ଆଜିଠୁ ଖୋଲିଲା ଅଷ୍ଟମରୁ ତତୁର୍ଦ୍ଧ ଶ୍ରେଣୀ, କୋଭିଡ୍ କଟକଣାରେ ପିଲା ବିଦ୍ୟାଳୟକୁ ଗଲେ

ଫୁଲବାଣୀ ୦୭।୦୨:  ଆଜିଠୁ ଖୋଲିଲା ଅଷ୍ଟମରୁ ତଦୁର୍ଦ୍ଧ ଶ୍ରେଣୀ । ସବୁ ସରକାରୀ ଓ ଘରୋଇ ସ୍କୁଲର ୮ମ ଶ୍ରେଣୀରୁ ଉପରକୁ ସମସ୍ତ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫ୍ ଲାଇନ୍ ପାଠପଢ଼ା ଆରମ୍ଭ ହେଲା। ଏଥିସହ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସମେତ ଅନ୍ୟାନ୍ୟ ବୈଷୟିକ ଓ ପ୍ରଫେସନାଲ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଖୋଲିଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ସ୍କୁଲ ଖୋଲିଲେବି ଉଭୟ ଅଫଲାଇନ ଏବଂ ଅନଲାଇନରେ ପାଠ ପଢ଼ା ହେବ ବୋଲି କହିଛନ୍ତି ବିଦ୍ୟାଳୟ ପ୍ରଧାନାଚାର୍ଯ୍ୟ ଜାନକୀ ବଲ୍ଲଭ ବିଷୋୟୀ। ପ୍ରଥମ ଦିନରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ଠାରେ ଉଭୟ ଶ୍ରେଣୀର ଶତକଡ଼ା ୯୦ ଭାଗ ଛାତ୍ର ଛାତ୍ରୀ ଉପସ୍ଥିତ ଥିବା ସୂଚନା ଦେଇଥିଲେ ପ୍ରଧାନାଚାର୍ଯ୍ୟ ବିଷୋୟୀ।

ପ୍ରଥମ ଦିନରେ ବିଦ୍ୟାଳୟ ର ପରିଚାଳନା କମିଟିର ସମ୍ପାଦକ ବିରଞ୍ଚି ମିଶ୍ର ଓ ସଭାପତି ହରିଶ୍ଚନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା।ଏଥି ସହିତ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ନିର୍ଦ୍ଧାରିତ ସମୟ ପୂର୍ବରୁ ଉପସ୍ଥିତ ରହି କୋଭିଡି ନିୟମାନୁସାରେ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରବେଶ କରାଉଥିଲେ।

nis-ad
Leave A Reply

Your email address will not be published.