେଲେ ନାହିଁ ନ ଥିବା ଦୁର୍ଦ୍ଧସାର ସମ୍ମୁଖିନ ହେଉଥାନ୍ତି | ଏପରିକି ଗାଁର କୌଣସି ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ଚ଼ିକିତ୍ସାଳୟ କୁ ନେବାକୁ ହେଲେ ଗାଁ ଠାରୁ RD ଛକ ଯାଏଁ ଦୋଳା କିମ୍ବା ଭାର ସାହାର୍ଯ୍ୟରେ ବୋହି ନେଉଥିବା ନଜରକୁ ଆସୁଛି | ଗାଁକୁ ବର୍ଷା ଦିନରେ ୪ ଚ଼କିଆ ଯାନ ଯିବା ଏକ ପ୍ରକାର ଦୁସ୍ୱପ୍ନ ପାଲୋଟୁ ଥାଏ | ତେବେ ଏହି ଗାଁର ରାସ୍ତାଟି ମରଣାଯନ୍ତା ପାଲୋଟୁ ଥିବା ଦେଖିବାକୁ ମିଳୁଥିଲେ ହେଁ RD ରାସ୍ତା ଠାରୁ “କ.ଦଣ୍ଡାବାଡ଼ ଗାଁକୁ ଚ଼ଳିତ ଆର୍ଥିକ ବର୍ଷ ୨୦୨୧/୨୨ ରେ DRDA ବିଭାଗ ପଖ୍ୟରୁ ବିଧାୟକ ଙ୍କ ପାଣ୍ଠିରୁ ଅଟକଳ ମୂଲ୍ୟ ମୋଟ:- ୩,୦୦,୦୦୦ ( ତିନି ଲଖ୍ୟ ) ବ୍ୟୟରେ “ମେଟାଲିଙ୍ଗ” ରାସ୍ତା ନିର୍ମାଣ କରାଯାଇଛି ବୋଲି ଏକ ସରକାରୀ କାର୍ଯ୍ୟାଳୟ ରେ ଥିବା କାନ୍ଥରେ ସୂଚ଼ନା ଫଳକ ଦର୍ଶାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଥିବା ଜଣାପଡ଼ିଛି |

ତେବେ ସରକାରୀ କାର୍ଯ୍ୟାଳୟ କାମ ନ ହୋଇ ସୂଚ଼ନା ଫଳକ ଲେଖାଯିବା ଘଟଣାକୁ ସାରା ବ୍ଲକ ଚ଼ାଞ୍ଚଲ୍ୟ ସ୍ରୁଷ୍ଟି କରୁଥିବା ବେଳେ ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରାଯାଉଥିବା ନଜରକୁ ଆସୁଛି | ଏହି ବ୍ଲକ୍ ରେ ଏଭଳି ଗୋଟିଏ ନୁହେଁ ଅନେକ ଗୁଡ଼ିଏ ପଞ୍ଚାୟତ ରହିଛି ଯାହାକି ଠିକାଦାର ମାନେ ସହକାରୀ ଯନ୍ତ୍ରୀ ଏବଂ କନୀଷ୍ଠ ଯନ୍ତ୍ରୀ ମାନଙ୍କ ସହ ମଧୁଚ଼ନ୍ଦ୍ରିକାର କରି କେଉଁଠି ତୋ ଅର୍ଦ୍ଧ ନିର୍ମିତ ଅବସ୍ଥାରେ କାମ ଗୁଡ଼ିକ ରହି ମଧ୍ୟ୍ୟ ବିଲ୍ ରେ ମହା ଦୁର୍ନିତି ହେଉଥିବା ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ୍ୟ କୌଣସି ବ୍ଲକ ଓ ଜିଲ୍ଲା ପ୍ରଶାସନୀକ ଅଧିକାରୀ ଏବଂ କର୍ମଚ଼ାରୀ ମାନେ ଶୁଣୁନଥିବା ଦେଖିବାକୁ ମିଳୁଛି | ସେହିପରି ପ୍ରଶାସନୀକ ଅଧିକାରୀ ଏବଂ କର୍ମଚ଼ାରୀ ମାନେ ଘଣ୍ଟୋ ଘୋଡ଼ାଉ ଥିବା ଯୋଗୁଁ ଠିକାଦାର ମାନେ କାମ ସଂପୂର୍ଣ୍ଣ ନ ହେଉଣୁ ଏପରି କାନ୍ଥ ବାଡ଼ରେ ସୂଚ଼ନା ଫଳକ ଲେଖି ସରକାର ଙ୍କ ଅନୁଦାନ କୁ ଦୁର୍ନୀତି କରି ଆତ୍ମସାତ୍ କରୁଥିବା ନଜରକୁ ଆସୁଛି |ତେବେ ଆମ “କେ.ଦଣ୍ଡାବାଡ଼” ଗାଁରେ ଆଜକୁ ୫ ବର୍ଷ ହେବ ଗୋଟିଏ ମଧ୍ୟ୍ୟ ରାସ୍ତ କାମ ନିର୍ମାଣ କରାଯାଇନାହିଁ କିପରି ଏପରି ଜାଲିଆତି କରି ବିଲ୍ କରାଯାଇଛି ବୋଲି ଅଭିଯୋଗ କରିବା ସହ ଏହାର କୌଣସି ପଦଖେପ ନିଆନଗଲେ ଆମେ ଦୁର୍ନିତୀ ନୀବାରଣ କାର୍ଯ୍ୟାଳୟ ର ଦ୍ୱାରସ୍ଥ ହେବୁ ବୋଲି ଚ଼େତାବନୀ ଦେଇଥିବା ଜଣାପଡ଼ିଛି |

nis-ad
Leave A Reply

Your email address will not be published.