ଆନ୍ତର୍ଜାତୀୟ ଆବାକାସ ପ୍ରତିଯୋଗିତା : ସପ୍ତମ ସ୍ଥାନରେ ସେମିଳିଗୁଡାର ଦିପାନ୍ଵିତା…


କୋରାପୁଟ : ଆନ୍ତର୍ଜାତୀୟ ଆବାକାସ ପ୍ରତିଯୋଗିତାରେ ପଞ୍ଚମ ଶ୍ରେଣୀରେ ପଢୁଥିବା ସେମିଳିଗୁଡାର କୁନି ଝିଅ ସପ୍ତମ ସ୍ଥାନ ଅଧିକାର କରି ଜିଲ୍ଲାକୁ ଗୌରବାନ୍ଵିତ କରିଛନ୍ତି । ପିଲାଟି ବେଳୁ ଗଣିତ ପ୍ରତି ବିଶେଷ ଆକର୍ଷଣ ଥିବା ଦିପାନ୍ଵିତା ମିଶ୍ର ଆନ୍ତର୍ଜାତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା ଆବାକାସ କ୍ଷୀପ୍ର ଗଣନ ପ୍ରତିଯୋଗିତାରେ 4032 ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସପ୍ତମ ସ୍ଥାନ ଅଧିକାର କରିଛନ୍ତି ।
ଆନ୍ତର୍ଜାତୀୟ ଆବାକାସ ପ୍ରତିଯୋଗିତାରେ କୁନି ଝିଅ ପାଇଲେ ସପ୍ତମ ସ୍ଥାନତେବେ, ମାତ୍ର ଚାରି ମାସ ଅଭ୍ୟାସ କରି 6 ମିନିିଟ 8 ସେକେଣ୍ଡ ସମୟ ମଧ୍ୟରେ 97ଟି ଗଣନ ଗଣିତ ପ୍ରକ୍ରିୟାକୁ ସଫଳତାର ସହ ସମ୍ପନ୍ନ କରିପାରିଥିବାବେଳେ ଆସନ୍ତା ଆଠ ମାସ ପରେ ପୁଣିଥରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିପାରିବାର ଦୃଢ଼ ବିଶ୍ୱାସ ରହିଥିବା ଦିପାନ୍ୱିତା ଜଣାଇଛନ୍ତି । ଦିପାନ୍ଵିତାଙ୍କ ଏହି ଯାତ୍ରାରେ ପରିବାର ବର୍ଗଙ୍କ ସହଯୋଗ ରହିଥିବା ତାଙ୍କ ମାଆ କଲ୍ୟାଣୀ ମିଶ୍ର ଜଣାଇଛନ୍ତି । 

nis-ad
Leave A Reply

Your email address will not be published.