ମର୍ମନ୍ତୁଦ ସଡକ ଦୁର୍ଘଟଣା ୪ ମୃତ ୪ଗୁରୁତର…

ଫୁଲବାଣୀ:-ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଲାହାବାଡି ବୁଲାଣି ରାସ୍ତାରେ ଘଟିଛି।ଘଟଣା ସ୍ଥଳରେ ସ୍ଥଳରେ ୩ ମୃତ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଫୁଲବାଣୀ ମେଡ଼ିକାଲରେ ମୃତ୍ୟୁହୋଇଥବା ସୂଚନା ମିଳିଛି।ସୂଚନା ଅନୁସାରେ ବିଳମ୍ବିତ ରାତିରେ ଫୁଲ ବାଣୀ ସଦର ଥାନା ଅନ୍ତର୍ଗତ ବଇଡା ନିକଟସ୍ଥ ଲାହାବାଡି ବୁଲାଣି ରାସ୍ତା ରେ ମର୍ମନ୍ତୁଦ ସଡ଼କ ଦୁଘଟଣାଘଟିଛି ।ଘନ କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଥିବା ସୂଚନାମିଳିଛି । ଏକ ମାରୁତି ଓମିନି ଭ୍ୟାନରେ ୮ ଜଣ ବସି ତାଳପଡା ଗ୍ରାମରୁ ଭୋଜି ଖାଇ ରାତିରେ ଫେରୁଥିବା ବେଳେ ଫୁଲବାଣୀ -ବ୍ରହ୍ମପୁର ରାସ୍ତାର ବଇଡା ନିକଟ ଲାହାବାଡି ଠାରେ ରାସ୍ତାଉପରେ ଛିଡା ହୋଇଥିବା ଏକ ଟ୍ରକର ପଛ ପଟୁ ଧକ୍କା ଦେବା ଫଳରେ ଏଥିରେ ବସିଥିବା ୪ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ଅନ୍ୟ ଚାରିଜଣ ଗୁରୁତର ଆହାତ ହୋଇଛନ୍ତି ।ଘଟଣା ସ୍ଥଳରେ ଶୋକା କୁଳ ପରିବେଶ ସୃଷ୍ଟି ହୋଇଥିଲା ।ପରିବାର ଲୋକଙ୍କ ବୁକୁ ଫଟା ଚିତ୍କାର ପରିବେଶକୁ ଶୋକାକୁଳ କରିଥିଲା। ମୃତକ ମାନେ ସମସ୍ତେ ଗୁମାଗଡ଼ ନିକଟ ବାଡିସୁଗା ଓ ଶଙ୍କରାଖୋଲ ଗ୍ରାମର ବୋଲି ଜଣାପଡିଛି ।ମୃତକ ମାନେ ହେଲେ ରୋଜାଲିନ ଡିଗାଲ, ଭଗିଆ ଡିଗାଲ,ଡ୍ରାଇଭର ଦୀପ୍ତି ରଞ୍ଜନ ପ୍ରଧାନ,ଓ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ବୋଲି ଜଣାପଡିଛି ।ଘରଠାରୁ ଅଳ୍ପ ଦୂର ଆସିବା ପରେ ଲାହାବାଡି ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟି ଥୁବା କୁହାଯାଉଛି ।ସଦର ପୋଲିସ ଘଟଣା ସ୍ଥଳରେ ଦୁର୍ଘଟଣା ଘଟାଇଥିବା ଟ୍ରକ ଓ ଓମନି ଗାଡ଼ି ଜବତ କରିବା ସହ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି । ଗୁରୁତର ଚାରି ଜଣ ଆହତଙ୍କୁ ପ୍ରଥମେ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଅବସ୍ଥା ଗୁରୁତର ହେବାରୁ ପରେ ସମସ୍ତଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

nis-ad
Leave A Reply

Your email address will not be published.