ବାଲାଟ୍ ପେପର ଓ ଭୋଟ ବାକ୍ସ ଲୁଟ୍ ଘଟଣାରେ ୫ ଗିରଫ

ଜଗତସିଂହପୁର, ୧୯ ।୨  ଜଗତସିଂହପୁର ଜିଲା ସଦର ବ୍ଲକ ପଟସରା ପଞ୍ଚାୟତ ୧ ଓ ୨ ନମ୍ବର ବୁଥରୁ ଶୁକ୍ରବାର ମତଦାନ ଚାଲିଥିବା ସମୟରେ  ଜୋର ଜବରଦସ୍ତ ବୁଥ ଭିତରେ ପଶି ବାଲାଟ ପେପର ଓ ବାକ୍ସ ଲୁଟି ନେଇଥିଲେ। ଏହି ଘଟଣାରେ ଜଗତସିଂହପୁର ପୋଲିସ ୫ ଜଣଙ୍କୁ  ଗିରଫ କରିଛି। ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ଚଢାଉ ଜାରି ରଖିଛି। ସେହିପରି ପଲି ପଂଚାୟତ ହାବେଳି ନାଥ ସାହି ଗାଁରେ ପୋଲିସ ଗାଡି ଭଙ୍ଗାରୁଜା ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ଶୁକ୍ରବାର  ମତଦାନ ଚାଲିଥିବା ବେଳେ ୨୫ ରୁ ଉର୍ଦ୍ଧ୍ବ  ମାରଣାସ୍ତ୍ର ଧରି ଦୁଇଟି ବୁଥ ଭିତରେ ପଶିଥିଲେ।  ଗୋଟିଏ ବୁଥରୁ  ବାଲାଟ ପେପର ଓ ଅନ୍ୟ ଗୋଟିଏ ବୁଥରୁ ଭୋଟ ବାକ୍ସ ଛଡାଇ ନେଇ ଫେରାର ହୋଇ ଯାଇଥିଲେ । ଶନିବାର ସକାଳୁ ଲୁଟ ଭୋଟ ବାକ୍ସ କୁଳ ପଟସରା ପ୍ରାଥମିକ ବିଦ୍ୟାଳୟ ନିକଟରେ ପଡିଥିବାର ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ ।

nis-ad
Leave A Reply

Your email address will not be published.