ଦାନପୁର ପାଲଟିଛି ରାଜନୈତିକ ରଣାଙ୍ଗନ

ଖଲ୍ଲିକୋଟ (୧୮/୦୨) : ପଂଚାୟତ ନିର୍ବାଚନ ମାତ୍ର ୪ ଦିନ ବାକି ଥିବା ବେଳେ ଖଲ୍ଲିକୋଟ ବ୍ଲକର ସମସ୍ତ ପଂଚାୟତ ରଙ୍ଗ ବେରଂଗ ବ୍ୟାନର ସାଙ୍ଗକୁ ଡ଼ିଜେ ପ୍ରଚାର ରେ ଫାଟି ପଡୁଥିବା ବେଳେ ଦାନପୁର ପଂଚାୟତ ଉପରେ ସମସ୍ତ ବ୍ଲକ ରାଜନୀତି ଦୃଷ୍ଟି ନିବଦ୍ଧ ହୋଇଥିବା ବେଳେ ବର୍ତମାନ ଅସନ୍ତୁଷ୍ଟ ଓ ମୂଳ ବିଜେଡି ପାର୍ଥୀଙ୍କୁ ମଧ୍ୟରେ କଡା ମୁକାବିଲା ହେବା ସାଙ୍ଗକୁ ଦାନପୁର ପଂଚାୟତ ରାଜନୈତିକ ରଣାଙ୍ଗନ ରେ ପରିଣତ ହୋଇଛି l

ଗତ ୧୩ ତାରିଖ ରେ ଅସନ୍ତୁଷ୍ଟ ବିଜେଡି ତରଫରୁ ଏକ ପ୍ରଚାର ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଶୁକ୍ରବାର ଦିନ ଦାନପୁର ପଂଚାୟତ ର ସମିତି ସଭ୍ୟ ତଥା ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଙ୍କ ସ୍ୱାମୀ ଦୈତାରୀ ବେହେରା ଏକ ବିରାଟ ପ୍ରଚାର ଶୋଭାଯାତ୍ରା ସାଙ୍ଗକୁ ଶହ ଶହ ମହିଳାଙ୍କୁ ନେଇ ଏକ ମୋଟର ସାଇକେଲ ରାଲିରେ ଦାନପୁର , ଡ଼େଙ୍ଗା ପଦର , ଦେଉଳପଲ୍ଲୀ ଓ କରଂଜରା ଗ୍ରାମ ଗୁଡିକ ପରିକ୍ରମା କରି ଭୋଟ ଭିକ୍ଷା କରିଥିଲେ l

ଉକ୍ତ ପ୍ରଚାର ଶୋଭାଯାତ୍ରା ରେ ଆସିକା ସଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଓ ବିଜେଡି ସଭାପତି ଗଙ୍ଗାଧର ଖୁଣ୍ଟିଆ ସମେତ ବିଜେଡି ର ବହୁ ଛାମୁଆ ନେତା ଙ୍କ ସମେତ ଏକ ହଜାରରୁ ଉର୍ଧ କର୍ମୀ ପଂଚାୟତ ର ବିଭିନ୍ନ ଗ୍ରାମରୁ ଆସି ଏହି ପ୍ରଚାର ରେ ଅଂଶ ଗ୍ରହଣ କରିଥିଲେ l

nis-ad
Leave A Reply

Your email address will not be published.