ବୁଥ୍ ଜବରଦଖଲ, ଜଣେ ଗିରଫ

ଯାଜପୁର: ବହୁ ପ୍ରତୀକ୍ଷିତ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ୟ୍ୟାୟରେ ମତଦାନ ଆରମ୍ଭ ହୋଇଯାଇଛି । ଆଜି ସକାଳ ୭ଟାରୁ ପ୍ରଥମ ପର୍ୟ୍ୟାୟରେ ୧୬୬୯ଟି ପଞ୍ଚାୟତରେ ଭୋଟ ଗ୍ରହଣ କରାଯାଉଛି । ରାଜ୍ୟର ୨୨ ହଜାର ୩୭୯ଟି ବୁଥରେ ଏହି ଭୋଟ ଗ୍ରହଣ କରାଯାଉଛି । ରାଜ୍ୟର ୩୦ଟି ଜିଲ୍ଲାର ୨ଶହ ଜିଲ୍ଲା ପରିଷଦ ଜୋନ୍‌ରେ ମତଦାନ ହେବ ।

ଏଥି ପାଇଁ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ସମେତ ୭୨୬ ଜଣ ପ୍ରାର୍ଥୀ ନିର୍ବାଚନୀ ପଡ଼ିଆରେ ଅବତୀର୍ଣ୍ଣ ହୋଇଛନ୍ତି । ତେବେ ଯାଜପୁରରେ ମଧ୍ୟ ଭୋଟ୍ ଦାନ କେନ୍ଦ୍ରରେ ଉତ୍ତେଜନା । ବିଚିତ୍ରପୁର ପଂଚାୟତ ୧୧ ନମ୍ବର ୱାର୍ଡରେ ଗଣ୍ଡଗୋଳ ଦେଖିବାକୁ ମିଳିଛି । ଜଣେ ଯୁବକ ବଳପୂର୍ବକ ଭୋଟ୍ କରିବାକୁ ଚାହିଁଥିଲେ । ଏହାକୁ ନେଇ କିଛି ସମୟ ବୁଥରେ ଉତ୍ତେଜନା ଦେଖିବାକୁ ମିଳିଛି । ସଂପୃକ୍ତ ଯୁବକଙ୍କୁ ଗିରଫ କରାଯାଇଛି । ଏହା ପରେ ବୁଥରେ ମତଦାନ ଆରମ୍ଭ ହୋଇଛି ।
ସେପଟେ, ବାଲେଶ୍ୱର ଜଳେଶ୍ୱର ବ୍ଲକ ଶିଖରପୁର ପଂଚାୟତର ୪ ନମ୍ବର ବୁଥ୍ରେ ଉତେଜନା । ଜିଲ୍ଲା ପରିଷଦ ଏଜେଂଟ ବିସିବାକୁ ନଦେବାରୁ ଭୋଟ୍ ଗ୍ରହଣ କେନ୍ଦ୍ରରେ ଉତେଜନା । ଫଳରେ ଅଧ ଘଂଟା ବନ୍ଦ ରହିଥିଲା ମତଦାନ । ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି । ତହସିଲଦାର ଓ ବିଡିଓ ଘଟଣାସ୍ଥଳରେ ପହଂଚି ବୁଝାସୁଝା କରିବା ପରେ ମତଦାନ ଆରମ୍ଭ ହୋଇଛି । ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି ।

nis-ad
Leave A Reply

Your email address will not be published.