ରାୟଗଡ଼ା ରେଳ ଷ୍ଟେସନ ପରିଦର୍ଶନ କଲେ ୱାଲଟିୟର ରେଳ ଡିଭିଜନ୍ ଡିଆରଏମ…

ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା….
  • ରାୟଗଡା : ରାୟଗଡ଼ା ରେଳ ଷ୍ଟେସନ ପରିଦର୍ଶନ କଲେ ଏବଂ ଷ୍ଟେସନ ରେ ଯାତ୍ରୀମାନଙ୍କ ପାଇଁ ପ୍ଲାଟଫର୍ମ ରେ ଥିବା ସୁବିଧା ବ୍ୟବସ୍ଥାକୁ ଅନୁଧ୍ୟାନ କଲେ। ଅଜି
    ୱାଲଟିୟର ରେଳ ଡିଭିଜନ ଡିଆରଏମ ଅନୁପ ଶତପଥି ଆଜି ଦିନିକିଆ ରାୟଗଡା ରେଳ ଷ୍ଟେସନ ପରିଦର୍ଶନରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଓ ଷ୍ଟେସନରେ ଯାତ୍ରୀଙ୍କ ସୁବିଧା ନିମନ୍ତେ ଥିବା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ଆଜି କୋରାପୁଟ-ରାୟଗଡା ରେଳ ସେକ୍ସନ ମଧ୍ୟରେ ଥିବା କୋରାପୁଟ,ଦାମନଯୋଡି,ଲକ୍ଷ୍ମୀପୁର ରୋଡ୍ ଏବଂ ରାୟଗଡା ରେଳ ଷ୍ଟେସନର ତଦାରଖ କରିଥିଲେ । କୋରାପୁଟ-ରାୟଗଡା ସେକ୍ସନ ମଧ୍ୟରେ ଥିବା ରେଳବାଇ କାର୍ଯ୍ୟ ଅଧିନସ୍ଥ ଟ୍ରାକ, ବ୍ରିଜ୍‌, ବୁଲାଣି, ଲେବଲ କ୍ରସିଂ ଏବଂ ରେଳବାଇ ଫାଟକ କାର୍ଯ୍ୟଗୁଡିକର ଅନୁଧ୍ୟାନ କରିଥିଲେ । ଉକ୍ତ କାର୍ଯ୍ୟଗୁଡିକର ଅନୁଧ୍ୟାନ ବେଳେ ସେ ଗ୍ୟାଙ୍ଗମ୍ୟାନ୍ କର୍ମଚାରୀମାନଙ୍କ ସହ ସେମାନଙ୍କର କାର୍ଯ୍ୟଦକ୍ଷତା,ସୁରକ୍ଷା ସତର୍କତା ଏବଂ ସେମାନଙ୍କ ଅଭିଯୋଗଗୁଡିକ ଉପରେ ଆଲୋଚନା କରିଥିଲେ । ସେହିପରି ବିଭିନ୍ନ ଷ୍ଟେସନଗୁଡିକର ପ୍ଳାଟଫର୍ମରେ ଯାତ୍ରୀମାନଙ୍କ ଫିଡ୍‌ବେକ୍ ନେବା ସହ ଉପଲବ୍ଧ ଥିବା ବିଭିନ୍ନ ସୁବିଧା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ । ସେହିପରି ଡିଆରଏମ ଶ୍ରୀ ଶତପଥି କୋରାପୁଟ ଓ ରାୟଗଡାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ସ୍ଥାନୀୟ ସଂଗଠନଗୁଡିକର ପ୍ରତିନିଧିଙ୍କ ସହ ଆଲୋଚନା କରି ସେମାନଙ୍କ ପରାମର୍ଶ,ଅଭିଯୋଗ ଓ ପ୍ରସ୍ତାବ ଶୁଣିବା ସହ ସମାଧାନ ଓ କାର୍ଯ୍ୟକ୍ଷମ ଦିଗରେ ସଂପୃକ୍ତ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇବେ ବୋଲି କହିଥିଲେ । ରାୟଗଡା ଠାରେ ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କ ସହ ସାକ୍ଷାତ କରି ରାୟଗଡାର ନୂତନ ପ୍ରକଳ୍ପ ଏବଂ ଜମିଜମା ସମସ୍ୟାର ସମାଧାନ ଏବଂ ନୂତନ ରେଳ ଲାଇନ ପ୍ରକଳ୍ପଗୁଡିକକୁ ତୁରନ୍ତ ଅଗ୍ରଗତି କରିବା ପାଇଁ ପ୍ରଧାନ୍ୟ ଦିଆଯିବ ବୋଲି ଆଲୋଚନା କରିଥିଲେ । ଡିଆରଏମ ଶ୍ରୀ ଶତପଥିଙ୍କ ଏହି ଗସ୍ତ ସମୟରେ ସିନିୟର ଡିଭିଜନାଲ ଇଂଜିନିୟର (ଉତର)ଡେଭିଡ୍ ରାଲଫ,ସିନିୟର ଡିଭିଜନାଲ ଅପରେସନ୍ ମ୍ୟାନେଜର ଜି.ସୁନୀଲ କୁମାର,ସିନିୟର ଡିଭିଜନାଲ କର୍ମସିଆଲ ମ୍ୟାନେଜର ଏ.କେ.ତ୍ରିପାଠୀ,ସିନିୟର ଡିଭିଜନାଲ ପେର୍ସନାଲ ଅଧିକାରୀ ଆର.ଏନ.ଏ.ପଣ୍ଡା,ସିନିୟର ଡିଭିଜନାଲ ସେଫ୍ଟି ଅଧିକାରୀ ପ୍ରବୀଣ ଭାଟି ଏବଂ ଅନ୍ୟାନ୍ୟ ରେଳବାଇ ଅଧିକାରୀ ଓ ଷ୍ଟାଫ ପ୍ରମୁଖ ଉପସ୍ଥିତ ରହିଥିଲେ ।
nis-ad
Leave A Reply

Your email address will not be published.