ମାଲକାନଗିରି ଉତ୍କଳ ସାମ୍ବାଦିକସଂଘର ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ

ମାଲକାନଗିରି (୨୧/୦୨) : ଆଜି ଉତ୍କଳ ସାମ୍ବାଦିକ ସଂଘ ସଦସ୍ୟ ମାନେ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ ରାଜ୍ୟ ନିର୍ବାଚନ ଆୟୁକ୍ତ ଓଡ଼ିଶା , ଭୁବନେଶ୍ବରଙ୍କୁ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ , ମାଲକାନଗିରିଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା | ରାଜ୍ୟରେ ଅନୁଷ୍ଠିତ ହୋଇ ଯାଇଥିବା ବିଭିନ୍ନ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଅବସରରେ, କଣାସ , ପିପିଲି ଓ ଚାନ୍ଦବାଲି ସମେତ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନେ ଆକ୍ରମଣର ଶିକାର ହୋଇଥିଲେ । କ୍ରମାଗତ ଭାବେ ସଂଗଠିତ ଏଭଳି ଘଟଣାରେ ଉଦବେଗ ପ୍ରକାଶ କରି ଇତି ମଧ୍ୟରେ ସାମ୍ବାଦିକ ସଂଗଠନ ତରଫରୁ ଘଟଣା ଗୁଡିକରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଦୃଷ୍ଟି ଆକର୍ଷଣ କରା ଯାଇଥିଲା । ମାତ୍ର ପରେ ପରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଯାଜପୁର ଜିଲ୍ଲା,ବିଞ୍ଜାରପୁର ଠାରେ ସାମ୍ବାଦିକ ମାନେ ଦୁର୍ବୃତ୍ତମାନଙ୍କ ଦ୍ବାରା ମରଣାନ୍ତକ ଆକ୍ରମଣର ଶିକାର ହେବା ଦୁର୍ଭାଗ୍ୟଜନକ | ଏହି ଦାବିପତ୍ର ରେ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବା ସହ ପରବର୍ତ୍ତୀ ସମୟରେ ମୁକ୍ତ ତଥା ଅବାଧ ସାମ୍ବାଦିକତାକୁ ସୁରକ୍ଷା ଦେବାପାଇଁ ସମ୍ପୃକ୍ତ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଆୟୁକ୍ତ ଦୃଢ଼ ନିର୍ଦ୍ଦେଶ ଜାରି ପୂର୍ବକ ପ୍ରତିବଦ୍ଧତା ପ୍ରଦର୍ଶନ କରିବା ହୁଅନ୍ତୁ । ଗତକାଲି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଞ୍ଚଳରେ ଖବର ସଂଗ୍ରହ କରିବାକୁ ଯାଇଥିବା 3 ଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ କିଛି ଦୁର୍ବୁତ୍ତ ମରଣାତ୍ମକ ଆକ୍ରମଣ କରିଥିଲେ ଏହାର ପ୍ରତିବାଦରେ ତୁରନ୍ତ ଦୁର୍ବୁତାଙ୍କୁ ଗିରଫ କରିବା ସହ ସାମ୍ବାଦିକ ସୁରକ୍ଷା ଆଇନ ତୁରନ୍ତ ଲାଗୁକରିବା ପାଇଁ ମାଲକାନଗିରି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୁକ୍ତ ଙ୍କୁ ସଭାପତି ଦୁର୍ଯ୍ୟାଧନ ପାତ୍ରଙ୍କ ନେତୃତ୍ୱରେ ଗଣମାଧ୍ୟମ ପ୍ରତିନିଧି ମାନେ ଦାବିପତ୍ର ପ୍ରଦାନ କରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ରତ୍ନାକର ଦାସ , ଅଶୋକ ମିଶ୍ର , ସତ୍ୟନାରାୟଣ ଦାସ, ଶ୍ରୀନିବାସ ପାତ୍ର , ମନୋଜ ମହାନ୍ତି , ଚନ୍ଦ୍ର କାନ୍ତ ପଣ୍ଡା , ଶିବ ଦାସ , କିଶୋର ପାଠିକ , ରାହୁଲ ଗୋଲୋରି , ସୁଶାନ୍ତ ସୁନା ସହ 30 ରୁ ଉର୍ଦ୍ଧ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.