ଦାରିଙ୍ଗବାଡ଼ି ପଞ୍ଚାୟତର ୭ଜଣ ସରପଞ୍ଚ ପ୍ରାର୍ଥୀଙ୍କ ଭିତରେ କଡ଼ା ଟକ୍କର

ଦାରିଙ୍ଗବାଡ଼ି (୧୮/୦୨) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦାରିଙ୍ଗବାଡ଼ି ଗ୍ରାମ ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ସାତଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଉକ୍ତ ପଞ୍ଚାୟତରେ ଥିବା ୨୨ଟି ୱାର୍ଡ ରେ ୬୭୧୪ ଜଣ ଭୋଟର ରହିଛନ୍ତି । ସାତଜଣ ପ୍ରାର୍ଥୀ ଜିଏଯାହାର ନିଜସ୍ଵ ଶୈଳୀରେ ଭୋଟ ପ୍ରଚାର କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ ଚଳାଇଛନ୍ତି । ରୁକାନବାଡ଼ି ୭ନମ୍ବର ୱାର୍ଡ ର ସଲମି ପ୍ରଧାନ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀ ହୋଇଛନ୍ତି ।

ସେ ବିଭିନ୍ନ ବର୍ଗର ବିକ୍ତିଙ୍କୁ ନେଇ ନିଆଁରା ଢ଼ଙ୍ଗରେ ଭୋଟ ପ୍ରଚାର କରି ଭୋଟଭିକ୍ଷା କରୁଥିବା ଦେଖିବାକୁ ମିଳିଛି । କେତେ ବେଳେ ମହିଳା ଗୋଷ୍ଠୀଙ୍କୁ ନେଇ ପ୍ରଚାର କରୁଛନ୍ତି ତ ଆଉ କେତେ ବେଳେ ଯୁବଗୋଷ୍ଟି , ନେତୃତ୍ୱବ୍ୟକ୍ତି ମାନଙ୍କୁ ନେଇ ଭୋଟଭିକ୍ଷା କରୁଛନ୍ତି । ସଲମି ପ୍ରଧାନ ଜଣେ ଶିକ୍ଷିତା ,ମେଳାପୀ , ପରୋପକାରୀ ଲୋକପ୍ରିୟ ବ୍ୟକ୍ତିତ୍ବର ମହିଳା ଅଟନ୍ତି । ଏଥିପାଇଁ ଭୋଟରଙ୍କ ମଧ୍ୟରେ ଅନ୍ୟ ପ୍ରାର୍ଥୀ ଙ୍କ ଠାରୁ ଗ୍ରହଣୀୟତା ଅଧିକ ରହିବା ସହ ତାଙ୍କର ଭୋଟ ପ୍ରଚାର ଓ ପ୍ରସାର ଆଗୁଆ ରହିଥିବା ଆଲୋଚନା ହେଉଛି। ଆସନ୍ତା ୨୪ ତାରିଖ ଶେଷ ପର୍ଯ୍ୟାୟରେ ଭୋଟ ଦାନ ରହିଥିବାରୁ ପ୍ରଚାର ଜୋରଦାର କରିବା ସହ ଘରେ ଘରେ ପହଞ୍ଚି ସଲମି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି।

nis-ad
Leave A Reply

Your email address will not be published.