ନିର୍ବାଚନ ନିମନ୍ତେ ଟିକାବାଲି ପ୍ରଶାସନର ପ୍ରସ୍ତୁତି

ଟିକାବାଲି (୧୯/୦୨) : ଟିକାବାଲି ବ୍ଲକର ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ଚତୁର୍ଥ ପର୍ଯ୍ୟାୟରେ ଚଳିତ ମାସ 22 ତାରିଖରେ ଭୋଟ ରହିଥିବା ବେଳେ ଟିକାବାଲି ବ୍ଲକ ପ୍ରସାସନ ଭୋଟ ଯେପରି ସୁରୁଖୁରୁରେ ହେବ ସେଥିନିମନ୍ତେ ଲାଗିପଡିଥିବା ଜଣାପଡିଛି । ଟିକାବାଲି ପୋଲିସ ପ୍ରସାସନ ମଧ୍ୟ ଯେପରି ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଦାନ ସମାପନ ହେବ ସେଥିନିମନ୍ତେ ପ୍ରସ୍ତୁତି ଚାଲିଥିବା ଥାନାଧୀକାରି ସୂଚନା ଦେଇଛନ୍ତି।

ଟିକାବାଲି ବ୍ଲକରେ 11ଟି ଗ୍ରାମପଞ୍ଚାୟତ ରହିଥିବା ବେଳେ 2ଟି ଜିଲ୍ଲାପରିଷଦ ରହିଛି।11ଟି ଗ୍ରାମପଞ୍ଚାୟତରେ ସର୍ବ ମୋଟ 42 ଜଣ ସରପଞ୍ଚ ପାର୍ଥି,ସମିତିସଭ୍ୟ ନିମନ୍ତେ 39ଜଣ ଥିବା ବେଳେ କଇଁଝର ଗ୍ରାମପଞ୍ଚାୟତ ର୍ନିଦୋନ୍ଦ ପାର୍ଥି ରହିଛନ୍ତି,ଓ୍ବାଡମେମ୍ଭର ନିମନ୍ତେ 16 ଜଣ ପ୍ରତିଦୁନ୍ଦିତା କରୁଥିବା ବେଳେ ଆଉ ବାକି ସବୁ ର୍ନିଦୋନ୍ଦ ପାର୍ଥି ରହିଛନ୍ତି ଏବଂ ଜିଲ୍ଲାପରିଷଦର 2ଟି ଜୋନ ନିମନ୍ତେ 7ଜଣ ପାର୍ଥି 8ନଂ ଜୋନ ରେ ୪ଜଣ ଥିବା ବେଳେ 7ନଂ ଜୋନରେ ୩ଜଣ ପ୍ରତିଦୁନ୍ଦିତା କରୁଥିବାର ସୂଚନା ମିଳିଛି।ଟିକାବାଲି ବ୍ଲକରେ ସର୍ବ ମୋଟ 175 ଟି ବୁଥ ରହିଥିବା ବେଳେ ସେଥିମଧ୍ୟରୁ 65ଟି ସମ୍ବେଦନା ପ୍ରବଣ ଏବଂ 13 ଟି ଅତିସମ୍ବେଦନ ପ୍ରବଣ ବୁଥ ଚିହ୍ନଟ ହୋଇଥିବା ଟିକାବାଲି ବ୍ଲକର ଗ୍ରାମପଞ୍ଚାୟତ ଅଧିକାରୀ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.