ରଣ କ୍ଷେତ୍ର  ପାଲଟିଲା ସାପ୍ତାହିକ  ହାଟ : ପ୍ରଚାର ବେଳେ  ବିଜେଡ଼ି , କଂଗ୍ରେସ  ମୁହାଁ ମୁହିଁ । ଉଭୟ ପକ୍ଷରୁ ଥାନାରେ ଏତଲା…

କୋରାପୁଟ : କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଡୁମ୍ବାଗୁଡା ପଞ୍ଚାୟତ ସଦର ସାପ୍ତାହିକ ହାଟ ରେ ଆଜି  ପଞ୍ଚାୟତ ନିର୍ବାଚନ କୁ ଦଳିଅ ପ୍ରଚାର ସମୟରେ  ବିଜେଡି ଓ କଂଗ୍ରେସ କର୍ମୀ ମଧ୍ୟରେ ମୁହାଁ ମୁହିଁ ହୋଇ ଥିଲେ। ଯାହା ଦ୍ଵାରା ସାପ୍ତାହିକ ହାଟ ଆଜି ରଣକ୍ଷେତ୍ର ପାଲଟି ଯାଇଥିବା ଦେଖିବାକୁ ମିଳିଥିଲା। ଏନେଇ ଆଜି ଦଶମନ୍ତପୁର ଥାନା ରେ ଉଭୟ ଦଳ ପକ୍ଷରୁ ଏତଲା ଦେଇଥିବା ଥାନା ଅଧିକାରୀ ଶ୍ରୀ ବିଜୟ ରାଜ୍ ମାଝୀ ସୂଚନା ଦେଇଛନ୍ତି।  ଥାନା ଅଧିକାରୀ ଶ୍ରୀ ମାଝୀ  କହିବା ଅନୁସାରେ  ସାପ୍ତାହିକ ହାଟ ରେ ଦଳିଅ ପ୍ରଚାର ପ୍ରସାର ପାଇଁ କୈାଣସି ସରକାରୀ  ନିୟମ ନାହିଁ। କିନ୍ତୁ ଆଜି ଉଭୟ ଦଳ  ପକ୍ଷରୁ ପ୍ରଚାର ପାଇଁ ଥାନା ରେ ଅନୁମତି ମାଗିବାକୁ ଆସିଥିଲେ। କିନ୍ତୁ ସରକାରୀ ନିୟମ ଥାନା ରେ ନଥିବା ଯୋଗୁଁ  ମୈଖିକ ଭାବେ ସମୟ ଦିଆ ଯାଇଥିଲା। ଯାହା ଦ୍ଵାରା ସେମାନେ ଡୁମ୍ବାଗୁଡା ସାପ୍ତାହିକ ହାଟ ରେ ଆଜି ବିଜେଡି ଓ କଂଗ୍ରେସ ର କର୍ମୀ ଓ ନେତାମାନେ ତାଙ୍କ ଇଛା ମୁତାବକ ପ୍ରଚାର କରୁଥିଲେ। ଏହି ସମୟରେ ତାଙ୍କ ତାଙ୍କ ମଧ୍ୟରେ କୈାଣସି ବଚସା ହୋଇ ଧସ୍ତାଧସ୍ତି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ପ୍ରଥମେ   ଲକ୍ଷ୍ମୀ ପୁର ବିଧାୟକ ଶ୍ରୀ ପ୍ରଭୂ ଜାନୀ ଙ୍କ ନେତୃତ୍ବରେ ଥାନା ରେ ପହଞ୍ଚି   କଂଗ୍ରେସ  ନେତା ଓ କର୍ମୀ ମାନଙ୍କ ନାମରେ ଏତଲା ଦିଆଯାଇଛି। ସେମାନଙ୍କ ମଧ୍ୟରୁ   ବ୍ଲକ କଂଗ୍ରେସ ସଂପାଦକ ଶ୍ରୀ ମହୋନ ପାତ୍ର ହିଆଲ,  ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ହୁଇକା , ପଙ୍କଜ କୁମାର ବାଘ, ହେମନ୍ତ ବାଘ , ସିନାଡୁ ଜାନୀ, କିଶୋର ସଗର, କାମ ଦେବ ସଗର  ସମେତ ୩୬ ଜଣଙ୍କ ନାମରେ  ବିଜେଡି ଏତଲା ଦେଇଥିବା ଜଣାପଡ଼ିଛି। ସେହିପରି   ପାଲଟା। କଂଗ୍ରେସ ପକ୍ଷରୁ ମଧ୍ୟ ବିଜେଡି ନେତା ଓ କର୍ମୀ ମାନଙ୍କ ନାମରେ  ମଧ୍ୟ ଏତଲା ଦେଇଥିବା ଜଣାପଡ଼ିଛି।  ସେମାନଙ୍କ ମଧ୍ୟରୁ  ଲକ୍ଷ୍ମୀପୁର ବିଧାୟକ ଶ୍ରୀ ପ୍ରଭୂ ଜାନୀ, ବ୍ଲକ ଅଧ୍ୟକ୍ଷ ଶ୍ରୀ ନାରାୟଣ ବିଶୋଇ, ବ୍ଲକ ବିଜେଡି ସଭାପତି ଶ୍ରୀ ମହେନ୍ଦ୍ର କୁମାର କୁଳଦିପ, ଯୁଲେଶ ଖରା, ଏସି ଏସ୍ ଟି କାଉନସିଲର ସଦସ୍ୟ, ଭକ୍ତ ଖୋସଲା, କାଳିଆ ସଗର, ବିଜୟ ଖୋସଲା, ସୁର୍ଯ୍ୟ ଚନ୍ଦ୍ର ବାଘ, ଉପେନ୍ଦ୍ର ବାଘ ସମେତ  ବିଜେଡି ର ୪୪ ଜଣ ଙ୍କ ନାମରେ ଏତଲା ଦେଇଥିବା ଜଣାପଡ଼ିଛି। ତେବେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ରାଜ୍ୟ ରେ ମହାମାରୀ  କରୋନା ସଂକ୍ରମଣ କମି ନ ଥିବା ବେଳେ  ନିର୍ବାଚନ ପ୍ରଚାର ପ୍ରସାର ଜନ ଗହଳି ସ୍ଥାନରେ ପ୍ରଚାର କାର୍ଯ୍ୟ କୁ ନାଁ କରାଯାଇଛି। କିନ୍ତୁ ଶାସକ ଦଳ ର ନେତା ଓ କଂଗ୍ରେସ ନେତାମାନେ  ଫୁ କରି ଏହାର ଖଲମ ଖଲା ବେଖାତିର ପ୍ରଚାର କୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି କରୋନା ପଜିଟିଭ୍ ହାର ବୃଦ୍ଧି ହେଲେ ଦାୟି କିଏ ବୋଲି ବୁଦ୍ଧି ଜୀବୀ ମହଲରେ ଚର୍ଚ୍ଚା ହେଉଛି। 

nis-ad
Leave A Reply

Your email address will not be published.