ରାୟଗଡ଼ା ରେ ସୁପର୍ ସ୍ପେଶାଲିଷ୍ଟ ଡାକ୍ତରଖାନା ଦାବୀ ନେଇ ତେଜିଲା ଆନ୍ଦୋଳନ…

ରାୟଗଡ : ରାୟଗଡ଼ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଭାବେ ପରିଗଣିତ। ଆର୍ଥିକ ଅନଗ୍ରସର ଭିତରେ ସ୍ଵାସ୍ଥ୍ୟ ସେବା ପାଇଁ ଦହଗନ୍ଜ ହେଉଥିବା ର ନଗ୍ନ ଦ୍ରୁଶ୍ଯ ଗାଁ ଠାରୁ ସହର ପର୍ଯ୍ୟନ୍ତ ଦେଖିବାକୁ ମିଳୁଛି । ପଛୁଆ ଜିଲ୍ଲା ଭାବେ ଜନସାଧାରଣ ଙ୍କୁ ସରକାର ଙ୍କ ଦ୍ଵାରା ଉପେକ୍ଷା କରାଯାଉଛି । ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ହେଉ କିମ୍ବା ମେଡ଼ିକାଲ କଲେଜ ପ୍ରତିଷ୍ଠା ଦିଗରେ ରାଜ୍ୟ ସରକାର ଆଖିଦୃଶିଆ ପଦକ୍ଷେପ ନେଉନଥିବା ଅଭିଯୋଗ କରିଛି ଯୁବ ବିକାଶ ପରିଷଦ । ସୁପର୍ ସ୍ପେଶାଲିଷ୍ଟ ଡାକ୍ତରଖାନାର ମାନ୍ୟତା ଓ ଜିଲ୍ଲା ରେ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଗତ ଫେବୃଆରୀ ୧୭ ତାରିଖ ରେ ପ୍ରଶାସନ ର ପ୍ରତିଶ୍ରୁତି ପରେ ଅନଶନରୁ ଓହରି ଥିଲା ବିକାଶ ପରିଷଦ । ପ୍ରତିଶ୍ରୁତି କୁ କେଇ ମାସ ବିତିଯାଇଥିଲେ ମଧ୍ୟ ସ୍ଵାସ୍ଥ୍ୟ ସମସ୍ୟା କୁ ଅଣଦେଖା କରୁଛି ଜିଲ୍ଲା ପ୍ରଶାସନ । ଯୁବ ବିକାଶ ପରିଷଦ ସର୍ବଦା ଶାନ୍ତି ପୁର୍ଣ ଆନ୍ଦୋଳନ କରି ଜିଲ୍ଲା ବାସୀ ଙ୍କ ମୈଳିକ ସମସ୍ୟା କୁ ପ୍ରଶାସନ ର ଦୃଷ୍ଟି କୁ ଆଣିଛି । ସୁପର ସ୍ପେଷାଲିଷ୍ଟ ମେଡିକାଲ ଓ ମେଡିକାଲ କଲେଜ ନିମନ୍ତେ ଚାଲିଥିବା ଆନ୍ଦୋଳନ ଓମିକ୍ରୋନ ର ଭୟାଭୟତା ହେତୁ ସ୍ଥଗିତ ଥିଲା । ଏହା ପୂର୍ବରୁ ସହରାଞ୍ଚଳ ରେ ୧୨ ଗୋଟି ଓ୍ଵାର୍ଡ ସ୍ତରରେ ଏହି ଦାବି ପୁରଣ ନିମନ୍ତେ ଶାନ୍ତି ପୁର୍ଣ୍ଣ ଅନଶନ ଓ ଦସ୍ତଖତ ଅଭିଯାନ ଶେଷ ହୋଇଥିଲା। ଆଜି ତା:-୧୨/୦୨/୨୦୨୧ ରିଖ ଠାରୁ ଏହି ଦାବି ନେଇ ପୁଣି ତେଜିଲା ଆନ୍ଦୋଳନ । ବିକାଶ ପରିଷଦ ପକ୍ଷରୁ ଓ୍ଵାର୍ଡ ନଂ-୧୩ ରେ ଆଜି ଆରମ୍ଭ ହୋଇଛି ଅନଶନ ଓ ଦସ୍ତଖତ ଅଭିଯାନ କାର୍ଯ୍ୟ କ୍ରମ। ଏପରି ମୈଳିକ ସମସ୍ୟା ର ସମାଧାନ ନ ହେବା ପର୍ଯ୍ୟନ୍ତ ଜିଲ୍ଲା ବ୍ୟାପି ଆନ୍ଦୋଳନ କୁ ତିବ୍ର କରାଯିବ ବୋଲି ଯୁବ ବିକାଶ ପରିଷଦ ର ସଭାପତି ଶ୍ରୀ ଶିବାଜି ଦାସ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହି ଅନଶନ କୁ ସହମତି ଜଣାଇ ସହରାଞ୍ଚଳ ରେ ବହୁ ବୁଦ୍ଧିଜୀବୀ, ସମାଜସେବୀ ଓ ସାଧାରଣ ଜନତା ସାମିଲ ହୋଇ ଦସ୍ତଖତ କରିଥିଲେ ।

nis-ad
Leave A Reply

Your email address will not be published.