ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ୧୭,୦୮୯ ବୁଥ୍‌ରେ ମତଦାନ

ପଞ୍ଚାୟତ ନିର୍ବାଚନ ଲାଗି ୨୨ରେ ଚତୁର୍ଥ ପର୍ଯ୍ୟାୟ ମତଦାନ । ୨୭ଟି ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଚତୁର୍ଥ ପର୍ଯ୍ୟାୟରେ ୧୭,୦୮୯ ବୁଥ୍‌ରେ ମତଦାନ ହେବ । ୧୬୩ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ମତଦାନ ଅନୁଷ୍ଠିତ ହେବ । ୧୨୫୪ଟି ପଞ୍ଚାୟତର ୧୭,୦୮୯ ବୁଥ୍‌ରେ ହେବ ମତଦାନ । ଏଥିମଧ୍ୟରୁ ୨୫୬୩ ବୁଥ୍‌ ସମ୍ବେଦନଶୀଳ ଚିହ୍ନଟ ହୋଇଛି । ମଇଦାନରେ ୬୬୭ ଜିଲ୍ଲା ପରିଷଦ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି ।

ଝରୁସୁଗୁଡା, ବୌଦ୍ଧ, ଦେବଗଡ଼ରେ ସାରିଯାଇଛି ନିର୍ବାଚନ । ଭଦ୍ରକ ଏବଂ ରାୟଗଡାରେ ରିପୋଲିଂ ନେଇ ପ୍ରସ୍ତାବ ଆସିଛି । ଭୋଟ୍ ଗଣନା ବେଳେ ଲାଗିଥିବା କୋଭିଡ୍ କଟକଣା ହଟିଯାଇଛି । ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ଟେଷ୍ଟ ଏବଂ ଆଣ୍ଟିଜେନ୍ ଟେଷ୍ଟ ଆବଶ୍ୟକ ନାହିଁ । କେବଳ ଥର୍ମାଲ ସ୍କ୍ରିନିଂ କରି ଭିତରକୁ ଛଡ଼ାଯିବ । ଯେଉଁମାନଙ୍କର କରୋନା ଲକ୍ଷଣ ଦେଖାଯିବ ସେମାନଙ୍କୁ ଛଡ଼ାଯିବ ନାହିଁ । କରୋନା କଟକଣା କମିଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

nis-ad
Leave A Reply

Your email address will not be published.