ସିଦ୍ଧୁଙ୍କ ସ୍ୱପ୍ନ ଧୂଳିସାତ୍, ଚନ୍ନି ହେଲେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଅମୃତସର: ପଞ୍ଜାବରେ କଂଗ୍ରସ ପକ୍ଷରୁ କିଏ ହେବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାକୁ ନେଇ କିଛି ଦିନ ହେଲା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଆଜି ଏହାର ଅବସାନ ଘଟିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି। ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ପାଇଁ ଚରଣ ଜିତ ସିଂ ଚନ୍ନିଙ୍କ ନାମ ଘୋଷଣା କରିଛନ୍ତି ରାହୁଲ। ଚନ୍ନି ଏବେ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଅଛନ୍ତି।
ଆଜି ଏକ କାରରେ ଲୁଧିଆନାରେ ପହଞ୍ଚିଥିଲେ ରାହୁଲ । ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ୟ ସୁନିଲ ଜଖର ଡ୍ରାଇଭ କରୁଥିଲା ବେଳେ ଉକ୍ତ କାରରେ ରାହୁଲ ଗାନ୍ଧି, ପଞ୍ଜାବ ମୁଖମନ୍ତ୍ରୀ ଚରଣ ଜିତ ସିଂ ଚନ୍ନି , ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ବସିଥିଲେ। ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ଉଭୟ ଚରଣ ଜିତ ସିଂ ଚନ୍ନି ଏବଂ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଲଢ଼େଇ ଲାଗି ରହି ଥିଲା । ଭୟୟଙ୍କ ମଧ୍ୟରୁ କାହାକୁ ଜଣକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା ନେଇ ଚର୍ଚ୍ଚା ଲାଗି ରହିଥିଲା । ଆଜି ରାହୁଲଙ୍କ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ପାଇଁ ସ୍ୱପ୍ନ ଦେଖୁଥିବା ସିଦ୍ଧୁଙ୍କ ଆଶା ଧୂଳିସାତ ହୋଇଛି।
ପୁର୍ବରୁ ସିଦ୍ଧୁ ଏବଂ ଚରଣ ଜିତ ସିଂ ଚନ୍ନିଙ୍କ ମଧ୍ୟରେ କ୍ଷମତା ଲଢ଼େଇକୁ ରାହୁଲ କହିଥିଲେ ଯେ, ୨ ଜଣ ବ୍ୟକ୍ତି କେବେ ନେତୃତ୍ୱ ନେଇପାରିବେ ନାହିଁ। କେବଳ ଜଣେ ନେବେ।ଆମେ ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛିବୁ। ସାଧାରଣତଃ ଆମେ କେବେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରୁନା। କିନ୍ତୁ ଯଦି ଦଳୀୟ କର୍ମୀ ଚାହିଁବେ ତେବେ ଆମେ ଜଣକୁ ଚୟନ କରିବୁ। କିନ୍ତୁ ଏହି ମୁଖ୍ୟମନ୍ତ୍ରୀ ଚେହେରା କଂଗ୍ରେସ କର୍ମୀ ବାଛିବେ ବୋଲି ରାହୁଲ କହିଛନ୍ତି। ତେବେ ଆଜିର କାର୍ଯ୍ୟକ୍ରମରେ ଭୟୟେ ଚନ୍ନି ଏବଂ ସିଦ୍ଧୁଙ୍କ ସହ ରାହୁଲ ଉପସ୍ଥିତ ଥିଲେ। ଉଭୟଙ୍କୁ ଇଶାରା କରି ରାହୁଲ କହିଥିଲେ ଯେ, ୨ ଜଣ ବ୍ୟକ୍ତି କେବେ ନେତୃତ୍ୱ ନେଇପାରିବେ ନାହିଁ। ଯଦି ଜଣେ ନେତା ହୁଅନ୍ତି ଆଉ ଜଣେ ଜଣେ ତାଙ୍କୁ ସମସ୍ତ ସହଯୋଗ ଯୋଗେଇ ଦେବା ଆବଶ୍ୟକ। ୧୧୭ ଆସନ ବିଶିଷ୍ଟ ବିଧାନ ସଭା ଆସନ ପାଇଁ ଆସନ୍ତା ଫେବୃଆରୀ ୧୪ରେ ମତ ଦାନ ହେବ ।

nis-ad
Leave A Reply

Your email address will not be published.