ଖଲ୍ଲିକୋଟ : ପିଇବା ପାଣି, ଭତ୍ତା ଓ ଆବାସ ପାଲଟିଛି ନିର୍ବାଚନୀ ମୁଦ୍ଦା

ଖଲ୍ଲିକୋଟ (୧୯ /୨) : ପଂଚାୟତ ଓ ନଗରପାଳିକା ଆଇନର ପ୍ରଚଳନ ପ୍ରାୟ ୨୬ ବର୍ଷ ବିତିବା ସହ ସ୍ୱାଧୀନତା ପ୍ରାପ୍ତି ର ୭୫ ବର୍ଷ ବିତିଗଲାଣି ଓ ବାରମ୍ବାର ପଂଚାୟତ ଅନୁଷ୍ଠିତ ହେଉଛି ତଥାପି ଗାଁ ଗଣ୍ଡା ଏବେବି ମାଲ ମାଲ ମୌଳିକ ସମସ୍ୟା ଏବେବି ଅପହଞ୍ଚ ହେବା ସହ ଗ୍ରାମାଞ୍ଚଳ ରେ ଉତ୍କଟ ବେକାରୀ, ଅଶିକ୍ଷା, ଅନ୍ଧବିଶ୍ୱାସ ଓ ଦାଦନ ଦୁଃଖ ଭଳି ସମସ୍ୟା ପିଛା ଛାଡ଼ିନି l ତେବେ ଗରିବଙ୍କୁ ଗାଁ ରେ ମୁଥଏ ଚାଉଳ ଆତ୍ମ ସନ୍ତୋଷ ଦେଇଥିବା ଦେଖିବାକୁ ମିଳିଛି l ଚଳିତ ପଂଚାୟତ ନିର୍ବାଚନ ରେ ଆଗକୁ ଖରା ଦିନ ଆସୁଥିବା ବେଳେ ଗ୍ରାମାଞ୍ଚଳ ରେ ଏବେଠାରୁ ପିଇବା ପାଣି ,ବୃଦ୍ଧ ,ବିଧବା ଓ ବିକଳାଙ୍ଗ ଭତ୍ତା ସାଙ୍ଗକୁ ଆବାସ ସମସ୍ୟା ମୁଖ୍ୟ ମୁଦ୍ଦା ପାଲଟିଛି l ଗ୍ରାମାଞ୍ଚଳ ଯୁଆଡେ ଗଲେ ଭୋଟର ମାନେ ଏହି ସମସ୍ୟା କୁ ଉଥାପାନ କରି ସରପଂଚ ମାନଙ୍କୁ ଦୋଷରୀପ କରୁଛନ୍ତି l

ଖଲ୍ଲିକୋଟ ବ୍ଲକ ର ଦାନପୁର ପଂଚାୟତ ର ଦେଉଳପାଲ୍ଲୀ ଗ୍ରାମ ର ବହୁତ ଲୋକ ଭଙ୍ଗା ଦଦରା ଓ ନୁଆଁଣିଆ ଚାଳ ଘରେ ବାସ କରୁଥିବା ବେଳେ ଗ୍ରାମର ଅଧିକାଂଶ ଯୁବକ ରାଜ୍ୟ ବାହାରେ ଦାଦନ ଖାଟୁ ଥିବା ସେମାନେ ସରକାର ଙ୍କ ଆବାସ ଯୋଜନା ରୁ ବଂଚିତ ହେବା ସହ ଘରେ ଅସହାୟ ମହିଳା ,ବୃଦ୍ଧ ଓ ବିକଳାଙ୍ଗ ମାନେ ଭତ୍ତା କୁ ଚାହିଁ ଚାହିଁ ମୃତୁ ବାରଣ କଲେଣି l ବ୍ଲକ ର ତୁଳସୀପୁର ପଂଚାୟତ ର କମଳା ପଦର ଗ୍ରାମ ର ମହିଳା ମାନେ ସ୍ୱାଧିନତାପର ଠାରୁ ଜଙ୍ଗଲିଆ ରାସ୍ତା ରେ ୨ କି ମି ଯାଇ ପିଇବା ପାଣି ସଂଗ୍ରହ କରୁଥିବା ପଂଚାୟତ ବେଳେ ପଂଚାୟତ ର ଅଧିକାଂଶ ଗ୍ରାମ ରେ ପାନୀୟଜଳ ଏକ ସମସ୍ୟା ହୋଇ ଠିଆ ହୋଇଛି l

ଏଣେ badhinuapali ପଂଚାୟତ ର କୃଷ୍ଣ ନାୟକ ନାମକ ଜଣେ ୭୦ ବର୍ଷ ର ପକ୍ଷାଘାତ ରୋଗୀ ଭତା କୁ ଅପେକ୍ଷା କରି ଛଟପଟ ହେଉଥିବା ପତ୍ନୀ ସୁକୁମାରୀ ନାହାକ କହିବା ସହ ପିଲାମାନେ ବାପା ମା କୁ ଛାଡି ଚାଲିଯିବା ଫଳରେ ଆବାସ ବିନା ଭଙ୍ଗା ଘରେ ଜୀବନ କଟାଉଛନ୍ତୁ l ମନାପାଲୀ ଗ୍ରାମର ଜଣେ ଅକର୍ମଣ୍ୟ ମହିଳା ଗୁଡ଼ୁ ପତ୍ର ନିଜର ଚାରି ଛୋଟ ଶିଶୁ କନ୍ୟା କୁ ଧରି ଛଟପଟ ହୋଇ ନିଜ ବାପା ଘରେ ଏକ ଭଙ୍ଗା ଘର ତଳେ ପଡ଼ିରହିଛି l ସେହିପରି ଦାନପୁର ର କାମିନୀ ନାହାକ ,ନରସୁ ପାହାନ ଆବାସ ବିନା ଭଙ୍ଗ ଚାଲ ଛପର ଘରେ କାଳାତିପାତ କରୁଥିବା ଦେଖିବାକୁ ମିଳୁଛି l ସେହିପରି ବ୍ଲକ ର ଅଧିକାଂଶ ପଂଚାୟତ ରେ ଭୋଟର ମାନେ ସରପଂଚ ଓ ବ୍ଲକ ପ୍ରଶାସନ ଉପରେ ମାଣେରେଗା ଯୋଜନା ଠୁ ଆରମ୍ଭ କରି କୋଭିଡି ପରିଚାଳନା ନେଇ ଦୁର୍ନୀତି ଆରୋପ କରିଥିବା ବେଳେ ଗ୍ରାମାଞ୍ଚଳ ର ସଚେତନ ଭୋଟର ମାନେ ପ୍ରଲୋଭନ କୁ ଏଡାଇ କି ପ୍ରକାର ନିର୍ଣ୍ଣୟ ନେବେ ତାହା ଆଗାମୀ ୨୬ ତାରିଖ ରେ କି ପ୍ରକାର ଫଇସଲା କରିବେ ତାହା ଦେଖିବାକୁ ଅପେକ୍ଷା ରେ ଅଛନ୍ତି l

nis-ad
Leave A Reply

Your email address will not be published.