ଧାଡିରେ ରହି ଭୋଟ ଦେଲେ ପଟ୍ଟାଙ୍ଗୀ ବିଧାୟକ ପ୍ରିତମ ପାଢ଼ୀ : କହିଲେ କର୍ତ୍ତବ୍ୟ କରି ଖୁସି…

କୋରାପୁଟ: ରାଜ୍ୟରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ବୁଥ ଆଗରେ ଲମ୍ବା ଲାଇନ ଲଗାଇ ମତଦାନ ସାବ୍ୟସ୍ତ କରୁଛନ୍ତି ମତଦାତା । କୋରାପୁଟ ଜିଲ୍ଲାର ତିନୋଟି ବ୍ଲକରେ ନିର୍ବାଚନ ଆରମ୍ଭ ହୋଇଯାଇଛି । ସେମିଳିଗୁଡା ବ୍ଲକର ପାକଝୋଲାରେ 13 ନମ୍ବର ୱାର୍ଡର ଜଣେ ଭୋଟର ଭାବେ ପଟ୍ଟାଙ୍ଗୀ ବିଧାୟକ ପ୍ରିତମ ପାଢ଼ୀ ଜଣେ ସାଧାରଣ ଭୋଟରଙ୍କ ଭଳି ଅନ୍ୟମାନଙ୍କ ସହ ବୁଥରେ ଧାଡ଼ିରେ ଠିଆ ହୋଇ ଭୋଟ ଦେଇଛନ୍ତି । ଯାହା ଅନ୍ୟ ଭୋଟରଙ୍କୁ ଅନୁପ୍ରାଣିତ କରିଛି ।

ସାଧାରଣ ଭୋଟରଙ୍କ ପରି ଭୋଟ ଦେଲେ ପଟ୍ଟାଙ୍ଗୀ ବିଧାୟକ ପ୍ରିତମ ପାଢ଼ୀମତଦାନ ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ ଏହା ଦାୟିତ୍ବ ତୁଲାଇ ଖୁସି ବ୍ୟକ୍ତ କରିଛନ୍ତି । ଧାଡିର ଛିଡା ହୋଇ ପାଳି ଆସିବା ପରେ ଭୋଟ ଦେଇଛନ୍ତି ବିଧାୟକ । ସମସ୍ତଙ୍କୁ ନିୟମ ମାନିବାକୁ ପଡିବ ବୋଲି କହିଛନ୍ତି ବିଧାୟକ ପ୍ରିତମ ପାଢ଼ୀ ।ପ୍ରକାଶ ଥାଉ କି, ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି । ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ପାଇଁ ମତଦାନ କରୁଛନ୍ତି ମତଦାତା । ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏଁ ଭୋଟଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୨ଟି ବ୍ଲକ ଅନ୍ତର୍ଗତ ୨୦୦ ଜିଲ୍ଲା ପରିଷଦ ଜୋନ ଏବଂ ୧,୬୬୯ଟି ଗ୍ରାମପଞ୍ଚାୟତରେ ଭୋଟଗ୍ରହଣ ଚାଲିଛି ।

nis-ad
Leave A Reply

Your email address will not be published.