ଶ୍ରୀନଗରରେ ଏନକାଉଣ୍ଟର, ୨ ଆତଙ୍କବାଦୀ ମୃତ

ଜମ୍ମୁ-କାଶ୍ମୀର: ଶ୍ରୀନଗରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ । ଶ୍ରୀନଗରର ଡାକୁଆ ଅଞ୍ଚଳରେ ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ମୃତ ୨ ଆତଙ୍କବାଦୀ ଲସ୍କର-ଇ-ତୋଇବାରର ସଦସ୍ୟ ହୋଇଥିବା ଜଣାପଡ଼ିଛି । ଏନକାଉଣ୍ଟର ସମୟରେ ସେମାନଙ୍କ ନିକଟରୁ ୨ଟି ବନ୍ଧୁକ ସହ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି ।

ତେବେ ମୃତ ୨ ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି । ତାର ନାଁ ଇଖଲାକ ହାଜମ ହୋଇଥିବା ବେଳେ ସେ ଅନନ୍ତନାଗ ହସନପୋରାରେ ଏଚ ସି ଅଲି ମୋହମ୍ମଦଙ୍କ ହତ୍ୟା ଘଟଣାରେ ସାମିଲ ଥିଲା ବୋଲି ସୂଚନା ଦେଇଛି ସୁରକ୍ଷାବାହିନୀ । ହେଲେ ଅନ୍ୟଜଣଙ୍କ ପରିଚୟ ମିଳିପାରିନାହିଁ ।

nis-ad
Leave A Reply

Your email address will not be published.