ଆସନ୍ତା ୮ରୁ ଖୋଲିବ ପ୍ଲାନେଟାରିୟମ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ପ୍ଲାନେଟାରିୟମଗୁଡିକୁ ପୁନଃ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ, ବୁର୍ଲାସ୍ଥିତ ଡ. ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ ଓ ଖଣ୍ଡପଡାସ୍ଥିତ ପଠାଣି ସାମନ୍ତ ସଂଗ୍ରହାଳୟ ଆସନ୍ତା ୮ ତାରିଖରୁ ଖୋଲିବ।

କୋଭିଡ୍‌ ନିୟମ ପାଳନ ସହିତ ସୋମବାର ବ୍ୟତୀତ ଅନ୍ୟ ସବୁଦିନ ସର୍ବସାଧାରଣଙ୍କ ପାଇଁ ଏହା ଖୋଲାଯିବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ଉପ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି। ତେବେ ପଠାଣି ସାମନ୍ତ ପ୍ଲାନେଟାରିୟମ ଓ ଡ. ଏପିଜେ ଅବ୍‌ଦୁଲ କଲାମ ପ୍ଲାନେଟାରିୟମ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଶୋ’ ଚାଲିବ। ସମସ୍ତ ପ୍ଲାନେଟାରିୟମ ପରିଦର୍ଶନ ସମୟରେ ଦର୍ଶକମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ସୂଚନା ଦିଆଯାଇଛି।

nis-ad
Leave A Reply

Your email address will not be published.