ମତଦାନ ପୂର୍ବରୁ ଜିଲ୍ଲାପାଳଙ୍କ ପିଙ୍କ୍ ବୁଥ୍ ପରିଦର୍ଶନ

ହିଞ୍ଜିଳିକାଟୁ (୧୫ା୨) : ରାତି ପାହିଲେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଳକ ସମେତ ୫ଟି ବ୍ଳକରେ ନିର୍ବାଚନ ସକାଶେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ଚୁଡାନ୍ତ ପ୍ରସ୍ତୁତି ସଂପନ୍ନ ହୋଇଛି । ନିର୍ବାଚନ ଓ ପରିବେଶ ଓ ପରିସ୍ଥିତି ଆକଳନ କରି ହିଞ୍ଜିଳିକାଟୁ ବ୍ଳକ ପ୍ରଶାସନ ପକ୍ଷରୁ ସୂଚାରୁ ରୂପେ ପରିଚାଳନା ପାଇଁ ଆବଶ୍ୟକ ବିଧିବ୍ୟବସ୍ଥା ଗ୍ରହଣ କରାଯାଇଛି । ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ସକାଶେ ହିଞ୍ଜିଳିକାଟୁ ପ୍ରଶାସନ ପକ୍ଷରୁ ବିଭିନ୍ନ ବୁଥରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶାନୁଯାୟୀ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି | ବ୍ଳକ ଦପ୍ତର ଠାରୁ ଅନତି ଦୁରତ୍ୱରେ ଥିବା ମତଦାନ କେନ୍ଦ୍ରକୁ ମହିଳାଙ୍କ ମତଦାନ ଲାଗି ଉଦ୍ଧିଷ୍ଟ ରହିଛି ।

ସ୍ଥାନୀୟ ବ୍ଳକ ପୋଚିଲିମା ପଞ୍ଚାୟତ ସୋମପୁର ଠାରେ ଉଦ୍ଧିଷ୍ଠ ଏକ ପିଙ୍କ୍ ବୁ୍‌ଥକୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ନିର୍ବାଚନ ପରିଚାଳନା ସହ ଅନ୍ୟାନ ବ୍ୟବସ୍ଥାକୁ ତଦାରଖ ସକାଶେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମଙ୍ଗଳବାର ଅପରାହ୍ନରେ ହିଞ୍ଜିଳିକାଟୁ ଗସ୍ତରେ ଆସି ପିଙ୍କ୍ ବୁଥ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ନିର୍ବାଚନ ଅଧିକାରୀ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ପ୍ରିଜାଇଡିଂ ଅଫିସର ଅମର ପ୍ରସାଦ ସାହୁଙ୍କ ସହ ମତଦାନ ପ୍ରକିୟା ସର୍ମ୍ପକରେ ଆଲୋଚନା କରିଥିଲେ ।
ଫଟୋ-

nis-ad
Leave A Reply

Your email address will not be published.