ମାଲକାନଗିରି ଜିଲ୍ଲାରେ ଦିନ ୧ଟା ସୁଦ୍ଧା ୪୨.୨ ପ୍ରତିଶତ ମତ ଦାନ…

ମାଲକାନଗିରି : ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟଦାନ ଜାରି ରହିଛି । ଦିନ ୧ଟା ସୁଦ୍ଧା ୪୨.୨ପ୍ରତିଶତରୁ ଅଧିକ ମତଦାନ ସରିଛି । ଏନେଇ ଜିଲ୍ଲା ସୂଚନା ବିଭାଗ ତରଫରୁ ସୂଚନା ମିଳିଛି ୩ଟି ଜୋନ ରେ ପ୍ରଥମ ପର୍ଯ୍ୟାୟରେ ଶାନ୍ତି ଶୃଙ୍ଖଳାରେ ମତଦାନ ଚାଲିଥିବା ସୂଚନା ମିଳିଛି ।

ଏଥି ସହିତ ମାଲକାନଗିରି ଜିଲ୍ଲାରେ ମତଦାନକୁ ନେଇ ଭୋଟର୍‌ଙ୍କ ମଧ୍ୟରେ ଉତ୍ସାହ ଓ ଲମ୍ବା ଲାଇନ୍‌ ଦେଖିବାକୁ ମିଳୁଛି । ମହିଳା ଭୋଟରଙ୍କୁ ଉତ୍ସାହିତ କରିବା ପାଇଁ କରାଯାଇଛି ପିଙ୍କ୍ ବୁଥ । ମାଲକାନଗିରି ବ୍ଲକ ଅନ୍ତର୍ଗତ ତମସା ପଞ୍ଚାୟତରେ ପିଙ୍କ ବୁଥରେ ଅଧିକ ଉତ୍ସାହରେ ଭୋଟ ଦେଇଛନ୍ତି ଅଧିକ ମହିଳା । ଭୋଟ ଦେବା ପାଇଁ ଭୋଟର ଲମ୍ବାଧାଡିରେ ଠିଆ ହୋଇ ଦେଉଛନ୍ତି ଭୋଟ ।

nis-ad
Leave A Reply

Your email address will not be published.