୭ ତାରିଖରୁ ଖୋଲିବ ଭୁବନେଶ୍ୱର ଏମ୍‌ସର ଓପିଡି

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୭ ତାରିଖରୁ ଖୋଲିବ ଭୁବନେଶ୍ୱର ଏମ୍‌ସର ଓପିଡି । କରୋନା ସ୍ଥିତିରେ ସୁଧାର ଆସିଥିବାରୁ ରୋଗୀ ସେବାକୁ ପ୍ରାଧାନ୍ୟ ଦେଇ ଏମ୍‌ସ ପକ୍ଷରୁ ଓପିଡି ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏନେଇ ଏମ୍‌ସ କର୍ତ୍ତୃପକ୍ଷ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ତେବେ ସମସ୍ତ ବିଭାଗଗୁଡିକ କରୋନା ପ୍ରତିଷେଧକ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

ପୂର୍ବରୁ ରହିଥିବା କାର୍ଯ୍ୟସୂଚୀ ଅନୁସାରେ ସୋମବାର ଠାରୁ ଦୈନିକ ଓପିଡି ଖୋଲା ରହିବ । ନୂତନ ଆଡମିଶନ ପାଇଁ ପ୍ରତ୍ୟେକ ୱାର୍ଡରେ ୪ରୁ ୫ ଜଣ ଲେଖାଏଁ ଶର୍ଯ୍ୟା ମହଜୁଦ ରଖିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାସହିତ ରୋଗାମାନଙ୍କର ନିୟମିତ ଯାଞ୍ଚ ଆଦି ସେବା ପାଇଁ ଏମ୍‌ସ ଭୁବନେଶ୍ୱର ସ୍ୱାସ୍ଥ୍ୟ ଆପ୍ ଏବଂ ଟେଲିମେଡିସିନ୍ ବ୍ୟବସ୍ଥା ଜାରି ରହିବ ବୋଲି ଅଧୀକ୍ଷକ ସୂଚନା ଦେଇଛନ୍ତି । ସମସ୍ତ ଆଇପିଡି ଆଡମିଶନ ଏବଂ ଓଟି ଗୁଡିକ ପୂର୍ବ ପରି କାର୍ଯ୍ୟ କରିବ ।

nis-ad
Leave A Reply

Your email address will not be published.