୧୧ନଂ ଜୋନ ଜିଲା ପରିଷଦ ପ୍ରାର୍ଥୀଙ୍କୁ ଜିତେଇବାକୁ ବିଧାୟକ ସାଲୁଗା ପ୍ରଧାନଙ୍କ ଗଦାପୁର ଓ ଝିଞ୍ଜିରିଗଡା ଠାରେ ଦଳୀୟ କର୍ମୀଙ୍କୁ ନେଇ ସଭା ଓ ରାଲି
ଦାରିଙ୍ଗବାଡ଼ି, (୧୯/୦୨) : ଦାରିଙ୍ଗବାଡି ବ୍ଲକରେ ଦୁଇଟି ଜିଲାପରିଷଦ ଯୋନ ରହିଛି। ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ଶାସକ ଦଳ ବିଧାୟକ ସାଲୁଗା ପ୍ରଧାନ ଦାରିଙ୍ଗବାଡ଼ି ବ୍ଲକ ବାସିନ୍ଦା ଅଟନ୍ତି। ଏଣୁ ଏହି ବ୍ଲକରେ ଥିବା ୨ ଜିଲା ପରିଷଦ ପଦବୀ ହତେଇବା ପାଇଁ, ବିଜେଡିର ଦଳୀୟ ପଥୀଙ୍କୁ ଜିତେଇବାକୁ ବ୍ଲକ ଅଞ୍ଚଳର ଗାଁ ଗହଳି, ଗଳି କନ୍ଦିରେ ବୁଲି ଭୋଟ ପ୍ରଚାର କରିବା ସହିତ ସଭା ସମିତି ଓ ରାଲି ମାଧ୍ୟମରେ ବିଜେଡିର ଦଳୀୟ ପାର୍ଥିଙ୍କୁ ଭୋଟ ଦେବାକୁ ସଚେତନ କରିବାରେ ଲାଗିଛନ୍ତି।
ପ୍ରକାଶ ଥାଉକି ଦାରିଙ୍ଗବାଡିକୁ କଂଗ୍ରେସର ଗଡ଼ କୁହାଯାଉଛି। ଏହି ବ୍ଲକରେ ଶେଷ ପର୍ଯ୍ୟାୟ ୨୪ତାରିଖରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରହିଛି।ଏଣୁ ଵ୍ରହ୍ମଣୀଗାଁ ଅଞ୍ଚଳର ଝିଞ୍ଜିରଗୁଡ଼ା ଓ ଗଦାପୁରରେ ସଭା ଓ ସଚେତନତାର ପ୍ରଚାର ରାଲି କରି ବିଜୁ ଜନତା ଦଳର ୧୧ନଂ ଜିଲା ପରିଷଦ ପାର୍ଥି ରମାକାନ୍ତ ମାଝୀଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ପ୍ରଚାର ମାଧ୍ୟମରେ ନିବେଦନ କରିଛନ୍ତି। ଏହି କାର୍ଯ୍ୟ କ୍ରମରେ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ତଥା ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ ପଣ୍ଡା ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନ ହିତକର ଯୋଜନ ସମ୍ପର୍କରେ ବହୁ ସୁନ୍ଦର ଭାବେ ନିଜ ବକ୍ତବ୍ୟରେ ରଖି ଭୋଟରଙ୍କ ମନ ଜିଣି ଥିବା ପ୍ରକାଶ ପାଇଛି।