ରାୟଗଡ଼ା ଜଙ୍ଗଲ ଭିତରେ ଗଞ୍ଜେଇ ମାଫିଆଙ୍କ ରାଜ : ଏସଡିପିଓ ଓ ଆଇଆଇସିଙ୍କୁ ଗଞ୍ଜେଇ ଵୋଝେଇ ଗାଡି ଚଢାଇ ହତ୍ୟା କରିବାକୁ ଉଦ୍ୟମ..!


ରାୟଗଡ଼ : ରାୟଗଡା ଜିଲ୍ଲା ଅନ୍ତର୍ଗତ ମାଓ ଉପାନ୍ତ ଚନ୍ଦ୍ରପୁର ଥାନା ଅଧିନସ୍ଥ ଵିଜାପୁରୁ ଜଙ୍ଗଲ ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ରାଜ ଦେଖି ସହ୍ୟ କରିପାରି ନଥିଲେ ଏସ୍ ଡିପିଓ ଶ୍ରୀ ଆକାଶ ଚନ୍ଦ୍ର ସାହୁ। କୈ।ଣସି ଏକ ସରକାରୀ କାର୍ଯ୍ୟରେ ଚନ୍ଦ୍ରପୁରୁ ଆଇ ଆଇ ସି ମୁକୁନ୍ଦ ନାୟକ ଏବଂ ପୋଲିସ ଟିମଙ୍କ ସହିତ ଵିଜାପୁରୁ ଯାଇଥିଲେ।ହେଲେ ଦୁଇଦିନ ପୂର୍ବରୁ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଚେକିଙ୍ଗ୍ ଯୋରଦାର ଚାଲିଥିଲା ଏବଂ ସେନେଇ ରାୟଗଡା ଜିଲ୍ଲାର ଶହଶହ କୁଇଣ୍ଟାଲ ଟ୍ରକ ଠାରୁ ଆରମ୍ଭ କରି ବାଇକ୍ ପର୍ଯ୍ୟନ୍ତ ଚାଲାଣ ହେଉଥିବା ଗଞ୍ଜେଇ ଧରିବାରେ ସଫଳତା ପରେ ସଫଳତା ହାସଲ କରିଆସୁଥିବା ପୋଲିସ ବିଭାଗର ଵିଷମ କଟକ ଏସଡିପିଓ ଶ୍ରୀ ଆକାଶ ଚନ୍ଦ୍ର ସାହୁ ଏକପ୍ରକାର ଗଞ୍ଜେଇ ଧରା କୁହୁକ ବିଦ୍ୟା ଧାରୀ ପୋଲିସ ଅଧିକାରୀ ଭାବରେ ଵେଶ ଜଣା ଶୁଣା ହୋଇ ସୁନାମ ଅର୍ଜନ କରିଛନ୍ତି। ଏଠାରେ ମଧ୍ୟ ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲେ,ସେହି ସମୟରେ ପିକଅପ୍ ଭ୍ୟାନରେ ଗଞ୍ଜେଇ ଲୋଡ ହୋଇ ଜଙ୍ଗଲ ଦେଇ ଆସୁ ଥିବା ଖବର ମିଳିଥିଲା। ଏହି ସମୟରେ ସାହସର ସହିତ ଏସଡିପିଓ ଓ ଆଇ ଆଇ ସି ଗଞ୍ଜେଇ ବୋଝେଇ ଓଡି ଏଏସ ୬୭୯୬ନମ୍ଵର ଥାଇ ପିକପ୍ ଗାଡିଆସୁଥିବା ସମୟରେ ସେହି ଗଞ୍ଜେଇ ଗାଡିକୁ ଅଟକାଇବାକୁ ଚେଷ୍ଟା କରିବାରୁ ମାଫିଆ ମାନେ ପୋଲିସ ଅଧିକାରୀଙ୍କ ଉପରେ ଗାଡି ଚଢାଇ ଦେବାକୁ ଚେଷ୍ଟା କରିଥିଲେ, ପୋଲିସ ଚତୁରତା ସହିତ ରାସ୍ତା କଡକୁ ଆସିଯାଇଥିଲେ। ପରେ ଗାଡିକୁ ପିଛା କରିବାରୁ ଦୁର୍ଵୁତ ପୋଲିସ୍ କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ, ହେଲେ ଆଇ ଆଇ ସି ଓ ଏସଡିପିଓଙ୍କ ଗୋଡ଼ରେ ଆଘାତ ପାଇଥିଲେ ମଧ୍ୟ ନିଜର ଏବଂ ପୋଲିସ ଟିମର ଜୀବନ ରକ୍ଷା ନିମନ୍ତେ ଗୁଳି ବିନିମୟ କରି ଗଞ୍ଜେଇ ବୋଝେଇ ଗାଡି ଜଵତ ସହ ଦୁଇଜଣ ମାଫିଆଙ୍କୁ ଗିରଫ କରି ବିଭିନ୍ନ ଦଫାରେ କୋର୍ଟ ଚାଲାଣ କରାଯାଇଛି। ପୋଲିସର ଏପରି ସାହସିକତାକୁ ସାଧାରଣରେ ପ୍ରଶଂସା କରାଯାଇଛି ।

nis-ad
Leave A Reply

Your email address will not be published.