ହିଞ୍ଜିଳିକାଟୁ, ୧୯ା୨ : ଚଳିତ ମାସ ୧୬ ତାରିଖରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସମୟରେ ଟଙ୍କା ନେଇ ଭୋଟ ଦେବାକୁ ବାଧ୍ୟ କରିବା ଓ ଭୋଟର ମନା କରିବାରୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେବା ମହଙ୍ଗା ପଡ଼ିଛି । ହିଞ୍ଜିଳିକାଟୁ ବ୍ଳକ ଗଣ୍ଡଳା ପଂଚାୟତରେ ବୁଧବାର ମତଦାନ ଚାଲିଥିବା ବେଳେ ସଂପୃକ୍ତ ଗ୍ରାମର ଅର୍ଜୁନ ସେଠି ମତଦାନ ସକାଶେ କେନ୍ଦ୍ର ସମ୍ମୁଖରେ ଠିଆ ହୋଇଥିଲେ ।
ସେହି ସମୟରେ ସେହି ଗ୍ରାମର ୨ ଜଣ ଯୁବକ ଦିପକ ପଣ୍ଡା ଓ ରାମକୃଷ୍ଣ ମହାନ୍ତି ନିର୍ଦ୍ଧିଷ୍ଠ ସରପଂଚ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଟଙ୍କା ଜାଚିଥିଲେ । ଅର୍ଜୁନ ମନା କରିବାରୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ଏ ନେଇ ଅର୍ଜୁନ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗଭିତ୍ତିରେ ହିଞ୍ଜିଳି ଥାନାରେ ନଂ- ୯୦/୨୨ରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି