ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ASI ଡିଜି

ଭୁବନେଶ୍ୱର: ଏଏସ୍‌ଆଇ ଡିଜି ଭି.ବିଦ୍ୟାବତୀ ଆଜି ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଛନ୍ତି । ଲିଙ୍ଗରାଜ ମନ୍ଦିର ସହିତ ଶ୍ରୀମନ୍ଦିରରେ ଜାରି ରହିଥିବା କାର୍ଯ୍ୟର ତଦାରଖ ମଧ୍ୟ କରିଛନ୍ତି ।

ଓଡ଼ିଶାରେ ଏଏସ୍‌ଆଇ ଦ୍ୱାରା ବିଭିନ୍ନ କାର୍ଯ୍ୟ ଜାରି ରହିଥିବାବେଳେ ଏହାର ତଦାରଖ ପାଇଁ ସେ ଓଡ଼ିଶା ଆସିଛନ୍ତି । ବିଭିନ୍ନ ପ୍ରୋଜେକ୍ଟକୁ ନେଇ ସମୀକ୍ଷା କରିବା ସହ ମନ୍ଦିରର କଳାକୀର୍ତ୍ତିକୁ କିପରି ସୁରକ୍ଷିତ ରଖାଯିବ, ସେ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

nis-ad
Leave A Reply

Your email address will not be published.