ବିଜେଡି ପ୍ରଚାର ରେ ଦୁଲୁକିଲା ଦାନପୁର ପଂଚାୟତ ,ସାମ୍ନା କରିବାକୁ ବଳ ଗୋଟାଉଛି ଅସନ୍ତୁଷ୍ଟ

ଖଲ୍ଲିକୋଟ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ କ୍ରମଶଃ ଗ୍ରାମାଞ୍ଚଳ ରାଜନୀତି ଉସ୍ମ ହେବାରେ ଲାଗିଛି l ପ୍ରାଥୀ ମାନେ ଘର ଘର ବୁଲି ଚିହ୍ନ ସମ୍ବଳିତ କାର୍ଡ ବଣ୍ଟନ କରିବା ସହ ବିଭିନ୍ନ ରଙ୍ଗ ବେରଂଗ ର ବ୍ୟାନର ମାନ ମାରି ଭୋଟର ମାନଙ୍କୁ ଆକର୍ଷିତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି l ବିଜେଡି ର ବିଧାୟିକା ଙ୍କ ଗୋଷ୍ଠୀ ତରଫରୁ ଖଲ୍ଲିକୋଟ ବ୍ଲକ ର ତିନି ଗୋଟି ଜୋନ ରେ ଦଳୀୟ ପ୍ରଚାର କୁ ଜୋରଦାର କରିଥିବା ବେଳେ ବିରୋଧୀ ଅସନ୍ତୁଷ୍ଟ ଗୋଷ୍ଟି ର ପାର୍ଥି ମାନେ ସରକାରୀ ଦଳ କୁ ସାମ୍ନା କରିବା ପାଇଁ ବଳ ଗୋଟାଉଥିବା ଦେଖିବାକୁ ମିଳୁଛି l ଖଲ୍ଲିକୋଟ ବ୍ଲକ ର ସମସ୍ତ ପାର୍ଥି ରାଜନୈତିକ ବୈତରଣୀ ପାରି ହେବା ପାଇଁ ଖଲ୍ଲିକୋଟ ରାଣୀ ସହେବା ଙ୍କ ଫୋଟ କୁ ମୋହରା ବଣାଇଥିବା ଦେଖିବାକୁ ମିଳୁଛି l ଷୋମବାର ଦିନ ଖଲ୍ଲିକୋଟ ବିଧାୟିକା ଙ୍କ ସ୍ୱାମୀ ଦୈତାରୀ ବେହେରା ନିଜେ ଖଲ୍ଲିକୋଟ ଦାନପୁର ପଂଚାୟତ ର ସମିତି ସଭ୍ୟ ପାର୍ଥି ହୋଇଥିବା ବେଳେ ଏକ ବିରାଟ ପ୍ରଚାର ଶୋଭାଯାତ୍ରା ସାଙ୍ଗକୁ ଘଣ୍ଟ ଘଂଟା ଢୋଲ ବାଦ୍ୟ ସାଙ୍ଗକୁ ବାଘ ନାଚ ମାଧ୍ୟମ ରେ ଦାନପୁର ପଂଚାୟତ ବିଭିନ୍ନ ୱାର୍ଡ ଗ୍ରାମ ବୁଲି ଭୋଟ ଭିକ୍ଷା କରିବା ସହ ବୟସ୍କ ଲୋକ ମାନଙ୍କୁ ମୁଣ୍ଡ ନୁଆଇଁ ନମସ୍କାର କରୁଥିବା ଦେଖିବାକୁ ମିଳିଥିଲା l ଏହି ପ୍ରଚାର ଶୋଭାଯାତ୍ରା ଝ|ଡ଼େଶ୍ୱର ଠାରୁ ବାହାରି ଡେଙ୍ଗା ପଦର ସମେତ ଦାନପୁର ପଂଚାୟତ ବିଭିନ୍ନ ଗ୍ରାମ ବାଘ ନାଚ ଓ ଘୋଡା ନାଚ ମସଃଧ୍ୟମ ପ୍ରଚାର କରିଥିଲେ l ଉକ୍ତ ପ୍ରଚାର ଶୋଭାଯାତ୍ରା ରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ,ଜିଲ୍ଲା ପରିଷଦ ଅଧକ୍ଷା ସୋନମ ପଳାଇ ବିଜେଡି ସଭାପତି ଗଙ୍ଗାଧର ଖୁଣ୍ଟିଆ ,ସମିତି ଅଧକ୍ଷା ଙ୍କ ପ୍ରତିନିଧି ରତ୍ନାକର ସାହୁ ,ବିଜେଡି ବ୍ଲକ ସଭାପତି ଗଙ୍ଗାଧର ଖୁଣ୍ଟିଆ ,ଜିଲ୍ଲା ପରିଷଦ ସଭ୍ୟ ସନ୍ଧ୍ୟା ରାଣୀ ଦଳାଇ ,ବିଜେଡି ଜିଲ୍ଲା ଉପ – ସଭାପତି ତଥା ପର୍ଯ୍ୟବେକ୍ଷକ ଜଗନ୍ନାଥ ସାବତ ,ପ୍ରଜ୍ଞା ପଣ୍ଡା ,ଜିଲ୍ଲା ସମ୍ପାଦକ ନାରାୟଣ ପାଢ଼ୀ ,ଖଲ୍ଲିକୋଟ ଏନ ଏ ସି ପ୍ରାକ୍ତନ ଅଧକ୍ଷ ରାମ ମୋହନ ପଣ୍ଡା ,ଉପାଧ୍ୟକ୍ଷ ଚିତ୍ତରଞ୍ଜନ ମାଝି ,ଯୁବ ବିଜେଡି ସଭାପତି ଦୟାନିଧି ସାହୁ ଙ୍କ ସମେତ ୧୨ ନ ଜୋନ ର ସମସ୍ତ ସରପଂଚ ,ସମିତି ସଭ୍ୟ ପ୍ରାଥୀ ଓ ଜିଲ୍ଲା ପରିଷଦ ପ୍ରଥିନି ଚନ୍ଦନା ସେଠି ଙ୍କ ସମେତ ଶତାଧିକ କର୍ମୀ ଭାଗ ନେଇଥିଲେ l

nis-ad
Leave A Reply

Your email address will not be published.