ଦ୍ୱିତୀୟ ଜାତୀୟ ଯୁବ ସମ୍ବିଧାନ ମହୋତ୍ସବ

ଫୁଲବାଣୀ : ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାରଙ୍କ ତରଫରୁ ୨୦ ଫେବୃଆରୀ ୨୦୨୨ରିଖ ଦିନ ଫୁଲବାଣୀ ସଦର ମହକୁମାଠାରେ ଦ୍ୱିତୀୟ ଜାତୀୟ ଯୁବ ସମ୍ବିଧାନ ମହୋତ୍ସବ କାର୍ଯ୍ୟକ୍ରମ ଭର୍ଚୁଆଲ ମୋଡ ମାଧ୍ୟମରେ ଅନୁଷ୍ଠିତ ହୋଇଅଛି । ଏହି କାର୍ଯ୍ୟକ୍ରମରେ ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, ଅନୁଗୁଳ ଜିଲ୍ଲାର ୧୦ଜଣ ଲେଖାଏଁ ପ୍ରତିଯୋଗୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଥିଲେ । ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରୁଥିବା ପ୍ରତିଯୋଗୀ ମାନଙ୍କର ବୟସ ସୀମା ୧୫ରୁ ୨୯ ବୟସ ( ୧୩ ଫେବୃଆରୀ ୨୦୨୨) ମଧ୍ୟରେ ହୋଇଥିବା ଆବଶ୍ୟକ ବୋଲି ସୂଚନା ଦିଆଯାଇଥିଲା। ଏହି ପ୍ରତିଯୋଗିତାର ବିଷୟବସ୍ତୁ ଗୁଡ଼ିକ ଯଥା ଇନକ୍ରିଡିବୁଲ ଇଣ୍ଡିଆ, ଆୟୁଷ୍ମାନ ଭାରତ, ବେଟି ବଚାଓ ବେଟି ପଢାଓ, ସ୍କିଲ୍ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ, ସ୍ୱଚ୍ଛ ଭାରତ ସ୍ଵସ୍ଥ ଭାରତ ଇତ୍ୟାଦି। ଏହି ପ୍ରତି ଯୋଗିତାରେ ପ୍ରତିଯୋଗୀ ମାନେ ଇଂରାଜୀ ଓ ଓଡ଼ିଆ ଭାଷାରେ ବକ୍ତୃତା ଦେବାକୁ ସୂଚନା ଦିଆଯାଇଥିଲା ।

ଏଥି ସହିତ ଫୁଲବାଣୀ ସହରରର ପ୍ରତିଯୋଗୀ ମାନେ ବୌଦ୍ଧ , ବରଗଡ଼, ନୂଆପଡ଼ା ଜିଲ୍ଲାର ପ୍ରତିଯୋଗୀ ମାନଙ୍କ ସହିତ ପ୍ରତିଯୋଗିତା କରିଛନ୍ତି ଏହାକୁ କଳାହାଣ୍ଡି ନେହରୁ ଯୁବ କେନ୍ଦ୍ର ଆୟୋଜନ କରିଥିଲେ । ଫୁଲବାଣୀ ଜ଼ିଲ୍ଲାର ଡେଭଲିନ ପ୍ରିୟଦର୍ଶନୀ ପ୍ରଥମ ଓ ଅନୁପମା କଁହର, ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ।ଫୁଲବାଣୀ ଠାରେ ଅନୁଷ୍ଟିତ ପ୍ରତିଯୋଗିତାରେ ଭଦ୍ରକର ଦୀପିକା ଗହନ ପ୍ରଥମ, ସତ୍ୟ ସୁନ୍ଦର ପଣ୍ଡା ଦ୍ୱିତୀୟ, ବାଲେଶ୍ୱରର ରାଜଶ୍ରୀ ନାୟକ ପ୍ରଥମ, ସୁଭାଶିଷ ମହାନ୍ତି ଦ୍ୱିତୀୟ , ମୟୁରଭଞ୍ଜର ସତବ୍ରତ ମହାନ୍ତ1 ପ୍ରଥମ କିସାନ କୁମାର ସାହୁ ଦ୍ୱିତୀୟ ଏବଂ ଅନଗୁଳର ଖୁସି ରାୟ
ପ୍ରଥମ,ସନ୍ଦୀପ ଶେଖର ନାୟକ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ବିଚାରକ ଭାବରେ ଡ଼ଃ ଅନନ୍ତ ଚରଣ ମିଶ୍ର, ବିଜୟକୃଷ୍ଣ ପଟ୍ଟନାୟକ, ନବୀନ କିଶୋର ପଣ୍ଡା, ଦୁଷ୍ମନ୍ତ ମାର୍ଥା ପ୍ରମୁଖ ରହି ଚୟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ରାଜ୍ୟ ନିର୍ଦେଶକ ବିମଲ ପାଟ୍ଟ୍ରିକ ସାହା ଯୋଗ ଦେଇ ଉଦଘାଟନ କରିଥିଲେ । ପ୍ରାରମ୍ଭରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଜ଼ିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର ସ୍ୱାଗତ କରିଥିବା ବେଳେ ସହକର୍ମୀ ସତ୍ୟବାନ ଦଳବେହେରା ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.