ମାଲକାନଗିରି : (୧୯/୦୨) : ୬୫ ବିଏସଏଫ ବଟାଲିୟନ ତରଫରୁ ଜନସମ୍ପର୍କ ଶିବିର ଖାଇରପୁଟ ବ୍ଲକ ର ଅଣ୍ଡ୍ରାହାଲ ପଞ୍ଚାୟତ ଅନ୍ତର୍ଗତ ଭାଲିଆପଦର ଗ୍ରାମରେ ଅନୁଷ୍ଠିତ ହେଇ ଯାଇଛି । ଏହି କାର୍ଯ୍ୟକ୍ରମରେ ବିଏସଏଫ DIG ଶ୍ରୀ ମଦନଲାଲ ଏବଂ ୬୫ ବଟାଲିୟନ ର କମାଣ୍ଡିଂ ଅଫିସର ଶ୍ରୀ ଟି.ଏନ.ରେଡ୍ଡୀ ଉପସ୍ଥିତ ରହି ଶତାଧିକ ଗ୍ରାମବାସୀ ଙ୍କୁ ପିନ୍ଧିବା ପାଇଁ ଵସ୍ତ୍ର, ବିଭିନ୍ନ ଘରକରଣା ଜିନିଷ, ସଫେଇ ସାମଗ୍ରୀ, ଚାଷୀ ଉପକରଣ ସହିତ ଖେଳ ସାମଗ୍ରୀ ମାନ ବଣ୍ଟନ କରିଥିଲେ । ଗ୍ରାମର ଲୋକେ ବିଏସଏଫ ର ଏପରି ବନ୍ଧୁତ୍ୱ ପୂର୍ଣ କାମକୁ ଭୁୟସି ପ୍ରଂସଶା କରିବା ସହିତ ଖୁସି ଜାହିର କରିଥିଲେ । DIG ଶ୍ରୀ ମଦନ ଲାଲ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକ ମାନଙ୍କ ମଧ୍ୟରେ ସାମାଜିକ ଓ ସୁରକ୍ଷା ଭାବନା ଜାଗ୍ରତ କରାଇବା ସହ ଲୋକମାନଙ୍କ କଲ୍ୟାଣ ପାଈଁ ସର୍ବଦା ପ୍ରୟାସ କରି ଆସୁଛି ବୋଲି କହିଥିଲେ।ସେ ଆହୁରି ମଧ୍ୟ ଯୁବ ଗୋଷ୍ଠୀ ଙ୍କୁ ସ୍ୱାସ୍ଥ୍ୟବାନ ରହିବାର ମୂଳମନ୍ତ୍ର ଦେଇଥିଲେ । ଅର୍ଧ ସାମରିକ ବାହିନୀ,ବିଶେଷ କରି ବିଏସଏଫରେ ଭର୍ତ୍ତି ହେବାପାଇଁ ଯୁବକ ମାନଙ୍କୁ ପରାମର୍ଶ ଦେଇଥିଲେ । Bsf ଭାରତର ପ୍ରଥମ ସୁରକ୍ଷା ବଳୟ ବୋଲି ଯୁବଗୋଷ୍ଠୀ ଙ୍କ ମନରେ ଅବିହିତ କରିଥିଲେ । ପ୍ରତିବର୍ଷ ମାଓପ୍ରବଣ ଅଞ୍ଚଳରେ ଏହି ଭଳି ଜନକଲ୍ୟାଣ କାର୍ଯ୍ୟ ଜରିଆରେ ନିତ୍ୟ ଆବଶ୍ୟକ ଜିନିଷ ଓ ମେଡ଼ିକାଲ କ୍ୟାମ୍ପ ର ସୁବିଧା ସହ ରୋଗୀଙ୍କୁ ପରୀକ୍ଷା ନିରୀକ୍ଷା କରିବା ସଙ୍ଗେ ସଙ୍ଗେ ମାଗଣାରେ ଔଷଧ ବଣ୍ଟନ କରାଯାଇଛି । କୋଭିଡ ସମୟରେ ମଧ୍ୟ ବିଏସଏଫ ଅନେକ ଲୋକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରି ଆସିଛି,ଲୋକମାନଙ୍କ ସେବାରେ ସଦାସର୍ବଦା ରହିଛି ଓ ଆଗକୁ ଏହିପରି ପ୍ରୟାସ ରହିବ ବୋଲି କହିଥିଲେ।
Sign in
Sign in
Recover your password.
A password will be e-mailed to you.