ଜିରିଡିକିଆ ପଞ୍ଚାୟତ ନିର୍ବାଚନ ୨୦୨୨ ବନ୍ଦ କରିବା ପାଇଁ କନ୍ଧମାଳ ଜିଲ୍ଲାପାଳଙ୍କ ସମୁଖରେ ଧାରଣା

ଫୁଲବାଣୀ : ଜିରିଡିକିଆ ପଞ୍ଚାୟତ ନିର୍ବାଚନ ୨୦୨୨ ବନ୍ଦ କରିବା ପାଇଁ କନ୍ଧମାଳ ଜିଲ୍ଲାପାଳଙ୍କ ସମୁଖରେ ୧୫ ଖଣ୍ଡ ଗ୍ରାମର ଗ୍ରାମବାସୀଙ୍କ ଧାରଣା । ସୂଚନା ଅନୁସାରେ କ.ନୂଆଗାଁ ବ୍ଲକ ଅନ୍ତର୍ଗତ ତଳକଙ୍ଗେରିକିଆ, ଉପରକଙ୍ଗେ ରିଜିଆ, ବଲାବାଲି, ଗୁଞ୍ଜିଗାଁ, ସସିମାହା, ଡୁଡୁକାରଗାଁ, ଜମ୍ବୁଗୁଡା, ମଗଢିଙ୍ଗିଆ, ମାହାଗୁଡା, କଦାକୀମ୍ବା, କଟାବାଲି, ବେଶିଙ୍ଗୀସାହି, ଗିନ୍ଦାପାଙ୍ଗା, ଡାବୁଲିସୁଗା ଓ ନାହୁଢିମାହା ଇତ୍ୟାଦି ଗ୍ରାମବାସୀ ଗତ ୨୦୧୫ ମସିହାରୁ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ଅଭିଯୋଗ ଜଣାଇଥିଲେ ମଧ୍ୟ କେତେକ ନ୍ୟସ୍ତସ୍ଵାର୍ଥ ଅଧିକାରୀଙ୍କ ଅହଂକାର ମନୋଭାବ ଯୋଗୁଁ ଆଜିଯାଏଁ ଆମ୍ଭମାନଙ୍କ ଅଭିଯୋଗର ବିଚାର କରାଯାଇ ନାହିଁ । ଫଳରେ ଆମ୍ଭମାନଙ୍କର ଗ୍ରାମଗୁଡିକୁ ନୂତନ କରି ଗଠନ କରାଯାଇଥିବା ଜିରିଡିକିଆ ଗ୍ରାମପଞ୍ଚାୟତରେ ସଂଶ୍ଳିଷ୍ଟ କରାଯାଇ ଆମ୍ଭ ନିରୀହ ଆଦିବାସୀ ଓ ହରିଜନ ଜନସାଧାରଣଙ୍କୁ ସରକାରଙ୍କ ଦ୍ବାରା ସ୍ଥିରୀକୃତ ଆଇନ ଏବଂ କଲ୍ୟାଣମୂଳକ ଯୋଜନାରୁ ବଞ୍ଚିତ କରାଯାଉଛି । ଆମ୍ଭ ଗ୍ରାମଗୁଡିକ ନୂତନ କରି ଗଠନ କରାଯାଇଥିବା ଜିରିଡିକିଆ ପଞ୍ଚାୟତଠାରୁ ଦୀର୍ଘ ୧୮ କିମି, ୧୨ କିମି, ୧୫ କିମି, ଓ ୧୭ କିମି ଦୂରତା ହେଉଥିଲା ବେଳେ ଏହା ମଧ୍ୟରେ ବିରାଟ ଜଙ୍ଗଲ ତଳକରିକିଆ ଓ ଉପରକଫେରିକିଆ ଏବଂ ଡୁଡୁକାରଗାଁଠାରେ ରହିଛି ।ଏଥ୍‌ସହ ଡଲାବାଲି ଓ ଗୁଞ୍ଜିଗାଁ ରୁ କିରିଡିକିଆ ଯିବା ପାଇଁ କୌସି ରାସ୍ତା ନ ଥିଲା ବେଳେ ପାଣି ନାଳ ଦେଇ ଲୋକେ ସେଠାକୁ ଯିବା ସମ୍ଭବ ନୁହେଁ । ଏହି ସମସ୍ୟାକୁ ବିଚାରକୁ ନେଇ ମାନ୍ୟବର ଜିଲ୍ଲାପାଳଙ୍କ ଆଦେଶ ମୁତାବକ ବି.ଡି.ଓ. ଆମକୁ ପୂର୍ବ ବଣ୍ଡଗୁଡା ପଞ୍ଚାୟତରୁ ସମସ୍ତ ରାସନ ଓ ଭତ୍ତା ଆଦି ସରକାରୀ ଯୋଜନାର ସହାୟତା ଯୋଗାଇ ଦେଇଛନ୍ତି ।


