ପ୍ରକାଶ ପାଇଲା ୧୦୭ ପୌରାଞ୍ଚଳ ପାଇଁ ସଂରକ୍ଷଣ ତାଲିକା : ମହିଳାଙ୍କ ପାଇଁ ୬୧୩ ଟି ୱାର୍ଡ…

ଭୁବନେଶ୍ଵର: ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଥିବା ବେଳେ ଏବେ ପୌରାଞ୍ଚଳ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆଜି ରାଜ୍ୟର ୧୦୭ ପୌରାଞ୍ଚଳ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। କାଉନସିଲରଙ୍କ ନିମନ୍ତେ ରାଜ୍ୟ ସରକାର ତାଲିକା ପ୍ରକାଶ କରିଛନ୍ତି।

ତେବେ ମୋଟ ୧୦୭ ଟି ପୌରାଞ୍ଚଳରେ ୧୭୫୬ ଟି ୱାର୍ଡରୁ ୬୬୮ ଟି ୱାର୍ଡ ଅଣସଂରକ୍ଷିତ ହୋଇଥିବା ବେଳେ ମହିଳାଙ୍କ ପାଇଁ ୬୧୩ ଟି ୱାର୍ଡ, ଏସସିଙ୍କ ପାଇଁ ୧୨୨ ଟି ୱାର୍ଡ, ଏସସି ମହିଳାଙ୍କ ୧୭୧ ଟି ୱାର୍ଡ, ଏସଟିଙ୍କ ପାଇଁ ୪୯, ଏସଟି ମହିଳାଙ୍କ ପାଇଁ ୧୩୩ଟି ୱାର୍ଡ ଘୋଷଣା କରାଯାଇଛି। ଏହାପୂର୍ବରୁ ପୌରାଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା ମଧ୍ୟ ପ୍ରକାଶ ପାଇସାରିଛି।

nis-ad
Leave A Reply

Your email address will not be published.