ଶହୀଦ ସ୍ମୃତିରେ ଟିମ ହ୍ୟୁମାନିଟି ପକ୍ଷରୁ ରକ୍ତଦାନ ଶିବିର ଓ କ୍ୟାଣ୍ଡେଲ ଶୋଭାଯାତ୍ରା

ଫୁଲବାଣୀ : ଫୁଲବାଣୀର ଅଗ୍ରଣୀ ସ୍ଵେଛାସେବୀ ସଂଗଠନ ଟିମ ହୁମାନୀଟି ପକ୍ଷରୁ ସ୍ଥାନୀୟ ରକ୍ତ ଭଣ୍ଡାର ଠାରେ ପୁଲଓମା ଆକ୍ରମଣ ର ୨ ବର୍ଷ ପୂର୍ତ୍ତି ଅବସରରେ ଦେଶର ସହିଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦେଶ୍ୟ ରେ ଗତ ବର୍ଷ ପରି ଏହି ବର୍ଷ ମଧ୍ୟ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଟିମ ହୁମାନୀଟି ର ମୁଖ୍ୟ ପରାମର୍ଶ ଦାତା ରମେଶ ମହାନ୍ତି, ଭି. ଲୋକ ନାଥ ରାଜୁ, ପ୍ରମୁଖଙ୍କ ନେତୃତ୍ୱ ରେ ଏହି ରକ୍ତ ଦାନ ଶିବିର ରେ ପାଖା ପାଖି ଶହେ ପଚାଶ ରୁ ଉର୍ଦ୍ଧ ଯୁବକ ଯୁବତୀ ସ୍ଵେଛା କୃତ ରକ୍ତ ଦାନ କରିଥିଲେ l


ବିଶେଷ କରି ମହିଳା ମାନେ ଓ ନୁଆ ରକ୍ତଦାତା ମାନେ ଆଗ୍ରହର ସହ ରକ୍ତ ଦାନ କରିଥିଲେ l ଏଥିରେ ରକ୍ତ ଭଣ୍ଡାର ଡାକ୍ତର, କର୍ମଚାରି ଆନ୍ତରିକତା ର ସହ ସହଯୋଗ କରିଥିଲେ l ସେହିପରି ସନ୍ଧ୍ୟାରେ ସହୀଦ ମାନଙ୍କ ସ୍ମୃତିରେ ଫେବୃଆରୀ 14 ଦିନଟି ସାରା ଦେଶ ଭାଲେଣ୍ଟାଇନ ଡେ ପାଳୁଥିବା ବେଳେ ଯବାନ ମାନଙ୍କ ସ୍ମୁତିରେ ଟିମ୍ ହ୍ୟୁମାନୀଟି କନ୍ଧମାଳ ପରିବାର ତରଫରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରିବା ସହିତ ପେଟ୍ରୋଲ ପମ୍ପ ଛକ ଠାରେ ଦୀପ ଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା

nis-ad
Leave A Reply

Your email address will not be published.