ଚାଷୀଙ୍କ ସହ ଖେଳୁଛନ୍ତି କେନ୍ଦ୍ର ସରକାର, ଗଣଧାରଣା ଦେବ ବିଜେଡି

ଭୁୂବନେଶ୍ୱର: ବଳକା ଉଷୁନା ଚାଉଳ ନେଇ ପୁଣି ବିଜେପି ବିରୋଧରେ ବର୍ଷିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର, ସୁଲତା ଦେଓ ବିଜେପିକୁ ଟାର୍ଗେଟ କରିଛନ୍ତି । ନିର୍ବାଚନ ଆସିଲେ ବିଜେପିର ଚାଷୀଙ୍କ କଥା ମନେ ପଡେ । ମିଥ୍ୟା ପ୍ରତିଶ୍ରୁତି ଦେଇଥାନ୍ତି ବିଜେପି ନେତା । ଧାନ ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ଭାବେ ଓଡିଶାକୁ ବିବେଚନା କରାଯାଏ ।

ଓଡିଶାରେ ପ୍ରଚୁର ପରିମାଣରେ ଉଷୁନା ଚାଉଳ ଉତ୍ପାଦନ କରାଯାଇଥାଏ । କେନ୍ଦ୍ର ସରକାର ବଳକା ଚାଉଳ ସଂଘୀୟ ବ୍ୟବସ୍ଥା ଅନୁସାରେ ଉଠାଣ କରିଥାନ୍ତି । FCI ଜରିଆରେ ଏହି ବଳକା ଉଷୁନା ଚାଉଳ କେନ୍ଦ୍ର ସରକାର ଉଠାଇ ଥାଆନ୍ତି । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅନ୍ୟ ରାଜ୍ୟରେ ମଧ୍ୟ ଏହି ବଳକା ଚାଉଳକୁ ପ୍ରଦାନ କତରାଯାଇଥାଏ । କିନ୍ତୁ କେନ୍ଦ୍ର ସରକାର ଓଡିଶା ସହ ଖେଳୁଛନ୍ତି । ଓଡିଶାର ଚାଷୀଙ୍କ ସହ ଅନ୍ୟାୟ କରୁଛନ୍ତି ବୋଲି କହିଛି ବିଜେଡି ।

ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର କହିଛନ୍ତି, ୨୦୨୦ ମସିହାରେ ଖରିଫ ଋତୁରେ ଓଡିଶାରେ ୫୨ ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ କରାଯାଇଛି । ରାଜ୍ୟ ସରକାର ୩୦ ଲକ୍ଷ ମେଟ୍ରିକ ଟନ ନିଜର ବ୍ୟବହାର ନିମନ୍ତେ ରଖିଛନ୍ତି । ମୋଟାମୋଟି ୨୨ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବା କଥା । ଏବି ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ର ସରକାର ୨ ଲକ୍ଷ ମେଟ୍ରିକ ଟନ ଅରୁଆ ଚାଉଳ, ୫ ଲକ୍ଷ ମେଟ୍ରିକ ଟନ ଭିଟାମିନ ଯୁକ୍ତ ଉଷୁନା ଚାଉଳ ଉଠାଇବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଏବଂ ବାକି ୧୫ ଲକ୍ଷ ମେଟ୍ରିକ ଟନ ଚାଉଳ ପରବର୍ତ୍ତୀ ସମୟରେ ଉଠାଇବେ ବୋଲି କହିଥିଲେ । କିନ୍ତୁ ସେଥିରେ ଗୋଚଟିଏ ମଧ୍ୟ କେନ୍ଦ୍ର ସରକାର ପୂରଣ କରି ନାହାଁନ୍ତି । ଫଳରେ ଏହି ବଳକା ଚାଉଳ ଏବେ କଣ ହେବ ? ଗଛିତ ଥିବା ଚାଉଳର ଭାଗ୍ୟ ଓ ଭବିଷ୍ୟତ କଣ ତାହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡ଼ି ।

ସେପଟେ ଏହି ଅଭିଯୋଗ ନେଇ ଆସନ୍ତା କାଲି ଅର୍ଥାତ ମଙ୍ଗଳବାର ଠାରୁ ବିଜେଡି ଭୁବନେଶ୍ୱର FCI ଆଗରେ ଦଳ ତରଫରୁ ଗଣ ଧାରଣା ଦିଆଯିବ । ବିଜେପି ନେତା ମାନେ କେବଳ ନିର୍ବାଚନ ସମୟରେ କୁମ୍ଭୀର କାନ୍ଦଣା କାନ୍ଦିଥାନ୍ତି । ଚାଷୀଙ୍କ ସହ ଖେଳିଥାନ୍ତି । ଏନେଇ ବିଜେପିର କୌଣସି ସାଂସଦ ମଧ୍ୟ କେନ୍ଦ୍ର ନିକଟରେ ଫେରାଦ ହୋଇନଥିବା ଅଭିଯୋଗ କରିଛି ବିଜେଡି ।

nis-ad
Leave A Reply

Your email address will not be published.