ରାୟଗଡ଼ା ବ୍ଲକ୍ ରେ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ହିସାବର ପ୍ରଥମ ପର୍ଯ୍ୟାୟ ସମୀକ୍ଷା କଲେ ଜିଲ୍ଲା ଆର୍ଥିକ ପର୍ଯ୍ୟବେକ୍ଷକ…

ରାୟଗଡ଼ା: ଜିଲ୍ଲା ନିର୍ବାଚନ ଆର୍ଥିକ ପର୍ଯ୍ୟବେକ୍ଷକ ଶ୍ରୀ ମନୋରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାୟଗଡ଼ ବ୍ଲକ୍ ସଦଭାବନା ସଭାଗୃହ ଠାରେ ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଖର୍ଚ୍ଚର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ପର୍ଯ୍ୟବେକ୍ଷକ ଶ୍ରୀ ମନୋରଞ୍ଜନ ମହାପାତ୍ର, ବ୍ୟକ୍ତିଗତ ସହାୟକ ଶ୍ରୀ ନରେନ୍ଦ୍ର ସେଠୀ, ନିର୍ବାଚନ ଅଧିକାରୀ ଲକ୍ଷ୍ମୀ ନାରାୟଣ ସାବତ, ଏ ବି ଡି ଓ କାଳୁ ଚରଣ ନାୟକ, ଜି ପି ଇ ଓ ଗୋପାଳ ପଣ୍ଡା, ସମ୍ବଳ ଶିକ୍ଷକ ନିଳାଞ୍ଚଳ ମିଶ୍ର ତଥା ଜିଲ୍ଲା ପରିଷଦ, ସମିତି ଓ ସରପଞ୍ଚ ପ୍ରାର୍ଥୀ ଯୋଗ ଦେଇଥିଲେ ।ପ୍ରାର୍ଥୀଙ୍କ ଖର୍ଚ୍ଚର ଦୈନିକ ହିସାବ ଖାତା ତନଖି କରିବା ସହ ଏହାର ପରିଚାଳନା ସମ୍ପର୍କରେ ସମୀକ୍ଷା କରିଥିଲେ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଗୁଡ଼ିକୁ ଅବଗତ କରାଇବା ସହ ଖର୍ଚ୍ଚ ର ସୀମା ସରପଞ୍ଚ ଓ ସମିତି ସଭ୍ୟଙ୍କ ପାଇଁ ଦୁଇ ଲକ୍ଷ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ନିମନ୍ତେ ପାଞ୍ଚ ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରଖିବା ତଥା ଆଦର୍ଶ ଆଚରଣ ବିଧି ସମୟରେ ସମସ୍ତ ନିର୍ବାଚନ କଟକଣାକୁ ସମ୍ମାନ ଦେବା ବିଷୟରେ ଅବଗତ କରିଥିଲେ । ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ, ଅବାଧ ଓ ଗଣତାନ୍ତ୍ରିକ କରିବା ନିମନ୍ତେ ନିର୍ବାଚନ ଖର୍ଚ୍ଚ ପରିଚାଳନା ସ୍ୱଚ୍ଛତା, ସାଧୁତା ତଥା ସତ୍ୟତା ଉପରେ ଆଧାରିତ ହେବ ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ଜି ପି ଇ ଓ ଗୋପାଳ ପଣ୍ଡା ପ୍ରାର୍ଥୀଙ୍କ ଖର୍ଚ୍ଚ ନଥି ପର୍ଯ୍ୟବେକ୍ଷକଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ ।ଏନେକ ପାର୍ଥିଙ୍କ ଦୈନିକ ହିସାବ ପରିଚାଳନା ପ୍ରଣାଳୀ କୁ ପର୍ଯ୍ୟବେକ୍ଷକ ପ୍ରଶଂସା କରିବା ସହ ସମସ୍ତ ପ୍ରାର୍ଥୀଙ୍କ ଠାରୁ ସେପରି ପରିଚାଳନା ଆଶା କରିଥିଲେ । ଆଗାମୀ ଉଣେଇଶ ତାରିଖରେ ଦ୍ଵିତୀୟ ପର୍ଯ୍ୟାୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ନିର୍ବାଚନ ଅଧିକାରୀ ଶ୍ରୀ ସାବତ କହିଛନ୍ତି ।

nis-ad
Leave A Reply

Your email address will not be published.