ଏପ୍ରିଲ୍‍ ଶେଷ ସପ୍ତାହରେ ସିଆଇଏସ୍‍ସିଇ ପରୀକ୍ଷା

ଭୁବନେଶ୍ୱର : ସିଆଇଏସ୍‍ସିଇ ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଆସନ୍ତା ଏପ୍ରିଲ ଶେଷ ସପ୍ତାହରେ ଆୟୋଜିତ ହେବ। ପରୀକ୍ଷା ସୂଚୀ ସମ୍ପର୍କରେ ସବିଶେଷ ତଥ୍ୟ ପରିଷଦର ୱେବସାଇଟ୍‍ରେ ପ୍ରକାଶ ପାଇବ। ତେବେ ପ୍ରି-ବୋର୍ଡ଼ ପରୀକ୍ଷା ପୂର୍ବରୁ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ସିଲାବସ୍‍ ଶେଷ କରିବାକୁ ପରିଷଦ ସିଆଇଏସଇ ଦ୍ୱାରା ଅନୁବନ୍ଧିତ ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କୁ ଅବଗତ କରିଛି।

ଏପ୍ରିଲ୍‍ ଶେଷ ସପ୍ତାହରୁ ଆଇସିଏସଇ(ଦଶମ) ଓ ଆଇଏସସି(ଦ୍ୱାଦଶ) ପିଲାଙ୍କ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ସମ୍ପର୍କିତ ସବିଶେଷ ସୂଚୀ ପରିଷଦର ୱେବସାଇଟ୍‍ www.cisce.orgରେ ପ୍ରକାଶ ପାଇବ। ସେହିପରି ସିବିଏସଇ ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଟର୍ମ ୨ ପରୀକ୍ଷା ଅଫଲାଇନ୍‍ ମୋଡରେ ଏପ୍ରିଲ୍‍ ୨୬ରୁ ଆରମ୍ଭ ବୋଲି ବୋର୍ଡ଼ ଦର୍ଶାଇଛି।

nis-ad
Leave A Reply

Your email address will not be published.