କବି ସମ୍ରାଟ ଓ କବିସୂର୍ଯ୍ୟ ଜୟନ୍ତୀ ପାଳିତ

ବ୍ରହ୍ମପୁର, (୦୬/୦୨) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ଭାରତୀୟ ତାଲିମ ଓ ବିକାଶ ସମାଜ ତତଫରୁ ବସନ୍ତ ପଞ୍ଚମୀ ଶୁଭ ଅବସର ରେ କବି ସମ୍ରାଟ ଓ କବିସୂର୍ଯ୍ୟ ଙ୍କ ଜୟନ୍ତୀ ସମାରୋହ କୋଭିଡ କଟକଣା ଯୋଗୁଁ ସନ୍ଧ୍ୟା-୦୭-୩୦ ସମୟ ଗୁଗଲ ଲିଙ୍କ ଜରିଆରେ ଅଧ୍ୟକ୍ଷ ପ୍ର, ରଘୁନାଥ ପଣ୍ଡା ଙ୍କ ପୌରୋହିତ୍ୟରେ ପାଳିତ ହୋଇ ଯାଇଛି।ଆଲୋଚନା ଅବଧି ପୂର୍ବରୁ ପୂର୍ବାହ୍ନ ୦୮-୦୦ ସମୟରେ ହିଲ ପାଟ ନା ସ୍ଥିତ ବିକୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଥିବା କବି ସମ୍ରାଟ ଓ କବି ସୂର୍ଯ୍ୟଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ପରେ କବିସୂର୍ଯ୍ୟ ବଳଦେବ ରଥ ଙ୍କ ଅନ୍ତିମ ବାସସ୍ଥାନ ବାଲାଜୀ ପେଣ୍ଠ ସ୍ଥିତ ଗୌଡ଼ ସାହି ନିକଟରେ ଥିବା ପ୍ରତିମୂର୍ତ୍ତି ରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

ଅପରାହ୍ନ ସନ୍ଧ୍ୟା ୦୭-୩୦ ସମୟରେ ଡ୍, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ପ୍ରାକ୍ତନ ବିଭାଗ ମୁଖ୍ୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଙ୍କ ସଂଯୋଜନାରେ ଏ କ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା ମୁଖ୍ୟ ଅତିଥି ରୂପେ ଉତ୍କଳ ବିଶ୍ଵବିଦ୍ୟାଳୟ ପ୍ର, ରଘୁନାଥ ପଣ୍ଡା, ମୁଖ୍ୟ ବକ୍ତା ଭାବେ ଡ଼, ଲମ୍ବୋଦର ପାଣିଗ୍ରାହୀ, ପରିଷଦ ର ଉଦ୍ୟୋକ୍ତା ଡ଼,ପ୍ରଣଚାନ୍ଦ ପଣ୍ଡା, ତାଲିମ ଓ ବିକାଶ ସମାଜ ର ପ୍ରତିନିଧି ଶ୍ରୀ ଗୌରୀ ଶଙ୍କର ପଟ୍ଟନାୟକ ସହ ଦୁବାଇ ଦିଲ୍ଲୀ, ମୁମ୍ବାଇ, ଗୁଜରାଟ ଓ ଓଡିଶାର ବିବିଧ ସ୍ଥାନରୁ ପ୍ରବୁଦ୍ଧ ଶୁଭ ଚି ନ୍ତକ ମାନେ ଯୋଗଦାନ କରିଥଲେ। ପ୍ରାଧ୍ୟାପକ ଲକ୍ଷ୍ମୀ ନାରାୟଣ ପଣ୍ଡା ସୁଲଳିତ କଣ୍ଠରେ କବିସୂର୍ଯ୍ୟ ବଳଦେବ ରଥ ଙ୍କ ସୁନ୍ଦର ଭଜନଟିଏ ଗାନ କରି ଚୁମ୍ବକୀୟ ଆଲୋଚନା କରିଥଲେ। ସହସଂଯୋଜକ ଗୋପାଳ କୃଷ୍ଣ ପାଢୀ ଅତିଥି ମାନଙ୍କ ସଂପର୍କରେ ପରିଚୟ ପ୍ରଦାନ କରିଥିବେଳେ ଉଦ୍ୟୋ କ୍ତା ଡ଼,ପ୍ରାଣ ଚାନ୍ଦ ପଣ୍ଡା ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସଂପର୍କରେ ସୁଚନା ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଡ଼ ଲମ୍ବୋଦର ପାଣିଗ୍ରାହୀ କବିସୂର୍ଯ୍ୟ ଙ୍କ ବିବିଧ କୃତି ସଂପର୍କରେ ଆଲୋଚନା କରି ସେ କେବଳ ସଙ୍ଗୀତ ବିଶାରଦ ଥିଲେ ତାହାନୁହିଁ ଜଣେ ଉତ୍ତମ ଶାସନ ସଚିବ ଙ୍କ ଦାୟିତ୍ତ୍ଵ ମଧ୍ୟ ତୁଲାଇଥିଲେ ବୋଲି କହିଥିଲେ ।

ମୁଖ୍ୟ ଅତିଥି ପ୍ର, ପଣ୍ଡା ଜୟଦେବ, ଉପେନ୍ଦ୍ର ଭଞ୍ଜ ଓ ବଳଦେବ ରଥ ଙ୍କ ସଙ୍ଗୀତ ର ତୁଳନାତ୍ମକ ଅଧ୍ୟୟନ ଉପରେ ଆଲୋଚନା କରିଥିଲେ । ତତ୍ ସହିତ ରାଜ୍ୟ ସଂଯୋଜକ ନାରାୟଣ ନାୟକ,ସମ୍ପାଦକ ସନ୍ତୋଷ କୁମାର ମହାପାତ୍ର,ଡ଼, ସାଗର ରଞ୍ଜନ ତ୍ରିପାଠୀ,କେଶବ ନାୟକ,ଭୁବନେଶ୍ୱରରୁ ବି,ଜୟରାମ ପାତ୍ର, କଳାହାଣ୍ଡି ରୁ ଡ଼, ହେମନ୍ତ ମୁଣ୍ଡ, କୋରାପୁଟ ରୁ ଦେବିପ୍ରସାଦ କର,ସଂଯୋଜକ ମନୋଜ କୁମାର ନାୟକ, ତରଣିସେନ ଦାଶ, ଶ୍ରୀ ହରେକୃଷ୍ଣ ପଣ୍ଡା,ଡ଼, ରାଜେନ୍ଦ୍ର କୁମାର ବେହେରା, ପ୍ରଧାନ ଶିକ୍ଷକ ପ୍ରଭାତ କୁମାର ମିଶ୍ର ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ସଂସ୍କୃତି ଭବନରେ ଥିବା ଦୀ ର୍ଘାବୟବ ପ୍ରତିମୂର୍ତ୍ତି ଙ୍କୁ ପୂଜ୍ୟ ପୂଜା ସମ୍ମାନାର୍ଥେ ଜୟନ୍ତୀ ପାଳନ ସମାରୋହରେ ସିଡି ନ ଥିବାରୁ ପୁଷ୍ପ ମାଲ୍ୟ ଅର୍ପଣ କଷ୍ଟସାଧ୍ୟ ହେଉଛି ଏ ବମ ସରକାରଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କଲେମଧ୍ୟ କର୍ଣଗୋଚର ହେଉ ନ ଥିବା ଅଭିଯୋଗ କରିଥିଲେ । ଶେଷରେ ସହସଂଜୋଜକ ଗୋପାଳ କୃଷ୍ଣ ପାଢୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.