ସର୍ଚ୍ଚ ଅପରେସନ ବେଳେ ମାଲକାନଗିରି ପୋଲିସ ଦ୍ୱାରା ମାଓବାଦୀଙ୍କ ଡ଼ମ୍ପରୁ ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଦୀର୍ଘ ୧୦ ବର୍ଷ ପରେ ହେବାକୁ ଯାଉଛି ନିର୍ବାଚନ । ଏହି ଅଞ୍ଚଳ ପୂର୍ବରୁ ମାଓବାଦୀଙ୍କ ଗଡ଼ରୂପେ ପରିଚିତ ଥିଲା । ସେହି ଅଞ୍ଚଳରେ ନିର୍ବାଚନ ଦିନେ ସ୍ୱପ୍ନ ଥିଲା । କିନ୍ତୁ ବର୍ତ୍ତମାନ ସେହି ଅଞ୍ଚଳରେ ହେବାକୁ ଯାଉଛି ନିର୍ବାଚନ । ତେଣୁ ନିର୍ବାଚନକୁ ଦୃଷ୍ଟିରେ ରଖି ସେହି ଅଞ୍ଚଳରେ ବିଏସଏଫ , ଡିଭିଏଫ ତରଫରୁ ପ୍ରତିଦିନ ଘନ ଘନ କୂମ୍ବିଂ ଅପରେସନ କରାଯାଉଛି ।
ଗତ କାଲି ଜବାନ ମାନଙ୍କ ତରଫରୁ ଯୋଡାମ୍ବ ଥାନା ଅନ୍ତର୍ଗତ ଯନ୍ତ୍ରୀ ପଞ୍ଚାୟତ ର ନଦମଞ୍ଜରୀ ଗ୍ରାମ ନିକଟ ଜଙ୍ଗଲରେ କୁମ୍ବିଙ୍ଗ କରୁଥିବା ବେଳେ ମାଓବାଦୀଙ୍କ ଦ୍ବାରା ପୋତା ହୋଇଥିବା ବିପୁଳ ପରିମାଣର ମାଓ ସାମଗ୍ରୀ ଜବାନ ମାନେ ଜବତ କରିଛନ୍ତି ସେଗୁଡ଼ିକ ହେଲା ଟିଫିନ ବୋମା , ପ୍ରେସର ବୋମା , କଡେ଼କ୍ସ ତାର , ଡିଟନେଟର , ବ୍ୟାନର , ବ୍ୟାଟେରୀ ସହ ଅନେକ ମାଓ ସାମଗ୍ରୀ ଜବତ ହୋଇଥିବା ମାଲକାନଗିରି ଏସ୍ ପି ନୀତିଶ ୱାଧ୍ୟାନି ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ତେବେ ଆସନ୍ତା ୨୪ ତାରିଖ ଦିନ ସ୍ୱାଭିମାନ ଅଞ୍ଚଳରେ ହେବାକୁ ଯାଉଛି ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ମଧ୍ୟ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଥିବା ସୂଚନା ଦେଇଛନ୍ତି ମାଲକାନଗିରି ଏସପି ।

nis-ad
Leave A Reply

Your email address will not be published.