ସରକାରଙ୍କର ନୂଆ ପଞ୍ଚାୟତ ସୀମା ନିର୍ଦ୍ଧାରଣ ପାଇଁ ନିୟମ ମୁତାବକ ୦୨ ରୁ ୦୩ କିମି ଦୂରତାରେ ଥିବା ଗ୍ରାମଗୁଡିକ ଅନ୍ତର୍ଭୁକ୍ତ ହେବା ବାଞ୍ଛନୀୟ ଏବଂ ଗ୍ରାମପଞ୍ଚାୟତକୁ ଯାତାୟତ ରାସ୍ତା ମଧ୍ୟରେ ବଡ ଜଙ୍ଗଲ ନାଳ କିମ୍ବା ପର୍ବତମାଳ ନ ଥିବା ଆବଶ୍ୟକ ବୋଲି କୁହାଯାଇଛି । କିନ୍ତୁ ନୂତନ କରି ଗଠନ କରାଯାଇ ଥିବା ଏହି ଜିରିଡିକିଆ ଗ୍ରାମ, ପୂର୍ବରୁ ରହିଥିବା ବଣ୍ଡଗୁଡା ଗ୍ରାମପଞ୍ଚାୟତ ଠାରୁ ମାତ୍ର ୦୧ କିମି ଦୂରତାରେ ଅବସ୍ଥିତ ଥିବାବେଳେ ଯେଉଁ ସବୁ ଗ୍ରାମକୁ ଏହି ଜିଉଡିକିଆରେ ଅନ୍ତର୍ଭୁକ୍ତ କରାଯାଇଛି, ସେଗୁଡିକ ପୂର୍ବର ବଶଗୁଡା ଗ୍ରାମପଞ୍ଚାୟତଠାରୁ ମାତ୍ର ୦୩ କିମି ରୁ ୦୫ କିମି ଦୂରତା ରହିଥିଲା ଏବଂ ସେ ସମୟର ଜିଲ୍ଲା ପଞ୍ଚାୟତ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପରୋକ୍ତ ଗ୍ରାମଗୁଡିକରେ ବସବାସ କରୁଥିବା ନିରୀହଆଦିବାସୀ ଓ ହରିଜନ ସମ୍ପ୍ରଦାୟର ଲୋକମାନଙ୍କ ଅଭିଯୋଗ ପ୍ରତି କର୍ଣ୍ଣପାତ ନ କରି, ସେହି ସବୁ ଗ୍ରାମର ଦୂରତା, ଜଙ୍ଗଲ, ପାହାଡ ଓ ନାଳଗୁଡିକୁ ସରଜମିନୀ ତଦନ୍ତ କରି ବିଚାରକୁ ନ ନେଇ ମନୋମୂଖ୍ ଭାବେ ଜବରଦସ୍ତ ଜିରିଡିକିଆ ଗ୍ରାମପଞ୍ଚାୟତକୁ ନୂତନ ଭାବେ ଗଠନ କରିଦେଲେ । ଏତେ ସବୁ ଆଇନ ଓ ସୁରକ୍ଷା ବ୍ୟବସ୍ଥା ଅନୁସୂଚିତ ଜାତି ଓ ଜନଜାତିଙ୍କ କଲ୍ୟାଣ ପାଇଁ ସରକାର କରିଥିଲା ବେଳେ ପଦସ୍ଥ ଅଧିକାରୀମାନେ ସାଧାରଣ ଲୋକଙ୍କ ଅଭିଯୋଗ ନ ଶୁଣି ୦୮ କିମି ରୁ ୧୭ କିମି ଦୂରତାରେ ଜିରିଡିକିଆ ପଞ୍ଚାୟତ ଗଠନ କରିଛନ୍ତି । ଫଳରେ ଉପରୋକ୍ତ ଗ୍ରାମବାସୀମାନେ ଜିରିଚିକିଆ ପରିବର୍ତ୍ତେ ମଗଡିଙ୍ଗିଆଠାରେ ନୂତନ ପଞ୍ଚାୟତ ଗଠନ କରିବା ପାଇଁ ଦାବି କରି ମୁଖ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚିବ ଓ ପଞ୍ଚାୟତିରାଜ ସଚିବଙ୍କ ଦ୍ବାରସ୍ଥ ମଧ୍ୟ ହୋଇଥିଲେ । କିନ୍ତୁ ପଞ୍ଚାୟତରାଜ ସଚିବଙ୍କ ବୈଠକକୁ କ.