ପୋଲିସ ପ୍ରଶାସନ ପକ୍ଷରୁ ଅନ୍ତିମ ପର୍ଯ୍ୟାୟ ଫ୍ଲାଗମାର୍ଚ୍ଚ

ହିଞ୍ଜିଳିକାଟୁ, (୧୫/୨): ଫେବୃୟାରୀ ୧୬ ତାରିଖ ବୁଧବାର ଠାରୁ ରାଜ୍ୟରେ ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକରେ ଫେବୃୟାରୀ ୧୬ ତାରିଖ ଦିନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଜ୍ରେଶ କୁମାର ରାୟଙ୍କ ନିର୍ଦ୍ଦେଶକ୍ରମେ ହିଞ୍ଜିଳି ପୋଲିସ ପ୍ରଶାସନ ପକ୍ଷରୁ ହିଞ୍ଜିଳି ଥାନାର ବିଭିନ୍ନ ଗ୍ରାମରେ ଗତ କିଛି ଦିନ ଧରି ଫ୍ଲାଗମାର୍ଚ୍ଚ କାର୍ଯ୍ୟକ୍ରମ ଜାରି ରହିଛି ।

ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଓ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବା ପାଇଁ ପୁଲିସ ପ୍ରଶାସନ ଅଣ୍ଟା ଭିଡିଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ହିଞ୍ଜିଳି ଥାନା ଅଞ୍ଚଳର ସାରୁ, ସିକିରି ପଞ୍ଚାୟତରେ ପୋଲିସ ଫୋର୍ସ ପକ୍ଷରୁ ଅନ୍ତିମ ପର୍ଯ୍ୟାୟ ଫ୍ଳାଗମାର୍ଚ୍ଚ କରାଯିବା ସହ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ଜନସଚେତନତା ସୃଷ୍ଟି କରାଯାଇଥିଲା । ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ଫ୍ଲାଗମାର୍ଚ୍ଚ କରାଯିବା ସହ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଜନସଚେତନତା ସୃଷ୍ଟି କରାଯାଇଥିଲା । କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ ପାତ୍ର, ତହସିଲଦାର ପ୍ରଭାତ କୁମାର ପରିଡ଼ା, ଆସିକା ପୋଲିସ ଉପଖଣ୍ଡ ଅଧିକାରୀ ଉମାଶଙ୍କର ସିଂ, ହିଞ୍ଜିଳି ଥାନା ଏସ. ଆଇ. ରାଘବ ପ୍ରଧାନ, ଗୋପାଳକୃଷ୍ଣ ଆଗୁପାତ୍ର, ସିଦ୍ଧାର୍ଥ ଜେନା, କାମିଲିନି ନାୟକ, ଏ. ଏସ. ଆଇ. ରାଜନ ବିଷୋୟୀ, ପ୍ରକାଶ ବେହେରା,ଅନନ୍ତ ଶବର, ପ୍ରଦୀପ ଜେନା, ସୁବାଷ ଚନ୍ଦ୍ର ମିଶ୍ର, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, ବସନ୍ତ ଉପାଧ୍ୟୟ, ସରୋଜ କୁମାର ରଣସିଂଙ୍କ ସମେତ ହୋମଗାର୍ଡ, କୋବ୍ରା ବାହିନୀଙ୍କ ସମେତ ୧ ପ୍ଳାଟୁନ ପୋଲିସ ଫୋର୍ସ ଅଂଶ ଗ୍ରହଣ କରିଥିଲେ ।

nis-ad
Leave A Reply

Your email address will not be published.