ବିକାଶ ଖୋଜୁଛି ଦାନପୁର : ପତିଆରା ପାଇଁ ନେତା ଙ୍କ ମଧ୍ୟରେ ନିର୍ବାଚନୀ କସରତ…

ବିକାଶର ନଗ୍ନ ଚିତ୍ର….!

ଖଲ୍ଲିକୋଟ : ସମଗ୍ର ଖଲ୍ଲିକୋଟ ବ୍ଲକ ରେ ପଂଚାୟତ ନିର୍ବାଚନ ପାଇଁ ଗ୍ରାମାଞ୍ଚଳ ରାଜନୀତି ଚଳଚଂଚଳ ହୋଇ ଉଠିଥିବା ବେଳେ ବ୍ଲକ ର ଦୁଇ ଗୋଟି ପଂଚାୟତ ଦାନପୁର ଓ କେଶପୁର ପଂଚାୟତ ଉପରେ ସମଗ୍ର ବ୍ଲକ ବାସୀଙ୍କ ନଜର ରହିଛି l କାରଣ ଦାନପୁର ପଂଚାୟତ ଖୋଦ ବିଧାୟିକା ଙ୍କ ସ୍ୱାମୀ ଦୈତାରୀ ବେହେରା ଙ୍କ ସହ ଅସନ୍ତୁଷ୍ଟ ଗୋଷ୍ଠି ତରଫରୁ ସଞ୍ଜୟ ସେଠୀ ସମିତି ସଭ୍ୟ ପାର୍ଥି ଭାବେ ପ୍ରତିଦ୍ବନ୍ଦିତା କରୁଛନ୍ତି l ଉଭୟଙ୍କ ନଜର ରହିଛି ସମିତି ଅଧକ୍ଷ ପଦବୀ ଉପରେ l ତେବେ ବିଜେଡି ର ଦୁଇ ସନ୍ତୁଷ୍ଟ ଓ ଅସନ୍ତୁଷ୍ଟ ନେତାମାନେ କ୍ଷମତା ଦାଖଲ ପାଇଁ ପତିଆରା ଲଢେଇ ରେ ବ୍ୟସ୍ତ ଥିବା ବେଳେ ଉକ୍ତ ପଂଚାୟତ ର ବିକାଶ ପ୍ରତି କାହାର ନିଷ୍ଠା ନଥିବା ଦେଖିବାକୁ ମିଳିଛି l ଉକ୍ତ ପଂଚାୟତ ଟି ବେଗୁନିଆପଡା ବ୍ଲକ ଓ ଖଲ୍ଲିକୋଟ ବ୍ଲକ ସୀମା ରେ ଥିବା ବେଳେ ସେ ଭଳି ଆଖି ଦୃଶିଆ ବିକାଶ ସାଧିତ ହୋଇପାରିନି l ସ୍ୱାଧୀନତା ପ୍ରାପ୍ତି ର ଦୀର୍ଘ ବର୍ଷ ପରେ ବି ପଂଚାୟତ ଦପ୍ତର ଦାନପୁର କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା କୋଦଳା ପଟୁ ଓ dengapadar ରାସ୍ତା ଠାରୁ ମରଣଯନ୍ତା ପାଲଟିଛି l ରାସ୍ତା ଦୁରବସ୍ଥା ଯୋଗୁ ଯାତ୍ରୀବାହୀ ବାସ ଓ ଆମ୍ବୁଲାନସ ଚଳାଚଳ ରେ ବାଧା ଉପୁଜିଛି l ଉକ୍ତ ପଂଚାୟତ ରେ ଥିବା ଦାନପୁର ,ଦେଉଳପାଲ୍ଲୀ ଓ karanjara ,ପଭୂତି ଗ୍ରାମ ରେ ପାଇପ ବିଛାଯାଇ ପାଣିଟାଙ୍କି ନିର୍ମାଣ ସ୍ଟାନ୍ଡ ପୋଷ୍ଟ ନିର୍ମାଣ ସରି ଥିବା ବେଳେ ଏପର୍ଯ୍ୟନ୍ତ ଗ୍ରାମ ର ଲୋକ ମାନେ ବିଶୁଦ୍ଧ ପାନୀୟ ଜଳ ବିନା ପରିତ୍ୟକ୍ତ ଓ ମୁକୁଳା କୂଅ ରୁ ପାଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି l ସେହିପରି ପଂଚାୟତ ର ଅଧିକାଂଶ ହିତାଧିକାରୀ ପାଇଖାନା ଓ ଆବାସ ଯୋଜନା ଓ ଭତ୍ତା ରୁ ବଂଚିତ ହେଉଛନ୍ତି l ଗତ ୨୦୧୯ ମସିହା ରେ ଭତା ପାଇଁ ବୃଦ୍ଧ ବୃଧା ମାନେ ଆନ୍ଦୋଳନ କରି ବିଫଳ ହେବାପରେ ରାଜ୍ୟ ଉଚ୍ଚ ନୟାଳୟ ରେ ମାମଲା ରୁଜୁ କାରିଥିଲେ l ଦାନପୁର ଗ୍ରାମର ଦୁଇଟି ଗରିବ ପରିବାର ନାରସୁ ପ୍ରଧାନ ଓ କାମିନୀ ନାହାକ ଦୁଇଟି ପରିବାର ଭଙ୍ଗା ନୁଆଁଣିଆ ଚାଳ ଘରେ ଜୀବନ ବିତାଉଥିବା ବେଳେ ତାଙ୍କ ପରିବାର ର ପିଲାମାନେ ଦାଦନ ଖଟିଲେ ପରିବାର ଚଳେ ତଥାପି ତାଙ୍କୁ ଆବାସ ଯୋଜନା ରେ ଘର ଖଣ୍ଡେ ମିଳିପାରିନି l ତେବେ ଗ୍ରାମ ରେ ଉନ୍ନତ ମସାଣି ଗା ଭିତରେ ପଏଭର ରାସ୍ତା ମନେରଗା ମାଧ୍ୟମ ରେ କିଛି ହୋଇଛି l ସମସ୍ୟା ରେ ଉବୁଟୁବୁ ହେଉଥିବା ଦାନପୁର ପଂଚାୟତ ଵିକାଶ ଖୋଜୁଥିବା ବେଳେ ଗତ ଷୋମବାର ଦିନ ସମିତିସଭ୍ୟ ପାର୍ଥି ଦାନପୁର ପଂଚାୟତ ରେ ଏକ ବିରାଟ ପ୍ରଚାର ଶୋଭାଯାତ୍ରା ରେ ଭୋଟ ଭିକ୍ଷା କରିଥିବା ବେଳେ ରବିବାର ଦିନ ବିଜେଡି ଅସନ୍ତୁଷ୍ଟ ଗୋଷ୍ଟି ର ସମିତି ସଭ୍ୟ ପାର୍ଥି ସଞ୍ଜୟ ସେଠି ଦାନପୁର ପଂଚାୟତ ରେ ଏକ ପ୍ରଚାର ଵୋଭାଯାତ୍ରା ରେ ଭୋଟ ଭିକ୍ଷା କରିଥିବା ଦେଖିବକୁ ମିଳିଛି l

nis-ad
Leave A Reply

Your email address will not be published.