“ଜଗୁଆର ଏକାଡେମୀ ଅଫ ମାର୍ଶାଲ ଆର୍ଟ “ ହିଞ୍ଜିଳିକାଟୁ ଓ ବ୍ରହ୍ମପୁର ର ଛାତ୍ରଛାତ୍ରୀମାନେ ରଙ୍ଗ ଵେଲ୍ଟ ପଦୋନ୍ନତି ପରୀକ୍ଷାରେ ଭାଗନେଲେ

ହିଞ୍ଜିଳିକାଟୁ ତା ୬/୨:ଗଞ୍ଜାମଜିଲ୍ଲା ଟାଇକୋଣ୍ଡୋ ଏକାଡେମୀ ଏସୋସିଏସନ ତରଫରୁ ରବିବାର ପୂର୍ବାହ୍ନ ୮ ଘଣ୍ଟା ସମୟରେ ଛତ୍ରପୁର ଲକ୍ଷ୍ମଣ ଭବନ ପରିସରରେ ୨୫ ତମ ରଙ୍ଗ ବେଲ୍ଟ ପଦୋନ୍ନତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜାଗୁଆର ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ହିଞ୍ଜିଳିକାଟୁ ର ୭ ଜଣ ଛାତ୍ରଛାତ୍ରୀ ଓ ବ୍ରହ୍ମପୁର ର ୨୪ ଜଣ ଛାତ୍ରଛାତ୍ରୀ ହଳଦିଆ ଓ ନୀଳ ଵେଲ୍ଟ ପଦୋନ୍ନତି ପରୀକ୍ଷା ରେ ଭାଗନେଇଛନ୍ତି। ଜାଗୁଆର ଏକାଡେମୀ ର ୮ ଜଣ ଛାତ୍ରଛାତ୍ରୀ ଵ୍ଳାକ ବେଲ୍ଟ ପଦୋନ୍ନତି ପରୀକ୍ଷା ରେ ଭାଗନେଇଛନ୍ତି।

ଛତ୍ରପୁର ଲକ୍ଷ୍ମଣ ଭବନ ପରିସରରେ ଆୟୋଜିତ ଜିଲ୍ଲା ଟାଇକୋଣ୍ଡୋ ଆସୋସିଏସନ ପଦୋନ୍ନତି ପ୍ରଶିକ୍ଷଣ ଶିବିର ରେ ଅନ୍ତର୍ଜାତୀୟ ସ୍ତରର ପ୍ରଶିକ୍ଷକ ଓ କୋଚ ମନ୍ମଥ କୁମାର ଭଞ୍ଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଟାଇକୋଣ୍ଡୋ ଆସୋସିଏସନ ସଭାପତି। ଛତ୍ରପୁର ଟାଇକୋଣ୍ଡୋ ଏକାଡେମୀ ର ପ୍ରଶିକ୍ଷକ ମନୋଜ କୁମାର ପ୍ରଧାନ, ଜାଗୁଆର ଏକାଡେମୀ ର ପ୍ରଶିକ୍ଷକ ଅମ୍ଵିକା ପ୍ରସାଦ ଦାସ ଓ ଛତ୍ରପୁର ଔ।ର୍ଡ ସଭ୍ୟା ଯୋଗ ଦେଇ ପଦୋନ୍ନତି ପାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପଦୋନ୍ନତି ବେଲ୍ଟ ଓ ମାନପତ୍ର ପ୍ରଦାନ କରିଥିଲେ।

ରଵିଵାର ଗଞ୍ଜାମ ଜିଲ୍ଲାର ୧୦୦ ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ରେ ଅଂଶଗ୍ରହଣ କରିଥିଲେ। ବାଳିକା ଓ ବାଳକ ମାନଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ଦେଇ ଜାତୀୟ ସ୍ତର ପୁରସ୍କାର ହାସଲ କରିଛନ୍ତି ବ୍ରହ୍ମପୁର ଓ ହିଞ୍ଜିଳିକାଟୁ ଠାରେ ଥିବା ” ଜଗୁଆର ଏକାଡେମୀ ଅଫ ମାର୍ଶାଲ ଆର୍ଟ “ର ମୁଖ୍ୟ ତଥା ପ୍ରଶିକ୍ଷକ ଶ୍ରୀ ଅମ୍ବିକା ପ୍ରସାଦ ଦାଶ। ଶ୍ରୀ ଦାଶ ” ମିଶନ ଲକ୍ଷ୍ୟ ” ନାମରେ ସମ୍ପୂର୍ଣ୍ଣ ମାଗଣା ଆତ୍ମରକ୍ଷା ତାଲିମ ଅଭିଯାନ କରି ଓଡିଶାରେ ଏକ ବର୍ଷ ମଧ୍ୟରେ ୧୨ ଶହ ବାଳିକାଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଗତ ୨୦୧୯ ବର୍ଷରେ ଶ୍ରୀ ଦାଶ ନିଜସ୍ୱ ସମସ୍ତ ଖର୍ଚ୍ଚରେ ରାଜ୍ୟର ବିଭିନ୍ନ ସ୍ଥାନରେ ମୋଟ ୧୨ଶହ ବଳିକାଙ୍କୁ ମାଗଣାରେ ଏହି ଆତ୍ମରକ୍ଷା ତାଲିମ ଦେଇଥିଲେ। ମୁମ୍ବାଇ ଠାରେ ଗତ ୨୮ ତାରିଖରେ ” ଭାରତର କୋମ୍ବାଟ ଟାକଟିକାଲ ଆସୋସିଏସନ ” ପକ୍ଷରୁ ଆୟୋଜିତ ଏକ ସମ୍ବର୍ଦ୍ଧନା ସମାବେଶରେ ଶ୍ରୀ ଦାଶ ଙ୍କୁ ଶ୍ରେଷ୍ଠ ଆତ୍ମରକ୍ଷା ପ୍ରଶିକ୍ଷକ ଜାତୀୟ ଆୱାର୍ଡ ପ୍ରଦାନ ସହ ମାନପତ୍ର , ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

nis-ad
Leave A Reply

Your email address will not be published.