ଭୋଟର ତାଲିକାରେ ନାଁ ନ ଥିବାରୁ ଉତ୍ୟକ୍ତ ହୋଇ ବୁଥରୁ ଭୋଟବାକ୍ସ ଉଠାଇ ନେଲେ

ରାୟଗଡ଼ା (୨୦/୨) : ରାୟଗଡା ଜିଲ୍ଲା ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଳକ ସନାଖଣ୍ଡି ପଞ୍ଚାୟତର ଉପର ମୁଶୁଡି ଓ ତଳ ମୁଶୁଡି ଗାଁ ର ଡଙ୍ଗରିଆ ଭୋଟରମାନେ । ଉକ୍ତ ପଂଚାୟତର ବୁଥ ନମ୍ବର ୧୪ ରାଇଲିମା କେନ୍ଦ୍ରରେ ରାଇଲିମା ସହ ଉପର ମୁଶୁଡି ଓ ତଳ ମୁଶୁଡି ଗାଁ ଲାେକଙ୍କ ଭୋଟ ଗ୍ରହଣ ଅନୁଷ୍ଠିତ ହେବାକୁ ଥିଲା । ଆଜି ସକାଳୁ ରାଇଲିମା ଗ୍ରାମର ଭୋଟରମାନେ ଭୋଟ ଦେଉଥିବା ବେଳେ ଉପର ମୁଶୁଡି ଓ ତଳ ମୁଶୁଡି ଗାଁ ଲାେକଙ୍କ ନାଁ ଭୋଟର ତାଲିକାରେ ଥିଲା । ଯାହାକୁ ନେଇ ଏହି ୨ଗାଁ ଲୋକେ ଉତ୍ୟକ୍ତ ହାେଇ ଭୋଟବାକ୍ସ ନେଇ ଚାଲିଯାଉଥିଲେ ।

ଆଜି ରାଇଲିମା ବୁଥରେ ମାତ୍ର ୬୯ ଜଣ ଭୋଟର ନିଜ ମତଦାନ ସାବସ୍ତ୍ୟ କରିଥିଲେ । ଭୋଟବାକ୍ସ ନେବା ସମୟରେ ଅଧାବାଟରେ ରାୟଗଡା ଏସଡିପିଓ ଦିବ୍ୟଜ୍ୟାେତି ଦାସ, ତହସିଲଦାର ଦେବାଶିଷ କର, କଲ୍ୟାଣସିଂହପୁର ଥାନା ଅଧିକାରୀ ସୁକୁମା ହଂସଦା ପହଞ୍ଚି ଗ୍ରାମବାସୀଙ୍କୁ ଅଟକାଇ ବୁଝାସୁଝା କରୁଛନ୍ତି । ତେବେ ପ୍ରଶାସନର ଭୁଲ ଯୋଗୁଁ ଆମେ ଭୋଟଦାନରୁ ବଞ୍ଚିତ ହେଇଛୁ । ତେଣୁ ଭୋଟ ଦେବାର ବ୍ୟବସ୍ଥା କରାଯିବା ପରେ ହିଁ ଭୋଟବାକ୍ସକୁ ଫେରାଇବୁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଅପରପକ୍ଷେ ଭୋଟର ଲିଷ୍ଟରେ ନାମ ପ୍ରକାଶିତ ହେବାରେ କଣ ତ୍ରୁଟି ରହିଛି ତାହା ତଦନ୍ତ କରାଯିବ ବାେଲି ତହସିଲାଦାର ଶ୍ରୀ କର ପ୍ରକାଶ କରଛନ୍ତି ।

nis-ad
Leave A Reply

Your email address will not be published.