କନ୍ଧମାଳ : ରେଡ଼ିଓ ମୁସ୍କାନର ମୁସ୍କାନ ବମ୍ବେଇ ଆଇଆଇଟି ଦ୍ୱାରା ପ୍ରଶଂସିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀରେ ଦିର୍ଘଦିନ ଧରି ଚାଲିଥିବା ରେଡିଓ ମୁସ୍କାନ । ଦିର୍ଘଦିନ ଧରି ଫୁଲବାଣୀ, ଫିରିଙ୍ଗିଆ, ଟିକାବାଲ ଏବଂ ଜିଲ୍ଲାର ଖଜୁରିପଡା ଅଂଚଳରେ ଗ୍ରାମାଂଚଲର ଲୋକଙ୍କୁ ରେଡିଓ ମୁସ୍କାନ ଜରିଆରେ ବାଲ୍ୟବିବାହ,ଶିଶୁ ଶ୍ରମିକ, ବାଳିକା ଚାଲାଣ ଏବଂ ମହିଳା ଓ ଶିଶୁ ମାନଙ୍କର ପୃଷ୍ଟି ହୀନତା ସମ୍ପର୍କିତ ସଚେତନତା ବାର୍ତ୍ତା ଏବଂ ଏହାସହିତ ଲୋକଙ୍କୁ ରେଡିଓ ମାଧ୍ୟମରେ ମନୋରଞ୍ଜନ କରାଇ ଆସୁଥିବା ଫୁଲବାଣୀର ରେଡିଓ ମୁସ୍କାନର ସ୍ଥାନ ଆଇଆଇଟି ମୁମ୍ବାଇ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଅନୁଷ୍ଠାନ ତରଫରୁ ଆୟୋଜିତ ଏକ ମାଗାଜିନରେ ସ୍ଥାନ ପାଇଛି ରେଡିଓ ମୁସ୍କାନର ନାମ ଏବଂ ଏହାର କାର୍ଯ୍ୟଶୈଳୀ ।ସୂଚନା ଅନୁସାରେ ଆଜି ଅନଲାଇନ ଜରିଆରେ ଏକ ମିଟିଙ୍ଗରେ ବଛାଯାଇଥିବା ଦେଶର ୮ଟି କମ୍ୟୁନିଟି ରେଡିଓ ଅନୁଷ୍ଠାନକୁ ନିମନ୍ତ୍ରଣ କରାଯାଇ ସେଥିରେ ସେମାନେ କିଭଳି ଭାବରେ ଲୋକଙ୍କୁ ପ୍ରଧାନତଃ ଗ୍ରାମାଂଚଳର ମହିଳା ମାନଙ୍କ ଶଶକ୍ତିକରଣ କାର୍ଯ୍ୟରେ ସହାୟକ ହେଉଛନ୍ତି ସେହି ବାବଦରେ ଇଣ୍ଟରଭ୍ୟୁ ନିଆଯାଇଥିଲା । ଏଥିରେ ଫୁଲବାଣୀର ରେଡିଓ ମୁସ୍କାନର ପରିଚାଳିକା ମୁସ୍କାନ ସୁଆର କିଭଳି ଭାବରେ ରେଡିଓ ମୁସ୍କାନ ୯.୪ ଜରିଆରେ ଫୁଲବାଣୀ ସମେତ ୪ଟି ବ୍ଲକରେ ଥିବା ଗ୍ରାମାଂଚଳର ମହିଳା ଏବଂ ନାବାଳିକା ମାନଙ୍କୁ ଶଶକ୍ତ କରାଇବାରେ ସହାୟକ ହେଉଛି ସେହି ବାବଦରେ କହିଥିଲେ । ଏହା ଯାଣିବାପରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା କେନ୍ଦ୍ର ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ସଚିବ ନୀରଜ ଶେଖର , ଆନ୍ନା ୟୁନିଭରସିଟିର ଭାଇସ ଚାନ୍ସେଲର ପ୍ରଫେସର ଆର.ଭେଲରାଜ, ରେଡିଓ ଅଭିଯାନର ପାଇଓନିୟର ଏସ.ଶ୍ରୀଧରଙ୍କ ସମେତ ଅନ୍ୟ ଅତିଥି ମାନଙ୍କର ଉପସ୍ଥିତିରେ ଦେଶର ୮ଟି ରେଡିଓ ଅନୁଷ୍ଠାନ ଯୋଗ ଦେଇଥିଲେ । ଏଥିରେ ମୁସ୍କାନ ସୁଆରଙ୍କ ଉପସ୍ଥାପନାରେ ସନ୍ତୁଷ୍ଟ ହେବା ସହିତ ରେଡିଓ ମୁସ୍କାନ ଅନୁଷ୍ଠାନକୁ ଆଇଆଇଟି ପକ୍ଷରୁ ପ୍ରକାଶ ପାଇବାକୁ ଥିବା ମାଗାଜିନରେ ସ୍ଥାନ ଦେଇଥିବା ନେଇ ମୁସ୍କାନ ସୁଆର ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.