ସରପଞ୍ଚ ପ୍ରାର୍ଥୀଙ୍କ ସନ୍ଦେହ ଜନକ ମୃତ୍ୟୁ, ନିର୍ବାଚନ ସ୍ଥଗିତ

କଟକ: ନିର୍ବାଚନ ପୂର୍ବରୁ ସରପଞ୍ଚ ପ୍ରାର୍ଥୀଙ୍କ ସନ୍ଦେହଜନକ ମୃତ୍ୟୁ । କଟକ ସଦର ଯଶପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି । ସରପଞ୍ଚ ପ୍ରାର୍ଥୀ ଜଣକ ହେଉଛନ୍ତି ନମିତା ବେହେରା । ତେବେ ସେଠାରେ ସରପଞ୍ଚ ନିର୍ବାଚନକୁ ସ୍ଥଗିତ ରଖାଯାଇଛି ।

ସୂଚନା ଅନୁସାରେ, ନମିତା ଚଳିତ ପଞ୍ଚାୟତ ନିର୍ବାଚନରେ ମାଛ ଚିହ୍ନରେ ପ୍ରତିଦ୍ୱନ୍ଦିତା କରୁଥିଲେ । ନିର୍ବାଚନ ଜିତିବାକୁ ପ୍ରଚାର ମଧ୍ୟ ଜୋରଦାର କରିଥିଲେ । ମାତ୍ର ଗତକାଲି ବିଳମ୍ବିତ ରାତିରେ ନମିତା ବେହେରାଙ୍କ ମୃତ୍ୟୁ ହୋଇଛି । କଟକ ବଡ ମେଡିକାଲରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯଯାଇଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁ ସମ୍ପର୍କରେ ତଥ୍ୟ ମିଳିପାରିବ । ଏହାସହିତ ତାଙ୍କର କିପରି ମୃତ୍ୟୁ ହେଲା ସେନେଇ ମଧ୍ୟ ଜଣାପଡିବ ।

nis-ad
Leave A Reply

Your email address will not be published.