ପୁତୁଡି ଜଳ ପ୍ରପାତରେ ଦୁର୍ଘଟଣା : ଯୁବକ ଆହତ, ଅଗ୍ନିଶମ ବାହୀନି ଓ ଟିମ ହୁ୍ୟମାନିଟିର ସହାୟତାରେ ଉଦ୍ଧାର…

ଫୁଲବାଣୀ:- କନ୍ଧମାଳ ଜିଲ୍ଲାର ପ୍ରସିଦ୍ଧ ଜଳ ପ୍ରପାତ ପୁତୁଡିଠାରେ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ବାବରେ ଆହତ ହୋଇଛନ୍ତି । ସେଠାରୁ ତାଙ୍କୁ ଫୁଲବାଣୀ ଅଗ୍ନିଶମ ବାହିନୀ ଏବଂ ଫୁଲବାଣୀ ଟିମ ହୁ୍ୟମାନିଟିର ସଦସ୍ୟ ମାନଙ୍କ ସହାୟତାରେ ଉଦ୍ଧାର କରାଯାଇଛି । ଆହତ ଯୁବକ ଜଣକ ହେଉଛନ୍ତି କନ୍ଧମାଳ ଜିଲ୍ଲା ବଲସକୁମ୍ପା ଅଂଚଳର ସିଦ୍ଧାନ୍ତ କୁମାର (୨୬) ବୋଲି ଜଣାପଡିଛି । ସେ ଫୁଲବାଣୀ ଭାରତୀୟ ଷ୍ଟେଟବ୍ୟାଙ୍କ ଫୁଲବାଣୀ ଶାଖାରେ ଜଣେ ଡ୍ରାଇଭର ଭାବରେ କାର୍ଯ୍ୟ କରନ୍ତି । ଆଜି ଅପରାହ୍ନରେ ସେ କିଛି ବ୍ୟାଙ୍କ କର୍ମଚାରୀ ମାନଙ୍କୁ ନେଇ ପୁତୁଡି ଜଳ ପ୍ରପାତ ଦେଖିବାକୁ ଯାଇଥିଲେ । ସେଠାରେ ଫୋଟ ଉଠାଇବା ବେଳକୁ ଅସାବଧାନତା ବସତଃ ତାଙ୍କ ଗୋଡ ଖସି ଯିବାରୁ ସେ ବହୁତ ଉଚ୍ଚରୁ ତଳକୁ ଖସି ପଡିଥିଲେ । ଫଳରେ ତାଙ୍କର ଗୋଟିଏ ଗୋଡର ଜଙ୍ଘର ହାଡ ଭାଙ୍ଗି ଯାଇଥିଲା । ତେଣୁ ସେ ପହଂରା ଜାଣିଥିଲେ ମଧ୍ୟ ପାଣିରୁ ଉଠି ପାରିନଥିଲେ ।ସେହି ଯାଗାରେ ମୋବାଇଲ ନେଟୱର୍କ ନ ଥିବାରୁ ପାଖରେ ଥିବା ଅଫିସର ମାନେ କାହାରିକୁ ଯୋଗାଯୋଗ କରିବା ପାଇଁ ଘଟଣା ସ୍ଥଳରୁ ପ୍ରାୟ ୪ କିମି ରାସ୍ତା ଚାଲିଚାଲି ଆସି ଫୁଲବାଣୀ ଅଗ୍ନିଶମ ବାହିନୀକୁ ଏବଂ ଟିମ ହୁ୍ୟମାନିଟିକୁ ଯୋଗାଯୋଗ କରିଥିଲେ । ଉଭୟ ଅଗ୍ନିଶମ ବାହିନୀ ଏବଂ ଟିମ ହୁ୍ୟମାନିଟିର ସଦସ୍ୟ ମାନେ ସେଠାରେ ପହଂଚି ଯୁବକଙ୍କୁ ଉଦ୍ଧାର କରି ଫୁଲବାଣୀ ଡାକ୍ତରଖାନାରେ ଭର୍ତି କରାଇଥିଲେ । ଏହି ଉଦ୍ଧାର କାର୍ଯ୍ୟରେ ଟିମ ହୁ୍ୟମାନିଟିର ସଦସ୍ୟ ଭି.ଜଗନ୍ନାଥ ରାଜୁ,ଅରବିନ୍ଦ ବେହେରାଙ୍କ ସମେତ ଫୁଲବାଣୀ ଡ୍ରାଇଭର ସଂଘର ସଦସ୍ୟ ଏବଂ ଅଗ୍ନିଶମ ମାହିନୀର କର୍ମଚାରୀ ମାନେ ସହେଯାଗ କରିଥିଲେ

nis-ad
Leave A Reply

Your email address will not be published.