କୋଟିଆ ପଞ୍ଚାୟତ ନିର୍ବାଚନ : ବିଶୃଙ୍ଖଳା ଆଚରଣ ବିଧି ଆଶଙ୍କା ନେଇ 12 ଜଣଙ୍କୁ ନୋଟିସ…

କୋରାପୁଟ : ଆଜି କୋଟିଆରେ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଏନେଇ ପଟ୍ଟାଙ୍ଗି ତହସିଲଦାରଙ୍କ କାର୍ଯ୍ୟାଳୟରୁ 12 ଜଣଙ୍କୁ ନୋଟିସ କରାଯାଇଛି । କୋଟିଆରେ  ଆଜି ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ଆନ୍ଧ୍ର ସମର୍ଥକ ଓ ଅନ୍ୟ କିଛି ସ୍ଥାନୀୟ ବ୍ୟକ୍ତି ନିର୍ବାଚନ ପ୍ରକ୍ରିୟାରେ ବାଧା ଉପୁଜାଇବା ଆଶଙ୍କା ରହିଛି ।ଏନେଇ ସେମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ  ତହସିଲ କାର୍ଯ୍ୟାଳୟରେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ପାଖରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ ସମୟରେ ସେମାନେ କୌଣସି ବାଧା ଉପୁଜାଇବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେବାକୁ ହେବ ବୋଲି ଏହି ନିର୍ଦ୍ଦେଶ ପତ୍ରରେ ଉଲ୍ଲେଖ ରହିଛି । ଏହାସହ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।ରହିଛି ।  

nis-ad
Leave A Reply

Your email address will not be published.