ନୂଆଗାଁ ବି.ଡ଼ି.ଓ. ନ ଯାଇ ଡି.ପି.ଓ.ଙ୍କ ଦ୍ବାରା ଭୁଲ୍ ତଥ୍ୟ ସମ୍ବଳିତ ଲେଖା ପ୍ରଦାନ କରିବା ଦ୍ବାରା ଜନସାଧାରଣଙ୍କର ମଗଢିଙ୍କିଆ ପଞ୍ଚାୟତ ଦାବି ଉପେକ୍ଷିତ ହୋଇଛି । ଡି.ପି.ଓ. ମଧ୍ୟ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ନିକଟରେ ଭୂଲ୍ ତଥ୍ୟ ସମ୍ବଳିତ ଶପଥପାଠ ଦାଖଲ କରିବା ଦ୍ବାରା ମାମଲାଗୁଡିକରେ ବିଚାର ଶେଷ ହୋଇପାରୁ ନାହିଁ ।
ପରିଶେଷରେ କ୍ଷତିଗ୍ରସ୍ତ ଗ୍ରାମବାସୀମାନେ ବାଧ୍ୟ ହୋଇ ମାନ୍ୟବର ଓଡ଼ିଶା ଉଚ୍ଚନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି ଏବଂମାନ୍ୟବର ଉଚ୍ଚନ୍ୟାୟାଳୟରେ ଅଦ୍ୟାବଧୂ ୦୫ ଗୋଟି ମାମଲା – 14919/2021, W.P.(C) No. 17988/17, W.P.(C) No. 16734/16- Misc. case No. 15653/16, W.P.(C) No. 21654/16- Misc. case No. 20479/ 16, W.P.(C) No. 22296/16 Mise_case_No. 20479/16 ବିଚାରାଧୀନ ଥିବା ବେଳେ WP ( C) No. 20798/17-1.A, No. 14919/2021ରେ ମାନ୍ୟବର ଓଡ଼ିଶା ଉଚ୍ଚନ୍ୟାୟାଳୟ ସ୍ତଗିତାଦେଶ ଦେଇଛନ୍ତି । W.P.(C) No. 20798/17- L.A. No.ମାନ୍ୟବର ରାଜ୍ୟ ନିର୍ବାଚନ ଆୟୋଗ ମଧ୍ୟ ତାଙ୍କ ଚିଠି ସଂଖ୍ୟା -୨୪ ତାରିଖ ୦୪,୦୧, ୨୦୨୨ ଦ୍ଵାରା ଆଦେଶ ଦେଇ କହିଛନ୍ତି, ଯେ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ଅନ୍ତରୀଣ/ ସ୍ତଗିତାଦେଶ ଥିଲେ ସମ୍ପୃକ୍ତ ପଞ୍ଚାୟତରେ ନିର୍ବାଚନ ବନ୍ଦ କରାଯିବ । ତଦନୁଯାୟୀ ଆମ୍ଭେ ଉପରୋକ୍ତ ଗ୍ରାମବାସୀ ଓ ଭୋଟରମାନେ ସ୍ଥିରୀକୃତ ଵିରିଜିକିଆ ଗ୍ରାମପଞ୍ଚାୟତର ଚଳିତ ନିର୍ବାଚନକୁ ବନ୍ଦ ରଖିବା ପାଇଁ ଲିଖତ ଭାବେ ଜଣାଇ ସାରିଛୁ । ଗତ ୨୦୧୭ ମସିହା ଏବଂ ୨୦୧୯ ମସିହା ଯଥାକ୍ରମେ ଗ୍ରାମପଞ୍ଚାୟତ ଓ ବିଧାନସଭା/ଲୋକସଭା ନିର୍ବାଚନରେ ଭୋଟରମାନେ ଉପରୋକ୍ତ ବେଆଇନ ପଞ୍ଚାୟତ ଗଠନର ପ୍ରତିବାଦ କରି ଭୋଟ ବର୍ଜନ କରିଥିଲେ । ଚଳିତ ନିର୍ବାଚନରେ ମଧ୍ୟ ଲୋକେ ଅତ୍ୟଧିକ ଅସନ୍ତୋଷ ପ୍ରକାଶ କରୁଛନ୍ତି, ଏତେ ଦିନ ବିତିଯାଇ ଥିଲେ ମଧ୍ୟ ଅଧିକାରୀମାନେ ପୂର୍ବ ଭୁଲକୁ ସୁଧାରୀ ପାରିଲେ ନାହିଁ । ଏହି ବିଷୟରେ ଗତ ୨୦୧୫ ମସିହାରୁ ସମ୍ପୃକ୍ତ କ୍ଷତିଗ୍ରସ୍ତ ଗ୍ରାମବାସୀମାନେ ବ୍ଲକ, ସବ୍-ଡିଭିଜନ ଓ ଜିଲ୍ଲା ସମେତ ରାଜ୍ୟର ସମସ୍ତ ବିଭାଗୀୟ ପଦାଧିକାରୀଙ୍କୁ ଅଭିଯୋଗ ପତ୍ର ଦେଇ ସାରିଛନ୍ତି । ମାନ୍ୟବର ଉଚ୍ଚ ନ୍ୟାୟାଳୟ ମଧ୍ୟ ମାମଲାର ଗୁରୁତ୍ଵକୁ ବିଚାରକୁ ନେଇ ଜିରିଡିକିଆ ଠାରେ ପଞ୍ଚାୟତ ଗୃହ ନିର୍ମାଣରେ ୨୦୧୭ ମସିହାରୁ ରହିତାଦେଶ ଦେଇଛନ୍ତି । ଇତି ମଧ୍ୟରେ ମାନ୍ୟବର ରାଜ୍ୟ ନିର୍ବାଚନ ଆୟୋଗ ମଧ୍ୟ ଉଚ୍ଚ ନ୍ୟାୟାଳୟଙ୍କ ରହିତାଦେଶ ଥିଲେ ପଞ୍ଚାୟତ ନିର୍ବାଚନ ବନ୍ଦ ରଖିବା ପାଇଁ ଗତ ତା – ୦୪.୦୧.୨୦୨୨ ରିଖରେ ନିର୍ଦ୍ଦେଶ ଦେଇଛନ୍ତି, ତା’ ସତ୍ତ୍ଵେ ନିର୍ବାଚନ ନାମାଙ୍କନ ପତ୍ର ଦାଖଲ ହେବାରୁ ସମ୍ପୃକ୍ତ ଗ୍ରାମଗୁଡିକର ସାଧାରଣ ଭୋଟରମାନେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଲିଖତ ଅଭିଯୋଗ କରିବାରୁ ମାନ୍ୟବର କମିଶନ ଗତ ତା – ୨୯.୦୧.୨୦୨୨ ରିଖରେ କନ୍ଧମାଳ ଜିଲ୍ଲାପାଳଙ୍କୁ ଅନୁସନ୍ଧାନ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଜିଲ୍ଲାର ଅଧିକାରୀମାନେ ଅଦ୍ୟାବଧି ଜିରିଡିକିଆ ପଞ୍ଚାୟତର ନିର୍ବାଚନ ବନ୍ଦ କରିବା ପାଇଁ କୌଣସି ବିଜ୍ଞପ୍ତି ପ୍ରକାଶ କଲେ ନାହିଁ । ଅନ୍ୟ ପକ୍ଷରେ ଉପରୋକ୍ତ କ୍ଷତିଗ୍ରସ୍ତ ଗ୍ରାମର ଭୋଟରମାନେ କ୍ରମାଗତ ଭାବେ ଜିଲ୍ଲା ଅଧିକାରୀଙ୍କୁ ଭେଟି ସମୂହ ଆଲୋଚନା କରୁଥିଲେ ମଧ୍ୟଜିଯାଏଁ ଜିଲ୍ଲାପାଳଙ୍କ ତରଫରୁ ନିର୍ବାଚନ ବନ୍ଦ କରିବା ପାଇଁ ଘୋଷଣା କରାଗଲା ନାହିଁ । ଫଳରେ ସାଧାରଣ ଭୋଟରମାନଙ୍କ ପ୍ରତି ଜିଲ୍ଲା ପ୍ରଶାସନର ଏତାଦୃଶ ଅବହେଳା ମନୋଭାବ ପ୍ରତିବାଦରେ ଆସନ୍ତା ତା ୦୭.୦୨.୨୦୨୨ ରିଖରୁ କନ୍ଧମାଳ ଜିଲ୍ଲାପାଳ ଏବଂ ରାଜ୍ୟ ନିର୍ବାଚନ କମିଶନଙ୍କ ସମ୍ମୁଖରେ ଶାନ୍ତିପୂର୍ଣ୍ଣ Govid-19 ନିୟମଯୁକ୍ତ ଧାରଣା ଓ ଅନଶନ କାର୍ଯ୍ୟକ୍ରମ କରାଯିବ, ଏହାଦ୍ବାରା ସାଧାରଣରେ ସୃଷ୍ଟି ହେଉଥିବା ସମସ୍ତ ପରିସ୍ଥିତି ପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବେ । ସୀମା ପୁନଃନିର୍ଦ୍ଧାରଣରେ ଜାଣିଶୁଣି ଉପରୋକ୍ତ ବେଆଇନ କାର୍ଯ୍ୟ କରି ନିରୀହ ଆଦିବାସୀ ଓ ଦଳିତ ଜନସାଧାରଣ ତଥା ଭୋଟରମାନଙ୍କୁ ଦୀର୍ଘ ୨୦୧୫ ମସିହାରୁ ଆଜି ଯାଏଁ ସେମାନଙ୍କ ଆଇନଗତ ଅଧିକାରରୁ ବଞ୍ଚିତ କରିଆସୁଥିବା ସମ୍ପୃକ୍ତ ପ୍ରଶାସନିକ ଅଧିକାରୀଙ୍କ ବିରୁଦ୍ଧରେ ଅତ୍ୟାଚାର ନିରାକରଣ ମାମଲା ମଧ୍ଯ ରୁଜୁ କରାଯିବ ବୋଲି ସମ୍ପୃକ୍ତ ଗ୍ରାମବାସୀମାନେ ନିଷ୍ପତି ନେଇଛନ୍ତି କ.ନୂଆଗାଁ ବ୍ଲକ ଅନ୍ତର୍ଗତ ବିବାଦୀୟ କିରିଡିକିଆ ପଞ୍ଚାୟତର ଚଳିତ ନିର୍ବାଚନକୁ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ଅନ୍ତରୀଣ ଆଦେଶ ଓ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଆଦେଶ ମୁତାବକ ଜନସାଧାରଣଙ୍କ କଲ୍ୟାଣ ପାଇଁ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି।ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଧାରଣା ଚାଲିବ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି।

nis-ad
Leave A Reply

Your email address will not be published.