କୋରାପୁଟରେ ଅତିଶୀଘ୍ର ଆରମ୍ଭ ହେବ ଭିଷ୍ଟାଡମ୍ କୋଚ : ପ୍ରକୃତିକୁ ଉପଭୋଗ କରିବେ ପର୍ଯ୍ୟଟକ…

କୋରାପୁଟ: କୋରାପୁଟ ଦେଇ ଅତି ଶୀଘ୍ର ଚାଲିବ ଭିଶ୍ଟାଡମ୍ କୋଚ(ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ବଡ ବଡ କାଚ ଲାଗିଥିବା କୋଚ) । ଏ ନେଇ ରେଲୱେ ଡିଆରଏମ ଅନୁପ କୁମାର ଶତପଥୀ ସୂଚନା ଦେଇଛନ୍ତି । ଆଜି ଅନୁପ କୋରାପୁଟ ଅଞ୍ଚଳ ଗସ୍ତ କରି ବିଭିନ୍ନ ରେଳଷ୍ଟେସନରେ ଥିବା ସମସ୍ୟା ଓ ସେ ସମ୍ପର୍କିତ ଅଭିଯୋଗ ଶୁଣିଛନ୍ତି । କୋରାପୁଟରେ ଅତିଶିଘ୍ର ଆରମ୍ଭ ହେବ ଭିଶ୍ଟାଡମ୍ କୋଚଯେଉଁ ସମସ୍ୟାର ସମାଧାନ ତାଙ୍କ କାର୍ଯ୍ୟାଳୟ ଦ୍ୱାରା ହୋଇପାରିବ ତାକୁ ତୁରନ୍ତ ସମାଧାନ କରିବା ପାଇଁ ପ୍ରଚେଷ୍ଟା କରାଯିବା ସହ ଅନ୍ୟାନ୍ୟ ସମସ୍ୟା ଗୁଡିକ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି । ବିଶେଷ ଭାବରେ କୋରାପୁଟ ସହର ଦେଇ ଜାଇଥିବା ଜାତୀୟ ରାଜପଥର ବାଇପାସ୍ ରାସ୍ତା ନିର୍ମାଣ ପାଇଁ ରେଳବାଇ ଜମି ଅଧିଗ୍ରହଣ ଓ ରେଳ ଲାଇନରେ କିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏଲ୍ଏଚଏସ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ସହ ଆଜି ରେଳଷ୍ଟେସନରେ ଆଲୋଚନା କରାଯାଇଥିବା ସେ ସୂଚନା ଦେଇଛନ୍ତି ।ପର୍ଯ୍ୟଟନର ବିକାଶ ନିମନ୍ତେ ଆଉ କିଛି ଦିନ ମଧ୍ୟରେ ବିଶାଖାପାଟଣାରୁ କିରଣ୍ଡଲ ପର୍ଯ୍ୟନ୍ତ ଚାଲିଥିବା ଯାତ୍ରୀବାହୀ ରେଲଗାଡ଼ିରେ ଦୁଇଟି ଭିଶ୍ଟାଡମ୍ କୋଚ ଯାହାକି ବର୍ତ୍ତମାନ ଆରାକୁ ପର୍ଯ୍ୟନ୍ତ ଚାଲିଛି ତାକୁ ସଂଯୋଗ କରିଦିଆଯିବ ବୋଲି ଅନୁପ କୁମାର ଶତପଥୀ ଘୋଷଣା କରିଛନ୍ତି । ଆସନ୍ତା ୨୮ ତାରିଖରେ ରେଳବାଇ ଜୋନର ଜେନେରାଲ ମ୍ୟାନେଜରଙ୍କ କୋରାପୁଟ ଗସ୍ତକୁ ଆଖିରେ ରଖି ଏହା ତାଙ୍କ ପ୍ରାକ୍ ପ୍ରସ୍ତୁତି କରାଯାଇଛି। କୋରାପୁଟ ବିକାଶ ପରିଷଦର ସଦସ୍ୟ କୋରାପୁଟ ଦେଇ ବନ୍ଦ ପଡ଼ିଥିବା ରେଳ ଗୁଡ଼ିକୁ ପୁଣି ଚଲାଇବା ସହ କୋରାପୁଟରୁ ଭୁବନେଶ୍ୱର ପର୍ଯ୍ୟନ୍ତ ନୂତନ ରେଳ ଚଳାଚଳ ଆରମ୍ଭ କରିବା ପାଇଁ ଦାବି କରାଯାଇଥିବା ପରିଷଦର ସମ୍ପାଦକ ଶେଖ୍ ଇବ୍ରାହିମ୍ ଜଣାଇଛନ୍ତି । 

nis-ad
Leave A Reply

Your email address will not be published.